ରୁଷିଆର କର୍କଟ ଟିକା ଗୋଟିଏ ଅନୁମୋଦନ ପରେ ଲୋକେ କରିବେ ବ୍ୟବହାର

ମସ୍କୋ,07/09: ରୁଷିଆର କର୍କଟ ଟିକା କୋଲୋରେକ୍ଟଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ ବୋଲି ଜଣାପଡିଛି। ୩ ବର୍ଷ ଧରି କରାଯାଇଥିବା ପରୀକ୍ଷଣଗୁଡ଼ିକ ଏହାର ସୁରକ୍ଷା ଏବଂ ପ୍ରଭାବକୁ ନିଶ୍ଚିତ କରିଛି। ଏହି ସୂଚନା ରୁଷିଆର ଫେଡେରାଲ୍ ମେଡିକାଲ୍ ଏବଂ ବାୟୋଲୋଜିକାଲ୍ ଏଜେନ୍ସିର ମୁଖ୍ୟ ଭେରୋନିକା ସ୍କୋଭର୍ଟସୋଭା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଟିକା ଉପରେ ଗବେଷଣା ବହୁ ବର୍ଷ ଧରି କରାଯାଇଥିଲା ଏବଂ ଏହାର ପ୍ରିକ୍ଲିନିକାଲ୍ ପରୀକ୍ଷଣ ୩ ବର୍ଷ ଧରି କରାଯାଇଥିଲା। ଭେରୋନିକା କହିଛନ୍ତି ଯେ, ଟିକା ବ୍ୟବହାର ପାଇଁ ପ୍ରସ୍ତୁତ,ଆମେ ସରକାରୀ ଅନୁମୋଦନ ପାଇଁ ଅପେକ୍ଷା କରିଛୁ। ବାରମ୍ବାର ବ୍ୟବହାର ପରେ ମଧ୍ୟ ଟିକାର ପ୍ରଭାବ ବହୁତ ଭଲ ଥିଲା। ଗବେଷକମାନେ ଟ୍ୟୁମର ଆକାରରେ ୬୦% ରୁ ୮୦% ହ୍ରାସ ଦେଖିଛନ୍ତି। ଟିକାର ପ୍ରାରମ୍ଭିକ ଲକ୍ଷ୍ୟ କୋଲୋରେକ୍ଟଲ୍ କର୍କଟ ହେବ। ଏହା ବ୍ୟତୀତ, ଗ୍ଲିଓବ୍ଲାଷ୍ଟୋମା ଏବଂ ବିଭିନ୍ନ ପ୍ରକାରର ମେଲାନୋମା ପାଇଁ ଟିକା ବିକାଶ କରିବାରେ ମଧ୍ୟ ଭଲ ପ୍ରଗତି ହୋଇଛି।
ରୁଷିଆ ଦ୍ୱାରା ବିକଶିତ ଟିକା ହେଉଛି ଏକ ଏମଆରଏନଏ ଟିକା। ପ୍ରତ୍ୟେକ ରୋଗୀଙ୍କ ଆରଏନଏ ଅନୁସାରେ ଏହାକୁ ଷ୍ଟିମ୍ୟୁଲେଟ କରାଯିବ। ଯଦି ଟିକା ଅନୁମୋଦିତ ହୁଏ, ତେବେ କେମୋଥେରାପିର ଆଉ ଆବଶ୍ୟକ ହେବ ନାହିଁ। ବ୍ରିଟିଶ ସରକାର ଜର୍ମାନୀର ବାୟୋନଟେକ୍ ସହିତ ମିଳିତ ଭାବରେ ଏକ କର୍କଟ ଟିକା ବିକଶିତ କରୁଛନ୍ତି। ଆମେରିକୀୟ ଔଷଧ କମ୍ପାନି ମୋଡେ‌ର୍ଣ୍ଣା ଏବଂ ମେର୍କ ମଧ୍ୟ ଚର୍ମ କର୍କଟ ରୋଗ ପ୍ରତିରୋଧ ପାଇଁ ଟୀକା ବିକଶିତ କରୁଛନ୍ତି। ସୂଚନାଯୋଗ୍ୟ,ଭାରତରେ ୨୦୨୪ ମସିହାରେ କର୍କଟ ରୋଗ ଯୋଗୁ ୮.୭୪ ଲକ୍ଷଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୪.୬୦ ଲକ୍ଷ ପୁରୁଷ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ। ସେହିପରି ୪.୧୪ ଲକ୍ଷ ମହିଳା ପ୍ରାଣ ହରାଇଥିଲେ। ଅର୍ଥାତ୍ ପୁରୁଷମାନଙ୍କ ମଧ୍ୟରେ କର୍କଟ ରୋଗ ମୃତ୍ୟୁ ମହିଳାଙ୍କ ତୁଳନାରେ ଅଧିକ ଥିଲା। ଆଇସିଏମଆର(ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ) ଅନୁଯାୟୀ, ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ କର୍କଟ ରୋଗୀ ୧୨% ହାରରେ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏଥିରେ କମ୍ ବୟସର ଲୋକମାନେ ମଧ୍ୟ ଦ୍ରୁତ ଗତିରେ କର୍କଟ ରୋଗର ଶିକାର ହେବେ। ନେଚର ଜର୍ଣ୍ଣାଲରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ଯୁବ ବୟସରେ କର୍କଟ ରୋଗ ହେବାର ସବୁଠାରୁ ବଡ଼ କାରଣ ହେଉଛି ଆମର ଜୀବନଶୈଳୀ।

  • Related Posts

    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading
    ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ନେତନ୍ୟାହୁ

    ନୂଆଦିଲ୍ଲୀ:   ମୃତ୍ୟୁ ସହ ଲଢି ଫ୍ଲାଏଦୁବାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ସ୍ମିତ୍ ମଚ୍ଛାରଙ୍କ ସହ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତନ୍ୟାହୁ । ଇସ୍ରାଏଲ, ଭାରତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ