
ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ ୩ ଜଣ ସହ ଘରେ ରହିଥିଲେ । ହଠାତ ଘର ଭିତରକୁ ଗତକାଲି ରାତି ୯ ଟା ବେଳେ ୪ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଘର ଭିତରକୁ ପଶି ଥିଲେ ।
ପରେ ପରବାରର ସଦସ୍ୟ ମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ ସେମାନଙ୍କୁ ବାନ୍ଧି ପକାଇଥିଲେ । ପରେ ଘରେ ଥିବା ୬ ଲକ୍ଷ ଟଙ୍କାର ସୁନା ଗହଣା ସହ ୫ ହଜାର ଟଙ୍କା ଲୁଟି ନେଇଥିଲେ । ପରେ ୪ଜଣ ଦୁର୍ବୃତ୍ତ ଘର ଭିତରେ ସୁନା ଗହଣା ଭାଗ ବଣ୍ଟା କରିଥିଲେ । ପରେ ବିଳମ୍ବିତ ରାତିରେ ସେମାନେ ପଳାଇଯାଇଥିଲେ । ଖବର ପାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।







