
କଳାହାଣ୍ଡି: ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେଇ ଡାକ୍ତର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କଳାହାଣ୍ଡି ମେଡିକାଲ କଲେଜର ଡାକ୍ତର ଅଶୋକ ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି । ଏହାପରେ ଭିଜିଲାନ୍ସ ପକ୍ଷରୁ ଡାକ୍ତରଙ୍କ କ୍ୱାଟର୍ସ ସହ ଚାମ୍ବରରେ ବି ଚଢଉ କରାଯାଇଛି ।







