ନୂଆଦିଲ୍ଲୀ,24।08:ଭାରତୀୟ ଅଟୋମୋବାଇଲ୍ ଶିଳ୍ପରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି ମହିନ୍ଦ୍ରା ବିଇ ସିକ୍ସ ବ୍ୟାଟମ୍ୟାନ୍ ଏଡିସନ୍ ଇଲେକ୍ଟ୍ରିକ୍ ଏସୟୁଭି । ମହିନ୍ଦ୍ରା କିଛି ଦିନ ତଳେ ନିଜର ସ୍ୱତନ୍ତ୍ର ବିଇ ସିକ୍ସ ବ୍ୟାଟମ୍ୟାନ୍ ଏଡିସନ୍ ଇଲେକ୍ଟ୍ରିକ୍ SUV ଲଞ୍ଚ କରିଛି, ଯାହା ଦି ଡାର୍ଟ ନାଇଟ୍ ଟ୍ରିଲୋଜି ଦ୍ୱାରା ଅନୁପ୍ରାଣିତ। ଏସୟୁଭି ସଂସ୍କରଣ ୧୪ ଅଗଷ୍ଟ ୨୦୨୫ ରେ ଲଞ୍ଚ କରିଥିଲା ମହିନ୍ଦ୍ରା । ଲୋକମାନେ ଏହି କାରଟିକୁ ଏତେ ପସନ୍ଦ କରିଥିଲେ ଯେ ଏହା ମାତ୍ର ୧୩୫ ସେକେଣ୍ଡରେ ସମ୍ପୂର୍ଣ୍ଣ ବିକ୍ରି ହୋଇଗଲା। ପ୍ରାରମ୍ଭରେ, କମ୍ପାନୀ କେବଳ ୩୦୦ ୟୁନିଟ୍ ଲଞ୍ଚ କରିଥିଲା, କିନ୍ତୁ ଅଧିକ ଚାହିଦା ଦେଖି ଏହାକୁ ୯୯୯ ୟୁନିଟ୍ କୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ବର୍ଦ୍ଧିତ ୟୁନିଟ୍ ମଧ୍ୟ ମାତ୍ର କିଛି ମିନିଟରେ ସମ୍ପୂର୍ଣ୍ଣ ବୁକ୍ ହୋଇଗଲା। ଅଗଷ୍ଟ ୨୩ ତାରିଖ ସକାଳ ୧୧:୦୦ ଟାରୁ ଆରମ୍ଭ ହୋଇଥିଲା ସେଲ୍ , ମାତ୍ର ୧୩୫ ସେକେଣ୍ଡ ମଧ୍ୟରେ ସମସ୍ତ ୟୁନିଟ୍ ବୁକ୍ ହୋଇଯାଇଥିଲା। ଏହାର ପ୍ରାରମ୍ଭିକ ମୂଲ୍ୟ ₹୨୭.୭୯ ଲକ୍ଷ (ଏକ୍ସ-ଶୋରୁମ୍)ରହିଛି । ବିତରଣ ସେପ୍ଟେମ୍ବର ୨୦, ଅନ୍ତର୍ଜାତୀୟ ବ୍ୟାଟମ୍ୟାନ ଦିବସରେ ଆରମ୍ଭ ହେବ।
ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ
ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…




