ଶଙ୍ଖଭବନକୁ ଆସିଲେନି ଏହି ପ୍ରମୁଖ ନେତୃବୃନ୍ଦ

ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା । କାରଣ ଗୁରୁବାର ଶଙ୍ଖ ଭବନରେ ପହଞ୍ଚି ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜୁ ଜନତା ଦଳରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଶଙ୍ଖ ଧରିଛନ୍ତି । ତେବେ ବିଜେଡିର ଏହି ସାମିଲ ଉତ୍ସବରେ ବିଜେଡିର କିଛି ପ୍ରମୁଖ ନେତୃବୃନ୍ଦ ଆସିନଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ବବି ଦାସ, ପ୍ରସନ୍ନ ଆଚାର୍ଯ୍ୟ, ରାଜା ସ୍ୱାଇଁ, ବଦ୍ରି ପାତ୍ର, ଲତିକା ପ୍ରଧାନ, ବିକ୍ରମ ଆରୁଖ, ଭୁପିନ୍ଦର ସିଂ ପ୍ରମୁଖ ରହିଛନ୍ତି । ତେବେ ପ୍ରଭାବୀ ନେତାଙ୍କ ଅନୁପସ୍ଥିତିକୁ ନେଇ ବିଜେଡି ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।

ଯଦିଓ ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ସାମିଲ ହୋଇଛନ୍ତି, କିନ୍ତୁ ତାଙ୍କ ମିଶ୍ରଣ ପର୍ବର ଆୟୋଜନ ଅଲଗା କିଛି ସଙ୍କେତ ଦେଉଛି। କୁହାଯାଉଛି ଯେ ସେ ହିଁ ‘ନବୀନଙ୍କ ଉତ୍ତରାଧିକାରୀ’ ବା ଦଳର ‘ନମ୍ବର-ଟୁ’ ଭାବେ କାର୍ୟ୍ୟ କରିବେ।
ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ରେଡ କାର୍ପେଟ ସ୍ୱାଗତ ପାଇଁ ଗତ ପ୍ରାୟ ଏକମାସ ଧରି ବ୍ୟାକଡୋରରେ ଆଲୋଚନା ଜାରି ରହିଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତମାସ ପ୍ରଥମ ସପ୍ତାହରେ ଦିଲ୍ଲୀ ଗସ୍ତରେ ରହିଥିବାବେଳେ ଦଳର କିଛି ବରିଷ୍ଠ ନେତାମାନଙ୍କୁ ଦିଲ୍ଲୀ ଡକାଯାଇ ସୁଜାତାଙ୍କ ଏଣ୍ଟ୍ରି ସମ୍ପର୍କରେ ବିଚାରବିମର୍ଶ କରାଯାଇଥିଲା।

ନବୀନ ନିବାସକୁ ମଧ୍ୟ ଦଳର ବରିଷ୍ଠ ନେତାମାନଙ୍କୁ ଦୁଇ ତିନି ପର୍ୟ୍ୟାୟରେ ଡାକି ସୁଜାତାଙ୍କ ଏଣ୍ଟ୍ରି ପାଇଁ ଚାଲିଥିବା ଯୋଜନା ସମ୍ପର୍କରେ ନିଜେ ନବୀନ ଅବଗତ କରାଇଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଣ୍ଡିଆନ ଏହି ପ୍ରକରଣ ପାଇଁ ଗୋଟିଚାଳନା କରୁଥିଲେ ମଧ୍ୟ ସେ ସାମ୍ନାକୁ ନଆସି ନବୀନଙ୍କ ମାଧ୍ୟମରେ ଏହି ଯୋଜନାକୁ ସଫଳ ରୂପ ଦେଇଛନ୍ତି।

ଯେଉଁ ପାଣ୍ଡିଆନଙ୍କ ଜିଦ୍ ଓ କାର୍ୟ୍ୟଶୈଳୀ ପାଇଁ ବିଜେଡିର ୨୪ବର୍ଷର ଶାସନ ଗାଦି ଚାଲିଗଲା, ସେହି ବିପର୍ୟ୍ୟୟକାରୀ ପାଣ୍ଡିଆନ ପୁଣିଥରେ ନିଜ ପତ୍ନୀଙ୍କ ମାଧ୍ୟମରେ ଦଳକୁ ନିୟନ୍ତ୍ରଣକୁ ନେବାକୁ ଏଭଳି ମାଷ୍ଟରପ୍ଲାନ୍ କରିଥିବା ଚର୍ଚ୍ଚା ହେଉଛି।

  • Related Posts

    assembly odisha ଖୁବ୍‌ଶୀଘ୍ର ବିଧାନସଭା ମୌସୁମି ଅଧିବେଶନ; ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ

    ଭୁବନେଶ୍ବର: ଖୁବ୍‌ଶୀଘ୍ର ବସିବାକୁ ଯାଉଥିବା ଓଡ଼ିଶା ବିଧାନସଭାର ମୌସୁମି ଅଧିବେଶନରେ ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି। ସେଗୁଡ଼ିକ ମଧ୍ୟରୁ ଏମ୍‌ଏମ୍‌ଡିଆର ସଂଶୋଧନ ବିଧେୟକକୁ ନେଇ ବିଧାନସଭା ହୁଲସ୍ତୁଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏମ୍‌ଏମ୍‌ଡିଆର…

    Continue reading
    politics for mmdr ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

    ଭୁବନେଶ୍ୱର: ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ ରାଜ୍ୟର ରାଜସ୍ୱ ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେଣୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ