ସରକାରୀ କଳର ଅପବ୍ୟବହାର ସତ୍ତ୍ୱେ, ବିଜେଡି ବିଜୟ ହେବ: ବିଜେଡି

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର କରି, ଓ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହାସତ୍ତ୍ୱେ, ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛି ବିଜେଡି ।
ଶଙ୍ଖ ଭବନରେ ବୁଧବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ତଥା ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ପିଏସି ସଦସ୍ୟ ଶ୍ରୀମତୀ ଟୁକୁନି ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀମତୀ ଇପ୍ସିତା ସାହୁ, ନୂଆପଡା ଉପନିର୍ବାଚନରେ ହୋଇଥିବା ବିଭିନ୍ନ ଅନିୟମିତତା ଓ ସରକାରୀ କଳର ଅପବ୍ୟବହାରର ବିସ୍ତୃତ ତାଲିକା ପ୍ରଦାନ କରିବା ସହିତ ଏହା ଗଣତନ୍ତ୍ରର କଣ୍ଠରୋଧ ବୋଲି କହିଥିଲେ ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ବିଜେପି ଦ୍ୱାରା କରାଯାଇଥିବା ବିଭିନ୍ନ ଆଚରଣ ବିଧି ଉଲ୍ଲଂଘନ ଗୁଡିକୁ ଆମେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ, ଯାହାକୁ ଆପଣ ମାନେ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ବିଜେପି ତରଫରୁ ଶାଢ଼ୀ ଓ ଟଙ୍କା ବଣ୍ଟନ କରାଗଲା ଯାହାର ପ୍ରାମାଣିକ ତଥ୍ୟ ସହିତ ଆମେ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଥିଲୁ । ସେହିପରି, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ବାସସ୍ଥଳୀ ଉପରେ ବିନା ସର୍ଚ୍ଚ ୱାରେଣ୍ଟରେ ଚଢ଼ାଉ କରାଯାଇଥିଲା ଓ ବିଜେଡିର ସ୍ଥାନୀୟ ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ କରାଯାଇଥିଲା । ନବୀନ ପଟ୍ଟନାୟକଙ୍କ ହେଲିକେପ୍ଟରକୁ ତିନି ଘଣ୍ଟା କାଳ ବିଳମ୍ୱ କରାଯାଇଥିଲା । ସାଇଲେଣ୍ଟ ପିରିଅଡରେ ବିରୋଧୀ ଦଳର ନେତା ମାନେ ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଛାଡି ଦେଇଥିବା ବେଳେ ବିଜେପିର ନେତା ମାନେ ସେଠାରେ ଉପସ୍ଥିତ ରହି ଟଙ୍କା ବଣ୍ଟା କାର୍ଯ୍ୟ ଜାରି ରଖିଥିଲେ । ନିର୍ବାଚନ ଚାଲିଥିବା ବେଳେ ବିଜେପି ତରଫରୁ ବୁଥ ଭିତରେ କ୍ୟାମ୍ପେନିଂ କରାଯାଉଥିଲା । ନିର୍ବାଚନ ଅଧିକାରୀଙ୍କ ପାଖରେ ଏହି ଉଲ୍ଲଂଘନ କାର୍ଯ୍ୟର ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ବିଜେପିର ସମସ୍ତ ଆଇନ ଉଲ୍ଲଂଘନ ଉଦ୍ୟମ ସତ୍ତ୍ୱେ, ନୂଆପଡା ବାସୀ ବିଜେଡିକୁ ଅକୁଣ୍ଠ ସମର୍ଥନ ଜଣାଇଛନ୍ତି । ତେଣୁ, ଚଉଦ ତାରିଖ ଦିନ ଫଳାଫଳ ଘୋଷଣା ହେବା ବେଳେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ଶ୍ରୀମତୀ ମଲ୍ଲିକ ଦୃଢୋକ୍ତି କରିଥିଲେ ।
ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କ୍ଷେତ୍ରରେ ଏବଂ ସରକାରୀ କଳର ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବାରେ, ବିଜେପି ସମସ୍ତ ସୀମା ଉଲ୍ଲଂଘନ କରିଛି, ଯାହା ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀ ମାନେ ବିଜେପିର ଏଜେଣ୍ଟ ଭଳି ବ୍ୟବହାର କରୁଥିଲେ । ୨୫୦ ନମ୍ୱର ବୁଥରେ ଇଭିଏମରେ ଭୋଟିଂ ବେଳେ ଯେ କୌଣସି ବଟନ ଚିପିଲେ ପଦ୍ମଫୁଲକୁ ଭୋଟ ଯାଉଛି ବୋଲି ଅଭିଯୋଗ ଆସି ସେଠାରେ ଉତ୍ତେଜନା ଦେଖା ଦେଇଥିଲା । କିନ୍ତୁ ତାକୁ ମଧ୍ୟ ଚାପି ଦିଆ ଯାଇଥିଲା । ଏଇ ସବୁକୁ ଅନୁଶୀଳନ କଲେ, ନୂଆପଡା ଉପନିର୍ବାଚନରେ ମୁକ୍ତ ଓ ଅବାଧ ନିର୍ବାଚନ ହେବା ଉକ୍ତି ଏକ ପ୍ରହସନରେ ପରିଣତ ହୋଇଥିଲା ।
ଶ୍ରୀମତୀ ଇପ୍ସିତା ସାହୁ କହିଥିଲେ, ସମଗ୍ର ଉପନିର୍ବାଚନ ସମୟରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଭୂମିକା ଯେଉଁଭଳି ସରକାରୀ ଦଳକୁ ଜିତାଇବାକୁ ଖୋଲା ଖୋଲି କାର୍ଯ୍ୟ କରୁଥିଲେ, ତାହା ରାଜ୍ୟର ନିର୍ବାଚନ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିବ । ଯେଉଁଭଳି ଭାବେ କାର୍ଯ୍ୟରତ ଡିଆଇଜିଙ୍କୁ ଛୁଟିରେ ପଠାଯାଇ ତାଙ୍କ ସ୍ଥାନରେ ଆଇଜି ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦିଆଯାଇଥିଲା, ତାହା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଏକ ସୁଚିନ୍ତିତ ଯୋଜନା ଥିଲା । ଆଶ୍ଚର୍ଯ୍ୟଜନକ ଭାବେ, ହିମାଂଶୁ ଲାଲଙ୍କ ନେତୃତ୍ୱରେ ସମଗ୍ର ପୋଲିସ ପ୍ରଶାସନ ବିଜେପି ପାଇଁ କାର୍ଯ୍ୟ କରୁଥିଲେ । ସାଇଲେଣ୍ଟ ପିରିଅଡରେ, ପୋଲିସ ପ୍ରୋଟେକସନରେ ବିଜେପି କର୍ମୀ ମାନେ ଟଙ୍କାବଣ୍ଟା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ । ବିଜେଡି କର୍ମୀ ଏହାର ଅଭିଯୋଗ ଆଣିବା ପରେ, ପୋଲିସ ଟଙ୍କା ବାଣ୍ଟୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ, ଅଭିଯୋଗ ଆଣିଥିବା ବିଜେଡି କର୍ମୀଙ୍କୁ ଅଟକ ରଖିଥିଲେ ।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ