ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଟ୍ରକ, ୧୨ ମୃତ

ନୂଆଦିଲ୍ଲୀ: କୋଲକାତା ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଭିତରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ୨୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଭୋରୁ ଶୀତଳା ମା ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମନ୍ଦିର ନିକଟରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ କଣ୍ଟ୍ରୋଲ ହରାଇ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ପୁଲିସ ଚେକ୍ ପଏଣ୍ଟକୁ ଭାଙ୍ଗି ଶ୍ରଦ୍ଧାଳୁଙ୍କ ଉପରେ ଟ୍ରକଟି ଚଢିଗଲା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଭିତରେ ପୁଲିସ୍‌ କର୍ମୀ ଥିବା ସୂଚନା ମିଳିଛି । ସେମାନେ ଦୁର୍ଘଟଣା ସମୟରେ ଡ୍ୟୁଟିରେ ଥିଲେ ।

ବ୍ୟାରିକେଟ୍ ଭାଙ୍ଗି ଚଢିଗଲା ଟ୍ରକ- ଏସଏସବି ଧର୍ମବୀର ସିଂହ କହିଛନ୍ତି, ଚିନୋରରୁ ମନ୍ଦିରକୁ ଯାଉଥିବା ରାସ୍ତା ଭଲ ନାହିଁ । ଏହି ମାର୍ଗରେ ଯାନବାହାନ ଚଳାଚଳ ନିଷୋଧ କରାଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ ଧାନ ଭର୍ତ୍ତି ଟ୍ରକ୍ ସେଠାରେ ଅଟକି ଯାଇଥିଲା । ଟ୍ରକଟି ପୁଲିସ୍ ବ୍ୟାରିକେଟ୍ ଭାଙ୍ଗି ହଠାତ୍ ନିୟନ୍ତ୍ରଣ ହରାଇଥିଲା । ଏହା ପରେ ମନ୍ଦିର ବାହାର କାନ୍ଥ ଏବଂ ଫାଟକ ସହିତ ଧକ୍କା ହୋଇଥିଲା । ରାସ୍ତାରେ ଥିବା ଶ୍ରଦ୍ଧାଳୁମାନେ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ । ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ୨୯ରୁ ଅଧିକ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । ଦୁର୍ଘଟଣାରେ ଡ୍ୟୁଟିରେ ଥିବା ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।

  • Related Posts

    ମଣ୍ଡପରେ ଦଳାଚକଟା ଟ୍ରାଜେଡି; ୭ ଗିରଫ

    କୋଲକାତା; ପଶ୍ଚିମବଙ୍ଗ ରାଜଧାନୀ ଉତ୍ତର କୋଲକାତାରେ ଦୁର୍ଗପୂଜା ମହୋତ୍ସବରେ ହୃଦୟବିଦାରକ ଅଘଟଣ ଘଟିଛି । ଚୋରବାଗାନର ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ୩୦ ଜଣ ଆହତ ହୋଇଛନ୍ତି । କୋଲକାତା ପୁଲିସ ହତ୍ୟା ମାମଲା…

    Continue reading
    ପ୍ରେସ ସଚିବଙ୍କୁ ହଟାଇଲେ ଟ୍ରମ୍ପ

    ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍ର ୫ ଦିନ ଭିତରେ ତାଙ୍କର ନୂଆ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇ ଦେଇଛନ୍ତି। ଜାକାରିଆ ସୋମବାର କାର୍ଯ୍ୟଭାର ଗ୍ରହଣ କରିଥିଲେ। ହ୍ୱାଇଟ୍ ହାଉସ୍‌ର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି