ରାସନ କାର୍ଡ଼ ପାଇବାରୁ ବଞ୍ଚିତ ହେବେ ୧୯ ଲକ୍ଷ ହିତାଧିକାରୀ

ଭୁବନେଶ୍ଵର: E-KYC କରିନଥିବାରୁ ରାସନ କାର୍ଡ଼ ପାଇବାରୁ ବଞ୍ଚିତ ହେବେ ରାଜ୍ୟର ପ୍ରାୟ ୧୯ ଲକ୍ଷ ହିତାଧିକାରୀ । ଏହି ହିତାଧିକାରୀମାନେ କେବଳ ରାସନ କାର୍ଡ଼ରୁ ନୁହେଁ ବରଂ ବିଭିନ୍ନ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। କାରଣ E-KYC ନହେଲେ କେବଳ ରାସନ ସାମଗ୍ରୀ ନୁହେଁ ବରଂ ସରକାର ଗରିବଙ୍କ ପାଇଁ କରିଥିବା ଅନେକ ଯୋଜନାରୁ ସେମାନେ ବାଦ୍ ପଡ଼ିବେ । ସରକାରୀ ତଥ୍ୟ ମୁତାବକ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ଲକ୍ଷ ୭୮ହଜାର ହିତାଧିକାରୀ ରାସନ କାର୍ଡ଼ ପାଇଁ E-KYC କରିନାହାନ୍ତି । ସେହିଭଳି ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝରରୁ ମଧ୍ୟ ଲକ୍ଷାଧିକ ହିତାଧିକାରୀ E- KYC କରିନଥିବା ଜଣାପଡ଼ିଛି । E-KYC କରିନଥିବା ହିତାଧିକାରୀଙ୍କ ଲାଗି ଜୁନ୍ ୩୦ରୁ ରାସନ ସାମଗ୍ରୀ ଯୋଗାଣ ବନ୍ଦ କରିଦିଆଯାଇଛି । ଯେଉଁମାନେ ଆସନ୍ତା ସେପ୍ଟେମ୍ବର ୩୦ ଭିତରେ E-KYC କରିବେ ତାଙ୍କୁ ପୁଣି ରାସନ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।ସେପଟେ ଏବେ ବି ଡିଲର ପଏଣ୍ଟରେ ଲୋକଙ୍କ E-KYC ହୋଇପାରୁନଥିବା ଅଭିଯୋଗ ହେଉଛି । ରାସନ କାର୍ଡ଼ରୁ ବାଦ୍ ପଡ଼ିଛନ୍ତି ପ୍ରାୟ ୧୯ଲକ୍ଷ ହିତାଧିକାରୀ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ E-KYC କରିନଥିବା ହିତାଧିକାରୀଙ୍କ ଲାଗି ବନ୍ଦ ହୋଇଛି ରାସନ ସାମଗ୍ରୀ । E-KYC ନକଲେ କେବଳ ରାସନ ସାମଗ୍ରୀ ନୁହେଁ, ବରଂ ଗରିବଙ୍କ ପାଇଁ ସରକାର କରିଥିବା ବିଭିନ୍ନ ଯୋଜନାରୁ ମଧ୍ୟ ସେମାନେ ବାଦ୍ ପଡ଼ିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବିଶେଷ କରି ଗରିବ ଶ୍ରେଣୀଙ୍କୁ ମିଳୁଥିବା ଆବାସ ଯୋଜନା, ମାଗଣା ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା, ପିଲାଙ୍କ ପାଠ ପଢା ପାଇଁ ମିଳୁଥିବା ଛାତ୍ରବୃତ୍ତି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଭଳି ସରକାରୀ ଯୋଜନାରୁ ସେମାନେ ବାଦ ପଡିବେ ।

ସରକାରୀ ତଥ୍ୟ ମୁତାବକ ରାଜ୍ୟରେ ପ୍ରାୟ ୧୯ଲକ୍ଷ ହିତାଧିକାରୀ E-KYC କରିନଥିବା ବେଳେ ସେଥି ମଧ୍ୟରୁ ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝରରୁ ଲକ୍ଷାଧିକ ଲୋକ କରିନାହାନ୍ତି E-KYC । ଆସନ୍ତୁ ନଜର ପକାଇବା E-KYC କରିନଥିବା କେଉଁ ଜିଲ୍ଲାର କେତେ ହିତାଧିକାରୀ ତାଲିକାରେ ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧ଲକ୍ଷ ୭୮ ହଜାର ହିତାଧିକାରୀ କରିନାହାନ୍ତି E-KYC । ସେହିଭଳି ମୟୂରଭଞ୍ଜ ଜିଲ୍ଲାର ୧ଲକ୍ଷ ୬ହଜାର, କଳାହାଣ୍ଡି ଜିଲ୍ଲାର ୧ଲକ୍ଷ ୩ହଜାର, କେନ୍ଦୁଝର ଜିଲ୍ଲାର ୧ଲକ୍ଷ ୧ହଜାର E-KYC କରିନଥିବା ଜଣାପଡ଼ିଛି । ତେବେ ଯେଉଁମାନେ E-KYC କରି ନାହାନ୍ତି ସେମାନେ ତୁରନ୍ତ E-KYC କରିବା ପାଇଁ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ । ଜୁନ ୩୦ ତାରିଖରୁ ଏ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ଉପଯୁକ୍ତ ପ୍ରମାଣ ଦେଇ E-KYC କରି ପାରିବେ ରାସନ କାର୍ଡ଼ରୁ ବଞ୍ଚିତ ହୋଇଥିବା ହିତାଧିକାରୀ । ନହେଲେ ଆଗାମୀ ଦିନରେ ଅନେକ ସରକାରୀ ସୁବିଧାରୁ ସେମାନେ ବାଦ ପଡିବେ ବୋଲି କହିଛନ୍ତି ମନ୍ତ୍ରୀ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ