ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ନିଜ ଆଗ୍ରହକୁ ପୁଣିଥରେ ଦୋହରାଇଛି ଆଦାନୀ ଗ୍ରୁପ୍

ଭୁବନେଶ୍ୱର: ଓଡ଼ିଶାରେ ଆଣବିକ ବିଦ୍ୟୁତ କେନ୍ଦ୍ର (ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ) ସ୍ଥାପନ ପାଇଁ ନିଜ ଆଗ୍ରହକୁ ପୁଣିଥରେ ଦୋହରାଇଛି ଆଦାନୀ ଗ୍ରୁପ୍ । ଆଦାନୀ ଗ୍ରୁପ୍‌ର ଏମ୍‌ଡି କରଣ ଆଦାନୀ ଓ ତାଙ୍କ ଟିମ୍ ଗୁରୁବାର ଖାରବେଳ ଭବନରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ରାଜ୍ୟର ଶକ୍ତି କ୍ଷେତ୍ରରେ ନିବେଶ ସମ୍ଭାବନା ନେଇ ଆଲୋଚନା କରିଛନ୍ତି ।
ଆଦାନୀ ଗ୍ରୁପ୍ ପୂର୍ବରୁ ମଧ୍ୟ ଓଡ଼ିଶାର ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଗୁରୁବାରର ବୈଠକରେ ଗ୍ରୁପ୍ ପୁଣିଥରେ ଓଡ଼ିଶାର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନିବେଶ କରିବା ନେଇ ଆଗ୍ରହ ଜଣାଇଛି । ଏଥିସହ 3000 ମେଗାୱାଟ୍ କ୍ଷମତା ବିଶିଷ୍ଟ ଦୁଇଟି ପାୱାର ପ୍ଲାଣ୍ଟ ସ୍ଥାପନ ନେଇ ମଧ୍ୟ ଗ୍ରୁପ୍ ପକ୍ଷରୁ ଉଦ୍ଦେଶ୍ୟ ପ୍ରକାଶ କରାଯାଇଛି ।
ଗତ ଏକ ମାସ ମଧ୍ୟରେ ଆଦାନୀ ଗ୍ରୁପ୍‌ର ଓଡ଼ିଶାକୁ ଏହା ଦ୍ୱିତୀୟ ଗସ୍ତ । ଏହି ଗସ୍ତରେ ରାଜ୍ୟରେ ନୂଆ ଶକ୍ତି ପ୍ରକଳ୍ପ ସ୍ଥାପନ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବଡ଼ ଧରଣର ନିବେଶ ନେଇ ଆଲୋଚନା ହୋଇଛି । ସରକାରୀ ସ୍ତରରେ ଆଣବିକ ଶକ୍ତି କେନ୍ଦ୍ର ସ୍ଥାପନାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ଶକ୍ତି ବିଭାଗର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।
ଓଡ଼ିଶାରେ ପ୍ରସ୍ତାବିତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟକୁ ନେଇ ପୂର୍ବରୁ ହିଁ ବିରୋଧୀ ଦଳଗୁଡ଼ିକ ଆପତ୍ତି ଉଠାଇଛନ୍ତି । ବିଶେଷକରି ବିଜେଡି ପକ୍ଷରୁ ପ୍ରସ୍ତାବିତ ନ୍ୟୁକ୍ଲିୟର ପ୍ଲାଣ୍ଟର ସୁରକ୍ଷା, ପରିବେଶ ଏବଂ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ନେଇ ପ୍ରଶ୍ନ ଉଠାଯାଇଛି । ପ୍ରକଳ୍ପ ନେଇ ସରକାର ଆଗକୁ ବଢ଼ିଲେ ବିରୋଧ ତୀବ୍ର ହେବ ବୋଲି ଦଳ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଥିଲା । ଆଦାନୀ ଗ୍ରୁପ୍ ସହ ଟାଟା ଗ୍ରୁପ୍ ମଧ୍ୟ ଓଡ଼ିଶାରେ ଆଣବିକ ବିଦ୍ୟୁତ ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଥିବାର ସୂଚନା ମିଳିଛି ।ପରମାଣୁ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କର ପରମାଣୁ ଶକ୍ତି ବିଭାଗ ଏବଂ ସମ୍ପୃକ୍ତ ନିୟାମକ ସଂସ୍ଥାଗୁଡ଼ିକର ଅନୁମୋଦନ ସହ ବିଭିନ୍ନ ପରିବେଶ ଓ ସୁରକ୍ଷା ସମ୍ବନ୍ଧୀୟ ମଞ୍ଜୁରୀ ଆବଶ୍ୟକ ହୋଇଥାଏ।

  • Related Posts

    ଗୋଟିଏ ବନ୍ୟାର ଦୁର୍ଦ୍ଦଶା ସରିନଥିବା ବେଳେ ପୁଣି ଏକ ବନ୍ୟା

    ଭୁବନେଶ୍ବର: ଗୋଟିଏ ବନ୍ୟାର ଦୁର୍ଦ୍ଦଶା ସରିନଥିବା ବେଳେ ପୁଣି ଏକ ବନ୍ୟା । ପୁଣି ଘରେ ପଶିଛି ବନ୍ୟା ପାଣି। ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଯାଜପୁରର ତଳିଆ ଅଞ୍ଚଳ ଲୋକେ । ବୈତରଣୀ ନଦୀରେ ତୃତୀୟ ଥର ବନ୍ୟା ଆସିଛି ।…

    Continue reading
    ସ୍ତ୍ରୀକୁ ମାରି ପୋଖରୀକୁ ଫିଙ୍ଗିଦେଲା ସ୍ୱାମୀ !

    ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବେଲଦ୍ୱାର ଗାଁରେ ଯୌତୁକ ଜନିତ କଳହକୁ କେନ୍ଦ୍ର କରି ଜଣେ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ହାତ ବାନ୍ଧି ପୋଖରୀକୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ