ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର ଶରଣ ନେଇଥିଲେ ଓ ଉଚ୍ଚ ନ୍ୟାୟାଳୟ ନିଜ ଶୁଣାଣିରେ ଅଭିଯୋଗକୁ ଭିତ୍ତିହୀନ କହିବା ସହ ଅଧ୍ୟକ୍ଷାଙ୍କୁ ଶୀଘ୍ର ନିର୍ଦ୍ଦେଶ ପାଇଲାକ୍ଷଣି ପୁନଃ ଅବସ୍ଥାବିତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି ଜଣାଇଛନ୍ତି । ବିଭାଗର ପତ୍ର ସଂଖ୍ୟା ୨୩୦୬୦ ଅନୁସାରେ ଶ୍ରୀମତୀ ଦେଇ ଙ୍କୁ ପୁନଃ ଅବସ୍ଥାପିତ ନିମନ୍ତେ ନିର୍ଦ୍ଦେଶ ଦିଆ ଯାଇଅଛି।ଅନିୟମିତ ଅଭିଯୋଗରେ ୨୦୨୪ରେ ଦେବଗଡ଼ ପୌରପରିଷଦ ଅଧ୍ୟକ୍ଷା ପଦବୀରୁ ବହିଷ୍କାର କରିଥିଲେ ସରକାର। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶାନ୍ତି ମଞ୍ଜରୀ, ବିଳମ୍ବରେ ହେଲେ ମଧ୍ୟ ସତ୍ୟର ଜୟ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ