ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

ବରଗଡ଼: ବରଗଡ଼ ଜିଲ୍ଲା ଆଗଲପୁର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକଙ୍କୁ ଗୁଳି କରି ହତ୍ୟା l ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚୀନାଜୁରୀ ନିକଟରେ ରାସ୍ତା ଉପରେ ହୋଇଛି ହତ୍ୟାକାଣ୍ଡ l 39 ବର୍ଷୀୟ ଅଚ୍ୟୁତାନନ୍ଦଙ୍କ ମୃତଦେହ ରକ୍ତଜୁଡୁବୁଡୁ ଅବସ୍ଥାରେ କାରର ଡ୍ରାଇଭର ସିଟ୍‌ରେ ଥିବା ଦେଖିବାକୁ ମିଳିଛି l ଖବର ପାଇ ଆଜି ସକାଳୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।କାର ଭିତରେ ବନ୍ଧୁକର ଗୋଟିଏ ଖୋଖା ପଡ଼ିଥିବା ବେଳେ ଅଚ୍ୟୁତାନନ୍ଦ ନାଏକଙ୍କ ଛାତିରେ ଗୁଳି ବାଜିଥିବା ପୋଲିସ କହିଛି l ଅଚ୍ୟୁତାନନ୍ଦ ନିଜେ କାର ଚଲାଇ ଯାଉଥିବା ବେଳେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଅନୁମାନ କରୁଛି ପୋଲିସ l
ତେବେ ଘଟଣାଟି ସୋନପୁର ଜିଲ୍ଲା ଓ ବରଗଡ଼ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ହୋଇଥିବା ବେଳେ ଉଭୟ ଜିଲ୍ଲାର ପୋଲିସ ଘଟଣା ସ୍ଥଳକୁ ପହଞ୍ଚିଥିଲେ । ମାତ୍ର ଉକ୍ତ ହତ୍ୟାକାଣ୍ଡ ଘଟଣାଟି ସୋନପୁର ଜିଲ୍ଲାରେ ଆସୁଥିବାରୁ ସୋନପୁର ଜିଲ୍ଲାର ପୋଲିସ ଏହି ମାମଲକୁ ହାତକୁ ନେଇଛି ଓ ଏହାର ତଦନ୍ତ ଆରମ୍ଭ କରିଛି l
ବରଗଡ଼ ବରପାଲି ପୋଲିସ IIC ପ୍ରମୋଦ ସାହୁ ଏହି ହତ୍ୟା ଘଟଣା ସମ୍ପର୍କରେ କହିଛନ୍ତି ଯେ, ଅଚ୍ୟୁତାନନ୍ଦ ନାଏକ ଆଗଲପୁରର ସମିତି ସଭ୍ୟ ଥିଲେ ଯିଏ କି କେବାଡ଼ ଗାଁର ବାସିନ୍ଦା ଅଟନ୍ତି l ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିକୁ ସେ ଦୈନନ୍ଦିନ ଆସୁଥିଲେ l ଡୁଙ୍ଗୁରିପାଲିରେ ଥିବା ଶନି ମନ୍ଦିରରେ ଅଚ୍ୟୁତାନନ୍ଦ ପୂଜକ ଭାବେ ଥିଲେ ଓ ପ୍ରତିଦିନ ସେ ମନ୍ଦିରକୁ ଆସୁଥିଲେ lଗତକାଲି(ଗୁରୁବାର) ରାତିରେ 8 ଟାରେ ସେ ଘରୁ ରାତ୍ରି ଭୋଜନ କରିବା ପରେ OD 15 A 8191 ନମ୍ବର ବିଶିଷ୍ଟ କାରରେ ଡୁଙ୍ଗୁରିପାଲିକୁ ଆସିଥିଲେ କିନ୍ତୁ ସେ ଆଉ ଘରକୁ ଫେରିନଥିଲେ l ତେବେ ତାଙ୍କ ମୃତଦେହ କାର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା l କାରଟି ଚୀନାଜୁରୀ ଠାରେ ଡୁଙ୍ଗୁରିପାଲିରୁ ବଲାଙ୍ଗୀର ପଟକୁ ମୁହଁ କରିଥିବାରୁ ସେ ଡୁଙ୍ଗୁରିପାଲିରୁ ବଲାଙ୍ଗୀର ପଟକୁ ଯାଉଥିବା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି l
ମୃତ ଅଚ୍ୟୁତାନନ୍ଦଙ୍କ ବାପାଙ୍କ ଥାନାରେ ଦେଇଥିବା ଏତଲା ଅନୁଯାୟୀ, ଅଚ୍ୟୁତାନନ୍ଦଙ୍କୁ କେହି ଜଣେ ଫୋନ କରି ଚିନାଜୁରୀକୁ ଡାକିଥିଲେ ଭେଟ ପଡିବାକୁ l ତେବେ ଅଚ୍ୟୁତାନନ୍ଦ ରାତିରେ ଘରୁ ଖାଇ ସାରିବା ପରେ ବାହାରିପଡିଥିଲେ ଏବଂ ଆଉ ଘରକୁ ଫେରିନଥିଲେ l ରାତିରେ ଘରକୁ ନଫେରିବାରୁ ତାଙ୍କ ବାପା ଚିନାଜୁରୀ ପଟକୁ ଖୋଜିବାକୁ ଆସିଥିଲେ ଓ ରାସ୍ତାରେ କାର ଭିତରେ ତାଙ୍କ ପୁଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ l
ତେବେ କିଏ ଓ କାହିଁକି ଅଚ୍ୟୁତାନନ୍ଦଙ୍କୁ ଏପରି ଗୁଳିମାରି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ଏହା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହୋଇଥିବା ନେଇ ପୋଲିସ ଅନୁମାନ କରୁଛି l ଘଟଣା ସ୍ଥଳକୁ ବିଜେପୁରର ପୂର୍ବତନ ବିଧାୟିକା ରୀତା ସାହୁ ବର୍ତମାନ ପହଞ୍ଚି ଥିବାବେଳେ ଅଚ୍ୟୁତାନନ୍ଦଙ୍କ ହତ୍ୟାକାରୀକୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି l ତେବେ ଉଭୟ ବରଗଡ଼ ଓ ସୋନପୁର ମିଶି ଏହି ହତ୍ୟାକାଣ୍ଡ ଘଟଣା ଉପରେ ତଦନ୍ତ ଆରମ୍ଭ କରିଦେଇଥିବା ଜଣାପଡିଛି l

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ