ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା ଓ ଖଣିଜ ସମ୍ପଦ ଉପରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ଅଧିକାର: ‘ପ୍ରାଉଟିଷ୍ଟ ୟୁନିଭର୍ସlଲ’

ଦେବଗଡ଼:ୟୁନିଭର୍ସାଲ ପ୍ରାଉଟିଷ୍ଟ ଷ୍ଟୁଡେଣ୍ଟସ୍ ଫେଡେରେସନ (ୟୁ ପି ଏସ ଏଫ) ଓ ପ୍ରାଉଟିଷ୍ଟ ୟୁନିଭର୍ସାଲ ପକ୍ଷରୁ ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା ଏବଂ ରାଜ୍ୟର ଖଣିଜ ସମ୍ପଦ ଉପରେ ସ୍ଥାନୀୟ ଜନସାଧାରଣଙ୍କ ପୂର୍ଣ୍ଣ ଅଧିକାର ସମ୍ପର୍କରେ ଦାବି କରିଛି।ଏହାସହିତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଏମଏମଡିଆର ଆଇନର ଆମୂଳଚୂଳ ସଂଶୋଧନ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା ବ୍ୟବସ୍ଥା ଲାଗୁ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ସ୍ଥାନୀୟ ରୋନକ ପ୍ଲାଜାଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେବଳ ନାମଲେଖା ଓ ଟ୍ୟୁସନ୍ ଫି ଛାଡ଼ ହେଲେ ଶିକ୍ଷା ପ୍ରକୃତ ଅର୍ଥରେ ନିଃଶୁଳ୍କ ହୁଏ ନାହିଁ। ପୁସ୍ତକ,ୟୁନିଫର୍ମ, ହଷ୍ଟେଲ,ଭୋଜନ, ପରିବହନ,ଡିଜିଟାଲ ସୁବିଧା ଓ ପରୀକ୍ଷା ଖର୍ଚ୍ଚ ସମେତ ସମସ୍ତ ଶିକ୍ଷା ବ୍ୟବସ୍ଥା ସରକାର ବହନ କରିବା ଉଚିତ। ପ୍ରଭାତ ରଞ୍ଜନ ସରକାରଙ୍କ ପ୍ରଗତିଶୀଳ ଉପଯୋଗ ତତ୍ତ୍ୱ (ପ୍ରାଉଟ) ଅନୁଯାୟୀ ଶିକ୍ଷାର ଉଦ୍ଦେଶ୍ୟ କେବଳ ଡିଗ୍ରୀ କିମ୍ବା ଚାକିରି ନୁହେଁ,ବରଂ ସ୍ୱାବଲମ୍ବୀ, ସ୍ୱାଭିମାନୀ ଓ ଚରିତ୍ରବାନ ମଣିଷ ଗଢ଼ିବା।ଏହାସହିତ ରାଜ୍ୟର ଲୁହାପଥର, କୋଇଲା, ବକ୍ସାଇଟ୍, କ୍ରୋମାଇଟ୍ ଓ ମାଙ୍ଗାନିଜ ପରି ଖଣିଜ ସମ୍ପଦ କେବଳ ରାଜସ୍ୱର ଉତ୍ସ ନୁହେଁ, ଏହା ସ୍ଥାନୀୟ ସମାଜର ସାମୂହିକ ସମ୍ପତ୍ତି। ଖଣିଜ ସମ୍ପଦର ପ୍ରଚୁରତା ସତ୍ତ୍ୱେ ଓଡ଼ିଶାର ଅନେକ ଖଣି ଅଞ୍ଚଳ ଆଜି ମଧ୍ୟ ଦାରିଦ୍ର୍ୟ, ବେକାରୀ ଓ ଯୁବପିଢ଼ିର ପଳାୟନ ଭଳି ସମସ୍ୟାରେ ପୀଡ଼ିତ। ସଂଗଠନର ମତରେ, ଏହାର ସମାଧାନ ପ୍ରାଉଟର ବିକେନ୍ଦ୍ରୀତ ଅର୍ଥନୀତିରେ ରହିଛି, ଯେଉଁଠାରେ ଖଣିଜ ଆଧାରିତ ଶିଳ୍ପ ଖଣି ଅଞ୍ଚଳରେ ଗଢ଼ିଉଠିବ, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳିବ, କଞ୍ଚା ଖଣିଜ ରପ୍ତାନି ପରିବର୍ତ୍ତେ ମୂଲ୍ୟ ସଂଯୋଜିତ ଉତ୍ପାଦନ ହେବ ଏବଂ ସମବାୟ ଭିତ୍ତିକ ପରିଚାଳନାକୁ ପ୍ରାଧାନ୍ୟ ଦିଆଯିବା ନେଇ ପ୍ରାଉଟିଷ୍ଟ ୟୁନିଭର୍ସାଲ ପକ୍ଷରୁ ସମାଜସେବୀ ତଥା ପ୍ରାଉଟିଷ୍ଟ ଚିନ୍ତକ ବିଜୟ ନାୟକ, କେଦାରନାଥ ସାହୁ ଓ ଇଂ.କାହ୍ନୁ ଚରଣ ବେହୁରା ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଉଟିଷ୍ଟ ଛାତ୍ର ସଂଗଠନ ପକ୍ଷରୁ ରାଜସିନୀ ଦେହୁରୀ,ରାଜକୁମାରୀ, ତପନ ପ୍ରଧାନ ଓ ରଶ୍ମିତା ଯତି ଉପସ୍ଥିତ ଥିଲେ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ