ଶସ୍ତା ମନ୍ତବ୍ୟ ନ ଦିଅନ୍ତୁ ଯୋଗାଣମନ୍ତ୍ରୀ:ଅତନୁ

ଭୁବନେଶ୍ବର: ସମ୍ବେଦନଶୀଳ ଘଟଣାରେ ଯୋଗାଣ ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟଜନକ ବୋଲି ବିଜେଡ଼ି ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାଏକ କହିଛନ୍ତି। ଏଥିସହ ସେ ଆହୁରି କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ଗୋଟେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ଏହାର ଅବ୍ୟବସ୍ଥା ନେଇ ସମ୍ବେଦନଶୀଳ ଘଟଣା ଘଟୁଛି। ଯୋଗାଣ ମନ୍ତ୍ରୀଙ୍କ ବିବୃତି ଆହୁରି ଦୁର୍ଭାଗ୍ୟ ଜନକ। ୨୦୨୨ ରେ ମୁଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଥିଲି, ପିୟୁଷ ଗୋୟଲ କେନ୍ଦ୍ର ମନ୍ତ୍ରୀ ଥିଲେ। ଫୁଡ ଇଣ୍ଡେକ୍ସ ରାଙ୍କରେ ଓଡ଼ିଶା ଏକ ନମ୍ବର ଥିଲା । ୦.୮୩୬ ପଏଣ୍ଟ ପାଇଥିଲୁ। ଖାଦ୍ୟ ଯୋଗାଣରୁ ନେଇ ବିତରଣ ଯାଏଁ ମାର୍କ ମିଳିଥିଲା । ଏଥିପାଇଁ ପିୟୁଷ ଗୋୟଲ ମୋତେ ଓଡ଼ିଶାର ଭଲ କାମ ପାଇଁ ଦିଲ୍ଲୀ ଡାକିଥିଲେ। ଜାତିସଙ୍ଘ ବି ଭୋକର ଓଡ଼ିଶାରରୁ ଖାଦ୍ୟ ପରିପୂର୍ଣ ଓଡ଼ିଶାକୁ ପ୍ରଶଂସା କରିଥିଲେ। ଏହି ତଥ୍ୟ ଯୋଗାଣ ମନ୍ତ୍ରୀ ନିଅନ୍ତୁ। ଠିକଣା ସମୟରେ ଚାଉଳ ପହଞ୍ଚାଇବା ହିଁ ଖାଦ୍ୟ ସୁରକ୍ଷା ଆଇନ। ହେଲେ ନ ପହଞ୍ଚିବାରୁ ଆମ୍ବ ଟାକୁଆ ଖାଇଲେ। ଶସ୍ତା ମନ୍ତବ୍ୟ ନ ଦିଅନ୍ତୁ ମନ୍ତ୍ରୀ। ପିଆଜ ଯୋଗାଣରେ ବି ଏପରି ଶସ୍ତା କଥା କହିଥିଲେ। ଓଡ଼ିଶାର ସୁନାମ ଏହି ଘଟଣା ପରେ ହଜିଛି। ସମ୍ବେଦନଶୀଳ ଘଟଣାରେ ଯୋଗାଣ ମନ୍ତ୍ରୀ ବାସ୍ତବବାଦୀ ହୁଅନ୍ତୁ ବୋଲି ବିଜେଡ଼ି ବରିଷ୍ଠ ନେତା ଅତନୁ ସବ୍ୟସାଚୀ କହିଥିଲେ।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ