ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦୁଇ ଦନ୍ତା ହାତୀ

ଭୁବନେଶ୍ୱର : ଶିଖରଚଣ୍ଡୀ ପାହାଡ଼ରେ ଦନ୍ତା ହାତୀ । ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦେଖାଦେଇଛନ୍ତି ଦୁଇଟି ଦନ୍ତା ହାତୀ । ଗତ ଦୁଇ ଦିନ ହେଉଛି ସେମାନେ ମୁଣ୍ଡିଆ ଅଞ୍ଚଳରେ ଡେରା ପକାଇ ରହିଛନ୍ତି । ଆମ୍ବ ଖାଇବା ଅନ୍ୱେଷଣରେ ଆସିଥିବା ଏହି ଦୁଇ ଦନ୍ତା ହାତୀ ଏବେ ଶିଖରଚଣ୍ଡୀ ପାହାଡ଼ ମୁଣ୍ଡିଆରେ ରହୁଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ‘ବଡ଼ ଫେରେକଟା’ ଓ ‘ସାନ ଫେରେକଟା’ ବୋଲି କହୁଛନ୍ତି । ହାତୀମାନେ ଯେପରି ଜନବସତି ମୁହାଁ ନ ହୁଅନ୍ତି, ସେଥିପାଇଁ ବନ ବିଭାଗ ପକ୍ଷରୁ କଡ଼ା ପାଟ୍ରୋଲିଂ ଚାଲିଛି । ସ୍ଥାନୀୟଲୋକଙ୍କୁ ମଧ୍ୟ ସଚେତନ ରହିବାକୁ ଅନୁରୋଧ କରାଯାଇଛି ।

ଅନ୍ୟପଟେ ହାତୀ ପାଇଁ ହନ୍ତସନ୍ତ ଗାଁ ଲୋକେ । ନରଣପୁରରେ ଝାଡଖଣ୍ଡୀ ପାଇଲଟ ଦନ୍ତା ହାତୀ ଉପଦ୍ରବ । ହାତୀ ପାଇଁ ବିଦ୍ୟୁତ କାଟ ଗାଁ ଅନ୍ଧାର।ମାନସ ଭୂୟାଁଙ୍କ ମକା ବାଡ଼ିରେ ପଶିବା ସହ ହାତୀଟି ଗାଁରେ ପଇଁତରା ମରୁଛି । ନୀଳଗିରି ବନବିଭାଗ ହାତୀ ଘଉଡାଇବାରେ ଲାଗିଛନ୍ତି । ଗ୍ରାଷ୍ମ ଦିନରେ ବିଦ୍ୟୁତ କାଟ ଲୋକଙ୍କ ଚିନ୍ତା ବଢ଼ାଇଥିବାବେଳେ ହାତୀ ଉପଦ୍ରବ ପାଇଁ ନାକେଦମ ହୋଇଛନ୍ତି ।

  • Related Posts

    ରାଜ୍ୟ ଯୋଜନା ବୋର୍ଡ ହେଲା ‘ସିଟି-ଓଡ଼ିଶା’

    ଭୁବନେଶ୍ୱର: ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନିତି ଓ ବିକାଶ’ର ଥିଙ୍କଟ୍ୟାଙ୍କ ପାଲଟିଥିବା ‘ଯୋଜନା ବୋର୍ଡ’ ଏବେ ଇତିହାସ। କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା…

    Continue reading
    ପୁଣି ଏକ ହାତୀ ମୃତ

    କନ୍ଧମାଳ:ବେଲଘର୍ ରେଞ୍ଜରେ ପୁଣି ଏକ ହାତୀର ମୃତ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ନିକଟସ୍ତ ଶିମିଳିପଦର ଜଙ୍ଗଲରେ ହାତୀ ମୃତ ଶରୀର ମିଳିଛି। କିଛି ଦିନ ହେବ ବଲାଙ୍ଗୀର ଜଙ୍ଗଲରୁ ହାତୀଟି ଆସଥିଲା। କଲାହାଣ୍ଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ