ଶଙ୍ଖ ଭବନ ରେ ବିଜୁ ବାବୁଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର,17/4/26: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଆଜି ସାରା ରାଜ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ଶ୍ରାଦ୍ଧ ସଭା କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଆଭାସୀ ଜରିଆରେ ଯୋଗ ଦେଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ,ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିଜୁ ବାବୁଙ୍କ ଦେଶଭକ୍ତି, ସାହସ ଓ ସ୍ୱାଭିମାନ ପାଇଁ ସେ ଆଜି ଅମର ରହିଛନ୍ତି ଓ ରହିଥିବେ। ବିଜୁ ବାବୁ ମହିଳାମାନଙ୍କ ସଶକ୍ତିକରଣର ଅଗ୍ରଦୂତ ଥିଲେ ଓ ସେମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ।
ପଟ୍ଟନାୟକ କହିଥିଲେ ଯେ, ବିଜୁ ବାବୁ ଥିଲେ ଆକାଶ ପରି ବିଶାଳ । ମାଟି ପରି ସହିଷ୍ଣୁ ଓ ହିମାଳୟ ପରି ତୁଙ୍ଗ । କିନ୍ତୁ ଆପଣ ଜାଣନ୍ତି, ଓଡିଶା ରାଜନୀତିରେ କିଛି ଲୋକ ସବୁବେଳେ ବିଶ୍ୱାସଘାତକତା ଭୂମିକାରେ ଖୁସି ହୁଅନ୍ତି । ସେମାନେ ମନେରଖିବା ଉଚିତ ଯେ ମୁଖା ର ଆବରଣ ତଳେ ସେମାନଙ୍କ ପାପ ଦୀର୍ଘଦିନ ଧରି ଲୁଚି ପାରିବ ନାହିଁ। କିଏ କଣ କରୁଛି ଓଡିଶା ବାସୀ ଭଲ ଭାବରେ ଜାଣନ୍ତି। ସୀମା ପୁନଃ ନିର୍ଧାରଣ ବିଲ ସମ୍ପର୍କରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡିଶା ସବୁବେଳେ କେନ୍ଦ୍ର ର ଭିନ୍ନ ଭିନ୍ନ ସରକାର ଙ୍କ ଦ୍ୱାରା ଉପେକ୍ଷିତ ହୋଇଆସିଛି । ବର୍ତ୍ତମାନ ର ସୀମା ପୁନଃ ନିର୍ଧାରଣ ବିଲ ଓଡିଶା ର ରାଜନୈତିକ ଅସ୍ତିତ୍ବ ପ୍ରତି,ଓଡ଼ିଆ ସ୍ୱାଭିମାନ ପ୍ରତି ବଡ଼ ବିପଦ ଭାବରେ ଉଭା ହୋଇଛି।ତେଣୁ ସେ ମୁଖ୍ୟମନ୍ତ୍ରୀ ଙ୍କୁ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ୪୮ ଘଣ୍ଟା ମଧ୍ୟରେ ଆହୁତ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କିଛି ହେଲା ନାହିଁ। ଶ୍ରୀ ପଟ୍ଟନାୟକ କହିଲେ ଓଡିଶାର ବିଜେପି ସରକାର ଓଡିଶା ଅପେକ୍ଷା ବିଜେପିର ସ୍ୱାର୍ଥ ରକ୍ଷା ପାଇଁ ଅଧିକ ଯତ୍ନଶୀଳ ପରି ଜଣା ପଡୁଛି। ଏହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରି ଆମେ ଯଦି ଏଵେ ଏକାଠି ଏହି ଅନ୍ୟାୟ ବିରୁଦ୍ଧରେ ନ ଲଢ଼ିବା ତେବେ ଇତିହାସ ଆମକୁ କେବେ କ୍ଷମା ଦେବନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

  • Related Posts

    ୩୩% ସଂରକ୍ଷଣ ପ୍ରସଙ୍ଗରେ ଅଧିବେଶନ: ମନ୍ତ୍ରୀ

    ଭୁବନେଶ୍ୱର:ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନକୁ ବିଜେଡି ବିଧାୟକ ଅରୁଣ ସାହୁ କଟାକ୍ଷ କରିଥିବାବେଳେ ବେଳେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ତାଙ୍କୁ କାଉଣ୍ଟର କରିଛନ୍ତି । ଶ୍ରୀ ମଲ୍ଲିକ କହିଛନ୍ତି ଯେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କ…

    Continue reading
    ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି: ଅରୁଣ

    ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯେଉଁଥିରେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହେବ । ତେବେ ବିଧାନସଭାର ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର