ଶେଷ ପର୍ୟ୍ୟନ୍ତ ଆମେ ନବୀନଙ୍କ ସହିତ ରହିବୁ:ମାନସ ମଙ୍ଗରାଜ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରେ ‘ବିଜେଡି’ର ଦୁଇ ଜଣ ସାଂସଦ ଦଳ ଛାଡି ‘ବିଜେପି’ରେ ସାମିଲ ହୋଇଛନ୍ତି । ବିଜେଡିର ଆଉ କିଛି ସାଂସଦ ‘ବିଜେପି’ ସହ ଯୋଗାଯୋଗରେ ଥିବା ଦଳ ଛାଡିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ଲାଗି ରହିଛି । ଯାହାକୁ ନେଇ ଗତ କିଛି ଦିନ ହେବ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏନେଇ ମଙ୍ଗଳବାର ବିଜେଡିର ସମସ୍ତ ୭ ରାଜ୍ୟସଭା ସାଂସଦ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ।

ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି, “ସାଢେ ୪ କୋଟି ଓଡ଼ିଆଙ୍କୁ ଆମେ ରାଜ୍ୟସଭାରେ ପ୍ରତିନିଧିତ୍ଵ କରୁଛୁ । ଗତ କିଛିଦିନ ହେବ ଆମର ଚରିତ୍ର ସଂହାର କରିବା ଭଳି ଖବର ପରିବେଷଣ ହେଉଛି । ବିଜେଡି ଛାଡି ବିଜେପି ପାଖରେ ସାମିଲ ହେବୁ, ବିଜେପି ପାଖରେ ବିକ୍ରୀ ହେବା ନେଇ ଆମ ଫଟୋକୁ ବିକୃତ କରି ଖବର ଦେଖାଯାଉଛି । ଏହା ଆମକୁ ମର୍ମାହତ କରୁଛି । ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା ବେଳେ ଏଭଳି ମିଥ୍ୟା ଓ କପୋଳକଳ୍ପିତ ଖବର ଆମ ମନକୁ ଆନ୍ଦୋଳିତ କରୁଛି । ରାଜ୍ୟରେ ଥିବା ଦଳର କର୍ମ, ସମ୍ପର୍କୀୟ, ବନ୍ଧୁ ଓ ପରିବାର ବର୍ଗ ଆଘାତ ପାଉଛନ୍ତି । ଗତ ସପ୍ତାହରେ ବିଜେଡ଼ିର ୫ ସାଂସଦ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ସହ ରାଜ୍ୟ ସଂପର୍କିତ କିଛି ପ୍ରସଙ୍ଗରେ ଆଲୋଚନା ପାଇଁ ଯାଇଥିଲୁ । ସେ ରାଜ୍ୟସଭା ଅଧ୍ୟକ୍ଷ ହୋଇଥିବାରୁ ଆମ ପରି ଅନେକ ଦଳର ସଦସ୍ୟ ତାଙ୍କୁ ଭେଟି ଆଲୋଚନା କରନ୍ତି । ଆମେ ଭେଟିବାର ଫଟୋ ପୋଷ୍ଟ କରିଥିଲୁ । ସେହି ଫଟୋକୁ ନେଇ ରାଜ୍ୟରେ ଆମକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହେଲା । ସ୍ପଷ୍ଟ କରୁଛୁ ଆମେ ଦଳର ସଭାପତି ନବୀନ ପଟ୍ଟନାୟକ ଓ ବିଜେଡି ସହିତ ଅଛୁ । ଶେଷ ପର୍ୟ୍ୟନ୍ତ ମଧ୍ୟ ଆମେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ରହିବୁ ।”

  • Related Posts

    ଛାତ୍ର ସଂସଦ ନିର୍ବାଚନ:ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ

    ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର…

    Continue reading
    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ