ସମ୍ ହସ୍ପିଟାଲ୍ ପକ୍ଷରୁ ୱାକାଥନ ଆୟୋଜିତ

ଭୁବନେଶ୍ୱର: ସେପ୍ଟେମ୍ବର ୨୫ ତାରିଖ ବିଶ୍ୱ ଫାର୍ମାସିଷ୍ଟ ଦିବସ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବୁଧବାର ୱାକାଥନ ଆୟୋଜିତ ହୋଇଛି ।
ସୁସ୍ଥ ରୁହନ୍ତୁ, ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ ଓ ଔଷଧ ଦୋକାନରୁ ବିନା ପ୍ରେସ୍କିପ୍ସନରେ କିଣନ୍ତୁ ନାହିଁ । ଏହି ବାର୍ତା ନେଇ ବୁଧବାର ସମ୍ ହସ୍ପିଟାଲ ଫାର୍ମାସିଷ୍ଟ ବିଭାଗ ପକ୍ଷରୁ ଏକ ୱାକାଥନ ସମ୍ ହସ୍ପିଟାଲ ନିକଟରେ ଆୟୋଜିତ ହୋଇଯାଇଛି । ହସ୍ପିଟାଲ କର୍ତୃପକ୍ଷ ଓ କର୍ମଚାରୀ ବ୍ଳଡ ବ୍ୟାଙ୍କ ଅଂଚଳରୁ ବାହାରି ହସ୍ପିଟାଲର ନିକଟବର୍ତୀ ଅଂଚଳ ପର୍ଯ୍ୟନ୍ତ ୱାକାଥନ କରି ଏକ ବାର୍ତା ଦେଇଛନ୍ତି ।
କେବଳ ସାଧାରଣ ଲୋକ ନୁହଁନ୍ତି ଫାର୍ମାସିଷ୍ଟମାନେ ମଧ୍ୟ ପ୍ରେସକ୍ରିପ୍ସନ ନ ଦେଖି ଔଷଧ ଦେବା ଉଚିତ ନୁହେଁ ବୋଲି ଏହି ୱାକାଥନ୍ରେ ବାର୍ତା ପ୍ରଦାନ କରାଯାଇଛି । ଅନେକ ସମୟରେ ମନଇଚ୍ଛା ଔଷଧ ସେବନ କରିବା ଦ୍ୱାରା ଅନେକ ପାଶ୍ୱର୍ ପ୍ରତିକି୍ରୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ୱାକାଥନରେ ସୂଚନା ଦେଇଛନ୍ତି ହସ୍ପିଟାଲ୍ର କର୍ତୃପକ୍ଷ ।
ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ସୋଆ ଫାର୍ମାସୀ ବିଭାଗର ମୁଖ୍ୟ ଡାକ୍ତର ଜସ୍ମିନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ