ଶୂନ୍ୟକାଳରେ ଉଠିଲା ଯାତ୍ରା ପେଣ୍ଡାଲରେ ଘୁଷୁରୀ ଖାଇବା ପ୍ରସଙ୍ଗ

ଭୁବନେଶ୍ୱର: ସୋମବାର ବିଧାନସଭାର ଶୂନ୍ୟକାଳରେ ଯାତ୍ରା ପେଣ୍ଡାଲରେ ଘୁଷୁରୀ ଖାଇବା ପ୍ରସଙ୍ଗ ଉଠିଛି । ବିଧାୟକ ବାବୁ ସିଂ ଏହି ପ୍ରସଙ୍ଗ ଉଠାଇ ଏହାକୁ ଓଡ଼ିଆ ସଂସ୍କୃତିର ଅପମାନ ବୋଲି କହିଛନ୍ତି । ସେହିପରି ଫିଲ୍ମରେ ଯେପରି ସେନସର ବୋର୍ଡ ଅଛି, ଯାତ୍ରାରେ ବି ସେମିତି ବି ହେଉ ବୋଲି ବାବୁ ସିଂ ଦାବି କରିଛନ୍ତି ।

ପ୍ରକାଶ ଯେ ଅସୁର ଭୂମିକାରେ ଅଭିନୟ କରୁଥିଲେ। କିନ୍ତୁ ସତକୁ ସତ ଅସୁର ପାଲଟି ଯାଇଥିଲେ। ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ମାରି ତା’ ମାଂସ ଖାଇଥିଲେ। ଆଶ୍ଚର୍ୟ୍ୟ ଲାଗୁଥିଲେ ବି କଥାଟି ସତ। ଏମିତି ଏକ ନୃଶଂସ ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ରାଲବ ଗାଁରେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆହୁରି ଆଶ୍ଚର୍ୟ୍ୟର କଥା, ଶହ ଶହ ଲୋକ ଏ ଦୃଶ୍ୟ ଦେଖୁଥିଲେ ବି କେହି ସେହି କଳାକାରମାନଙ୍କୁ ଅଟକାଇବାକୁ ପ୍ରୟାସ କରି ନଥିଲେ।

ରାଲବ ଗାଁରେ ଗତ ନଭେମ୍ବର ୨୪ ତାରିଖରେ ପରିବେଷଣ ହୋଇଥିଲା ପୌରାଣିକ ନାଟକ ରାମାୟଣ। ନାଟକ ଆଗେଇ ଚାଲିଥିବା ବେଳେ ଏକ ସମୟରେ ମଞ୍ଚ ଉପରେ ଅଭିନୟ କରୁଥିଲେ ରାକ୍ଷସ ବେଶରେ ଥିବା କିଛି କଳାକାର। ସେତେବେଳେ ଏକ ଛୋଟ ଜୀବନ୍ତ ଘୁଷୁରୀକୁ ମଞ୍ଚରେ ବାନ୍ଧି ଝୁଲାଇ ଦିଆଯାଇଥିଲା। ତା’ ପଛ ଗୋଡ଼ ଦୁଇଟି ଉପରକୁ ଥିବା ବେଳେ ମୁଣ୍ଡ ତଳକୁ ଥିଲା। ତା’ ମୁହଁକୁ ବାନ୍ଧି ଦିଆଯାଇଥିଲା।

ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ପ୍ରାୟ ୫ ଜଣ କଳାକାର ଘୁଷୁରୀ ପାଖକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଝୁଲି ରହିଥିବା ଘୁଷୁରୀର ପେଟକୁ ଚିରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘୁଷୁରୀଟି ଜୋରରେ ଛଟପଟ ହୋଇଥିଲା। ସେ ଏକ କପଡ଼ାରେ ଘୁଷୁରୀର ଆଗ ଗୋଡ଼ ଦୁଇଟିକୁ ବାନ୍ଧି ଦେଇଥିଲେ। ତା’ପରେ ସେ ଘୁଷୁରୀର ପେଟ ଚିରି ତା’ ଅନ୍ତବୁଜୁଳା ବାହାର କରି ଦେଇଥିଲେ। ଏହା ପରେ ଅନ୍ୟ ଜଣେ କଳାକାର ପାଟି ଲଗାଇ ଘୁଷୁରୀ ପେଟ ଭିତରୁ କିଛି ଅଂଶ ଟାଣି ଆଣି ତାକୁ ଚୋବାଉଥିବା ଦେଖିବାକୁ ମିଳିଥିଲା। ଏମିତି କିଛି ସମୟ ଧରି ଏ ପ୍ରକାର ଦୃଶ୍ୟ ସେଠାରେ ଦେଖିବାକୁ ମିଳିଥିଲା। କିନ୍ତୁ ଉପସ୍ଥିତ ଦର୍ଶକମାନେ ଏହାକୁ ବିରୋଧ କରିବା ଦେଖିବାକୁ ମିଳି ନଥିଲା।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ