ସମୂହ ଇସ୍ତଫା ଦେବାକୁ ଡାକ୍ତରମାନଙ୍କ ଚେତାବନୀ

ଭୁବନେଶ୍ବର : ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍(ଓମସା) ସମୂହ ଇସ୍ତଫା ଦେବାକୁ ଧମକ ଦେଇଛି। ଓମସା ପକ୍ଷରୁ ଭୁବନେଶ୍ବରରେ ବିଶାଳ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍ ସରକାରଙ୍କ ଉପରେ ବର୍ଷିଥିଲା। ସରକାର ସେମାନଙ୍କ ସହ ପ୍ରତାରଣା କରିଛନ୍ତି। ଯେଉଁଥି ପାଇଁ ସେମାନେ ଆଗାମୀ ଦିନରେ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବେ, ଦରକାର ପଡିଲେ ଡାକ୍ତରମାନେ ସମୂହ ଇସ୍ତଫା ଦେବେ ବୋଲି ମଧ୍ୟ ଓମସା ପକ୍ଷରୁ କୁହାଯାଇଛି।
ଓମସା ପକ୍ଷରୁ କୁହାଯାଇଛି ଯେ ସରକାର ଓମସା ସହ ଆଲୋଚନାକୁ ଆସୁ ନାହାଁନ୍ତି। ରାଜ୍ୟରେ କାର୍ୟ୍ୟରତ ଡାକ୍ତରମାନଙ୍କର ୭ ଦଫା ଦାବି ନେଇ ସରକାରଙ୍କୁ ଜଣାଯିବା ପରେ ସରକାର ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି ଆଲୋଚନା କରୁନାହାନ୍ତି। ଓମସା ସଦସ୍ୟମାନେ ରାଜ୍ୟରେ ଡାଇନାମିକ୍ ଆସୁର୍ଡ କ୍ୟାରିଅର୍ ପ୍ରୋଗ୍ରେସନ୍ (ଡିଏସିପି) କାର୍ୟ୍ୟକାରୀ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଯେତେବେଳେ କି ଅତି କମରେ ଦେଶର ୧୮ଟି ରାଜ୍ୟ ସରକାରୀ ହସ୍ପିଟାଲରେ ସେବା କରୁଥିବା ଡାକ୍ତରମାନଙ୍କ ପାଇଁ ଡିଏସିପି ଲାଗୁ କରିସାରିଛନ୍ତି ସରକାର।
ଡିଏସିପି ଲାଗୁ କରିବା ସମୟରେ ଆଡ-ହକ୍ ଡାକ୍ତରଙ୍କ ଚୁକ୍ତିଭିତ୍ତିକ ଅବଧି ବିଚାରକୁ ନେବାକୁ ମଧ୍ୟ ସଂଘ ସରକାରଙ୍କୁ ଅନୁରୋଧ କରିଛି। ଏହା ବ୍ୟତୀତ ସଂଘ କ୍ୟାଡର ପୁନର୍ଗଠନ କରିବାକୁ ଚାହୁଁଛି ଯାହା ଗତ ସାତ ବର୍ଷ ଧରି ଓଡ଼ିଶାରେ କରାଯାଇନାହିଁ। ସେହିପରି ସ୍ନାତକୋତ୍ତର ପାଇଁ ପ୍ରୋତ୍ସାହନ ଏବଂ ଦନ୍ତ ଚିକିତ୍ସକମାନଙ୍କୁ ଅନ୍ୟାନ୍ୟ ସୁବିଧା ପାଇଁ ମଧ୍ୟ ଦାବି କରାଯାଇଛି। ଏଥି ସହିତ ଡାକ୍ତରମାନଙ୍କୁ ସ୍ଥାନାନ୍ତର, ସ୍ୱାସ୍ଥ୍ୟ ବୀମା ସମୟରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଓମସା ପକ୍ଷରୁ ଦାବି ରହିଛି।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ