ସମ୍ବିଧାନକୁ ହତ୍ୟା କରିଥିବା ଦଳ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି: ଅନିଲ ବିଶ୍ୱାଳ

ଭୁବନେଶ୍ୱର, : କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା କଂଗ୍ରେସ ଦଳ ନିଜ ଦାୟିତ୍ୱ ସମ୍ପୂର୍ଣ୍ଣ ଭୁଲି ଯାଇଛି। ଆଜି ସାରା ଦେଶ ଯେତେବେଳେ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରୁଛି, ସେତେବେଳେ ସମ୍ବିଧାନକୁ ହତ୍ୟା କରିଥିବା କଂଗ୍ରେସ ଦଳ ଏବଂ ଏହାର ନେତା ପବନ ଖେଡ଼ା ଦେଶବାସୀଙ୍କ ନଜର ଏଡ଼ାଇବା ପାଇଁ ଏଭଳି ନୂଆ ନାଟକ ରଚନା କରୁଛନ୍ତି ବୋଲି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ପବନ ଖେଡ଼ାଙ୍କର ନିଜର କୌଣସି ନୈତିକତା ବା ବିଶ୍ୱସନୀୟତା ନାହିଁ, ଯାହା ସାରା ଦେଶବାସୀ ଭଲଭାବେ ଜାଣିଛନ୍ତି। ଏକାଧିକ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ନିଜ ନାମ ପଞ୍ଜୀକୃତ କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ଏହାପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀଙ୍କ ପାସପୋର୍ଟକୁ ନେଇ ମଧ୍ୟ ସେ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ତଥ୍ୟ ଉପସ୍ଥାପନ କରିଥିଲେ। କଂଗ୍ରେସ ଦଳ ସବୁବେଳେ ଦେଶରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛି । ନିଟ୍ ପରୀକ୍ଷା ଯେପରି ସୁରୁଖୁରୁରେ ନ ହେଉ, ତାହା କଂଗ୍ରେସ ଆରମ୍ଭରୁ ଚାହୁଁଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋଟା ଯାଇ କେବଳ ଡ୍ରାମା କଲେ ଏବଂ ଏକ ଫ୍ୟାଶନ ଶୋ’ ଭଳି ମଞ୍ଚରେ ଛିଡ଼ା ହୋଇ ଭାଷଣ ଦେଲେ। ସେ କେବେ ବି ଛାତ୍ରଛାତ୍ରୀଙ୍କ ପ୍ରକୃତ ସ୍ୱାର୍ଥ ଚାହାନ୍ତି ନାହିଁ। ରାହୁଲ ଗାନ୍ଧୀ ସବୁବେଳେ ଚାହାନ୍ତି ଯେ ଜେଇଇ କିମ୍ବା ନିଟ୍ ପରୀକ୍ଷାର୍ଥୀମାନେ ଅସୁବିଧାରେ ପଡ଼ନ୍ତୁ, ଯଦ୍ଦ୍ୱାରା ସେ ସେହି ଅସୁବିଧାରୁ ନିଜର ରାଜନୈତିକ ରୁଟି ସେକିପାରିବେ। କଂଗ୍ରେସର ଏଭଳି ଅରାଜକ ଓ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ହିଁ କର୍ଣ୍ଣାଟକରେ ୩ ଜଣ ନିରୀହ ପିଲା ନିଟ୍ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ। ଏଥିପାଇଁ ଦାୟୀ କିଏ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି।

ନିଟ୍ ପରୀକ୍ଷା ହେଉଛି ସାରା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ପିଲା ଦେଉଥିବା ପରୀକ୍ଷା। ଗତ ୨୧ ତାରିଖରେ ଅନୁଷ୍ଠିତ ଏହି ନିଟ୍ ପୁନଃ ପରୀକ୍ଷାରେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ବିନା ବାଧାବିଘ୍ନରେ ଏବଂ ସୁରୁଖୁରୁରେ ପରୀକ୍ଷା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟାପକ ସୁରକ୍ଷା ଓ ସ୍ୱଚ୍ଛ ବ୍ୟବସ୍ଥା କରାଇଥିଲେ। କେନ୍ଦ୍ରମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆହତ ନିଟ୍-ୟୁଜି ରି-ଟେଷ୍ଟ ପରୀକ୍ଷାର୍ଥୀଙ୍କୁ ସମ୍ପୂର୍ଣ୍ଣ ମେଡିକାଲ ସୁପରଭିଜନ ମଧ୍ୟରେ ପରୀକ୍ଷା ଲେଖିବାରେ ସାହାଯ୍ୟ କରି ନିଜର ସମ୍ବେଦନଶୀଳତାର ପରିଚୟ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଟିମ୍ ପ୍ରୟାସ’ ଯୋଗୁଁ ହିଁ ଏହି ବୃହତ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। ନିଟ୍ ପରୀକ୍ଷାର ସ୍ୱଚ୍ଛତା ପାଇଁ ପ୍ରଧାନମନ୍ତ୍ରୀ ପୂରା କ୍ୟାବିନେଟ୍‌କୁ ପ୍ରଶଂସା ମଧ୍ୟ କରିଛନ୍ତି। ଆଗକୁ କିପରି କୌଣସି ତ୍ରୁଟି ବା ଭୁଲ୍ ହେବନାହିଁ, ସେଥିପାଇଁ କେନ୍ଦ୍ର ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି।

ତଥାକଥିତ କକ୍ରୋଚ ଜନତା ପାର୍ଟି ଯେଉଁଭଳି ଭାବରେ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଆମେରିକାରେ ସମ୍ପତ୍ତି ଥିବା ଭଳି ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ ଆଣିଥିଲା, ତାହା ପରବର୍ତ୍ତୀ ସମୟରେ ମିଛ ବୋଲି ପ୍ରମାଣିତ ହୋଇସାରିଛି। କଂଗ୍ରେସ ଦଳ ଏଭଳି ଏକ ମିଥ୍ୟାବାଦୀ ଦଳର ଅପପ୍ରଚାରକୁ ଆଧାର କରି ଯେଉଁଭଳି ଭାବେ କାର୍ଯ୍ୟ କରୁଛି, ତାହାର ଅସଲ ଚେହେରା ଆଜି ସାରା ଦେଶ ସାମ୍ନାକୁ ଆସିଯାଇଛି। ଦେଶର କୌଣସି ବି ଜେଇଇ ବା ନିଟ୍ ଛାତ୍ରଛାତ୍ରୀ ଏହି ବିରୋଧୀ ଦଳର ମିଥ୍ୟା ପ୍ରଚାର ଦ୍ୱାରା ପ୍ରଭାବିତ ହୋଇନାହାନ୍ତି। ପରୀକ୍ଷାରେ ପୁଣିଥରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ କଂଗ୍ରେସ ଯେଉଁ ଷଡ଼ଯନ୍ତ୍ର କରିଥିଲା, ତାହା ସମ୍ପୂର୍ଣ୍ଣ ବିଫଳ ହେବା ପରେ ଏବେ ସେମାନଙ୍କର ହତାଶା ବଢ଼ିଯାଇଛି ଏବଂ ସେହି ହତାଶାରୁ ହିଁ ପବନ ଖେଡ଼ାଙ୍କ ଭଳି ନେତାମାନେ ମିଥ୍ୟା ସ୍ଲୋଗାନବାଜି କରୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ ସ୍ପଷ୍ଟ କରିଛନ୍ତି।

  • Related Posts

    ପ୍ରସନ୍ନ-ଭୂପିନ୍ଦର ଭେଟଘାଟ

    ଭୁବନେଶ୍ୱର: ସୁଜତା କାର୍ତ୍ତିକେୟନ ବିଜୁ ଜନତା ଦଳରେ ମିଶିବା ପରେ ଏବେ ଦଳର ବରିଷ୍ଠ ନେତାଙ୍କ ମେଳି ଆରମ୍ଭ ହୋଇଯାଇଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଭୂପିନ୍ଦର ସିଂ ମଧ୍ୟରେ ଭେଟଘାଟ ହୋଇଛି । ଶ୍ରୀ ସିଂ ଶନିବାର…

    Continue reading
    ଲାଲଜୀ ଦେଶାଇ ହେଲେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ

    ନୂଆଦିଲ୍ଲୀ: ସର୍ବଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଓଡ଼ିଶା ସମେତ ତିନୋଟି ରାଜ୍ୟ ପାଇଁ ନୂଆ ପ୍ରଭାରୀଙ୍କ ନିଯୁକ୍ତି ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି। ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂତନ ଏଆଇସିସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ