
ଦେବଗଡ଼:ଦେବଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ସଙ୍କୁଳ ପ୍ରମୁଖ ସଦାନନ୍ଦ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ତିଲେଇବଣି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ସାହୁ ମୁଖ୍ୟଅତିଥି, ଜିଲ୍ଲା ପ୍ରମୁଖ ବିଜୟ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ନିଜର ବକ୍ତବ୍ୟ ରଖିଥିଲେ।ସଙ୍କୁଳ ସଂଯୋଜକ ଉମାକାନ୍ତ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଜ୍ଞାନ ପ୍ରମୁଖ ଆଚାର୍ଯ୍ୟ ମିଲିରାଣୀ ଧର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମରେ ସଙ୍କୁଳ ଅନ୍ତର୍ଗତ ୧୦ଟି ବିଦ୍ୟାଳୟରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ପଶ୍ଚିମ ସମ୍ଭାଗ ଶିକ୍ଷା ବିକାଶ ସମିତିର ସମ୍ପାଦକ ତ୍ରିବିକ୍ରମ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।ଆଚାର୍ଯ୍ୟା ଗୀତାରାଣୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସଭାପତି ପରମାନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟା ପଲ୍ଲୀଶ୍ରୀ ନାଏକ,ସ୍ନିଗଧାରାଣୀ ନନ୍ଦଙ୍କ ସମେତ ସଙ୍କୁଳ ଅନ୍ତର୍ଗତ ପ୍ରଧାନ ଆଚାର୍ଯ୍ୟ, ବିଦ୍ୟାଳୟା କର୍ମଚାରୀମାନେ ସହଯୋଗ କରିଥିଲେ।




