ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଗତ ବର୍ଷେରୁ ଅଧିକ ସମୟରୁ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉଭୟ ଦେଶ ଚୁକ୍ତିକୁ ଅନ୍ତିମ ରୂପ ଦେବାର ଅତି ନିକଟରେ ଅଛନ୍ତି ଏବଂ ଆସନ୍ତା କିଛି ସପ୍ତାହ ଭାତରେ ଏହା ସମ୍ପୂର୍ଣ୍ଣ ହୋଇପାରେ ।

ମଙ୍ଗଳବାର ହ୍ବାଇଟ୍ ହାଉସରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଭାରତ ଏହି ଚୁକ୍ତି କରିବାକୁ ଚାହୁଁଛି ଏବଂ ଆମେ ମଧ୍ୟ କରିବୁ । ସେ ସ୍ପଷ୍ଟ କରିଛନ୍ତି ଯେ ଉଭୟ ଦେଶ ଏହି ଚୁକ୍ତିର ଅତି ନିକଟତର ଅଛନ୍ତି । ପୂର୍ବ ବୁଝାମଣା ତୁଳନାରେ ଏହି ଚୁକ୍ତି ସମ୍ପୂର୍ଣ୍ଣ ଭିନ୍ନ ଧରଣର ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି । ଭାରତ ଗସ୍ତରେ ଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ବର୍ତ୍ତମାନ ଆଲୋଚନା କେବଳ କିଛି ବୈଷୟିକ ଦିଗ ଓ ଭାଷାଗତ ସହମତି ଉପରେ କେନ୍ଦ୍ରିଭୂତ ଅଛି । ଚୁକ୍ତିର ପ୍ରତ୍ୟେକ ସର୍ତ୍ତର ଅର୍ଥ ଉଭୟ ଦେଶ ପାଇଁ ସମାନ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି । ମାସ ମାସ ଧରି ଚାଲିଥିବା ଆଲୋଚନା ଏବେ ଅନ୍ତିମ ପର୍ଯ୍ୟାୟରେ ଥିବାରୁ କିଛି ସପ୍ତାହ ଭାତରେ ଏହା ଘୋଷଣା ହୋଇପାରେ ।

ଆମେରିକା ରାଜଦୂତ ସର୍ଜିଓ ଗୋର ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଏହି ଆଲୋଚନାରେ ଆଶାଜନକ ପ୍ରଗତି ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟ ଦେଶଗୁଡ଼ିକ ଅପେକ୍ଷା ଭାରତକୁ ଅଧିକ ଅନୁକୂଳ ଟାରିଫ୍ ହାର ମିଳିବା ନେଇ ପ୍ରଶ୍ନ କରାଯିବାରୁ ରୁବିଓ କହିଛନ୍ତି ଯେ ଯେକୌଣସି ବାଣିଜ୍ୟ ଚୁକ୍ତିର ମୂଳ ଲକ୍ଷ୍ୟ ହେଉଛି ପୂର୍ବ ଅପେକ୍ଷା ଭଲ ସର୍ତ୍ତ ଏବଂ ଲାଭଦାୟକ ହାର ହାସଲ କରିବା । ଉଭୟ ଦେଶର ଜାତୀୟ ହିତ ଏବଂ ଅର୍ଥନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଚୁକ୍ତିକୁ ଅନ୍ତିମ ରୂପ ଦିଆଯାଉଛି, ଯାହା ଦ୍ୱାରା ଉଭୟ ରାଷ୍ଟ୍ର ସମାନ ଭାବେ ଲାଭବାନ ହୋଇପାରିବେ ।

  • Related Posts

    ଟାଇଗର ନୁହଁ , ସଲମାନ ଖାନ୍ ଥିଲେ ଟାର୍ଗେଟ୍

    ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍‌ ନୁହଁନ୍ତି, ବରଂ ଅଭିନେତା ସଲମାନ ଖାନ୍ ଥିଲେ ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍‌ ବୋଲି ଜଣାପଡ଼ିଛି। ସଲମାନଙ୍କ ଘର ଆଖପାଖରେ କଡ଼ା…

    Continue reading
    ମାଡ଼ି ଆସୁଛି ସୁପର ଟାଇଫୁନ୍ ଚାମ୍ପି , ବିଶ୍ବର ସବୁଠାରୁ ଶକ୍ତିଶାଳୀ ବାତ୍ୟା

    ନୂଆଦିଲ୍ଲୀ: ମାଡ଼ି ଆସୁଛି ସୁପର ଟାଇଫୁନ୍ ଚାମ୍ପି । ପବନର ବେଗ ୨୯୬ କିମି ରହିବ । ଏହା ୨୦୨୬ମସିହାରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବାତ୍ୟା । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସୁଫର ଟାଇଫୁନ୍ ଚାମ୍ପି ଭୀଷଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି