ଶ୍ରମିକ ମୃତ୍ୟୁ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ସହ ସହାୟତା ରା‌ଶି ଘୋଷଣା

ଦେବଗଡ଼:ଅସୁସ୍ଥ ହୋଇ ଘରକୁ ଫେରିବା ପାଇଁ ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଟ୍ରେନ ଆସିବା ପୂର୍ବରୁ ଆସିଲା ମୃତ୍ୟୁ l ଚେନ୍ନାଇରଏଗମୋର ରେଲୱେ ଷ୍ଟେସନରେଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ ଶ୍ରମିକ ଦେବଗଡ଼ ଜିଲ୍ଲା ବାରକୋଟଥାନାରପୁରୁଣାବାରକୋଟ ଗ୍ରାମର ଧନଞ୍ଜୟ ବେହେରାଙ୍କଙ୍କ ପୁଅ ବୈକୁଣ୍ଠ ବେହେରା।ସୂଚନା ଅନୁଯାୟୀ, ଗତ ପ୍ରାୟ ୪ ମାସ ପୂର୍ବେ ପୁରୁଣା ବାରକୋଟର ବୈକୁଣ୍ଠ ଚେନ୍ନାଇ କୁ ଦାଦନ ଖଟିବାକୁ ଯାଇଥିବା ବେଳେ ଗତ କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଖରାପ ହୋଇଥିଲା l ଗତକାଲି ସନ୍ଧ୍ୟାରେ ଅନ୍ୟ ଜଣେ ସାଥିଙ୍କ ସହ ସେ ଘରକୁ ଫେରିବା ପାଇଁ ଏଗମୋର ରେଳ ଷ୍ଟେସନରେ ପହଞ୍ଚି ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଟ୍ରେନ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।ସାଥିରେ ଥିବା ସହଯୋଗୀ ଜଣକ ଏ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେବା ସହ ସ୍ଥାନୀୟ ଆରପିଏଫ ମୃତଦେହକୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିବା ସୂଚନା ଦେଇଥିଲେ lଏହି ଖବର ପାଇ ପରିବାର ଲୋକେ ଉପାୟ ଶୂନ୍ୟ ହୋଇପଡ଼ିଥିବା ବେଳେ ମୃତ ଦେହକୁ ଗାଁ କୁ ଫେରାଇ ଆଣିବାକୁ ପରିବାର ଲୋକଙ୍କ ପ୍ରଶାସନକୁ ଗୁହାରି କରିଥିଲେ। ବୈକୁଣ୍ଠଙ୍କ ମୃତ ଦେହ ଆଜି ସଂଧ୍ୟାରେ ‌ତାଙ୍କର ଗ୍ରାମରେ ପଂହଚିଥିଲା।ଉକ୍ତ ଘଟଣା‌ ସଂପର୍କରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିବା ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହାସହିତ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ମଧ୍ୟ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

  • Related Posts

    କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି: କଂଗ୍ରେସ

    ଭୁବନେଶ୍ବର: ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ…

    Continue reading
    ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ

    ଦେବଗଡ଼:ଦେବଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶ୍ଚିମ ସମ୍ଭାଗ ସଂପାଦକ ତ୍ରିବିକ୍ରମ ଶତପଥି ମୁଖ୍ୟଅତିଥି, ସମ୍ବଲପୁର ବିଭାଗ ସଂଘଚାଳକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମୁଖ୍ୟବକ୍ତା ଭାବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି