ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର : ଲୋକସେବା ଭବନରେ ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା । ରାଜ୍ୟରେ ଶିଳ୍ପର ବିକାଶ ନେଇ ଆଲୋଚନା ହୋଇଛି । ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ଶିଳ୍ପ ସଚିବ ସାମିଲ ହୋଇଛନ୍ତି ।ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପପତିଙ୍କ ସହ ଆଲୋଚନା ହେଲା । ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । ୧୩ ଲକ୍ଷ କୋଟି ଟଙ୍କାର ଏମ୍‌ଓୟୁ ହୋଇଥିଲା । ଗ୍ରାଉଣ୍ଡ ବ୍ରେକିଂ ହୋଇଛି କି ନାହିଁ, ନା କେବଳ ଏମଓୟୁ ହେଉଛି ପୂର୍ବ ସରକାର ଭଳି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏମଓୟୁ ହେଲା ପରେ ଗ୍ରାଉଣ୍ଡ ବ୍ରେକିଂ କ୍ଷେତ୍ରରେ ବିଜେପି ସରକାର ସଫଳ ହୋଇଛି । ଖୋର୍ଦ୍ଧାରେ ୬ ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ ହୋଇଛି ଏବଂ ୩୦ ହାଜର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । କଳିଙ୍ଗ ନଗରରେ ଲକ୍ଷାଧିକ କୋଟି ଟଙ୍କାର ୧୪ଟି କମ୍ପାନୀ ପାଇଁ ଶିଳାନ୍ୟାସ ହୋଇଛି । ଢେଙ୍କାନାଳରେ ଶିଳ୍ପ ପାଇଁ ଗ୍ରାଉଣ୍ଡ ବ୍ରେକିଂ ହେଲା । ଗଞ୍ଜାମ ଛତ୍ରପୁର ଠାରେ ୧୨ଟି କମ୍ପାନୀ ସହ ଏମଓୟୁ ସାଇନ୍ ହେଲା । ଉତ୍କର୍ଷ ଓଡ଼ିଶାର ମାତ୍ର ୪ ମାସ ଭିତରେ ୪ଟି ସ୍ଥାନରେ ୫୬ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇ ୧.୭୮ ଲକ୍ଷ କୋଟିର ପୁଞ୍ଜିନିବେଶ ଆସିଲା । ୧ ଲକ୍ଷ ୧୦ ହାଜର ଯୁବକ ପାଇବେ ରୋଜଗାର । ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନୁମୋଦନ । ୫ ବର୍ଷ ଭିତରେ ଯାହା ହୋଇନଥିଲା, ଗୋଟିଏ ବର୍ଷ ଭିତରେ ହୋଇଛି । ଖଣି, ଧାତୁ, କେମିକାଲ, ବସ୍ତ୍ର, ଇଲେକ୍ଟ୍ରୋନିକ୍ସ, ପର୍ୟ୍ୟଟନ ଓ ଟେକ୍ନୋଲୋଜି କ୍ଷେତ୍ରରେ ଶିଳ୍ପ କରିବା ପାଇଁ ଯୋଜନା ରହିଛି । ୨୦୩୬ ସମୃଦ୍ଧ ଓଡ଼ିଶା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଓଡ଼ିଶା ପାଇଁ ଭଲ ସମୟ ଆସୁଛି । ଶିଳ୍ପ ଭିତ୍ତିଭୂମି, ରେଳ, ରୋଡ଼ ଭିତ୍ତିଭୂମି, ୩ ବନ୍ଦରର କାପାସିଟି ବୃଦ୍ଧି, ଆଉ ୩ଟି ବନ୍ଦର ବିକଶିତ କରିବା ପାଇଁ ଆଗକୁ ପଦକ୍ଷେପ ନିଆଯିବ । କିଛି ଜେଟି ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଆଗାମୀ ୫ ବର୍ଷ ଭିତରେ ଲକ୍ଷ୍ୟ ଠାରୁ ବି ଅଧିକ କାମ ହେବ । ୫୦୦ ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ