ସାଂସଦ ଅପରାଜିତା ଜେପିସିର ଚେୟାରମ୍ୟାନ ମନୋନୀତ

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆଉ ଏକ ବଡ଼ ଦାୟିତ୍ବ । ନବ ଗଠିତ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ବା ଜେପିସିର ଚେୟାରମ୍ୟାନ ଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦରେ ଆଗତ ହୋଇଥିବା 3ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଜେପିସି ଗଠନ ହୋଇଛି । ସମ୍ବିଧାନ (ଶହେ ତିରିଶ ତମ ସଂଶୋଧନ) ଅଧିନିୟମ, 2025; ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ଅଧିନିୟମ, 2025; ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଶାସନ (ସଂଶୋଧନ) ଅଧିନିୟମ, 2025 ସମ୍ପର୍କରେ ଏବେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ବରେ ଗଠିତ ଜେପିସି ଅନୁଧ୍ୟାନ କରିବ ।
ପୂର୍ବତନ ଆଇଏଏସ ଅଧିକାରୀ, ବିଜେପିର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଜେପିସିର ଚେୟାରମ୍ୟାନ ଭାବେ ମନୋନୀତ କରିଛନ୍ତି । ଜେପିସିର ଚେୟାରମ୍ୟାନ ଭାବେ ମନୋନୀତ ହେବା ପରେ ସୋସିଆଲ୍ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ବର ସାଂସଦ ମାଡାମ୍ ଅପରାଜିତା ଷଡ଼ଙ୍ଗୀ । 31 ସଦସ୍ୟ ବିଶିଷ୍ଟ ଜେପିସିରେ ଲୋକସଭାରୁ 21 ଏବଂ ରାଜ୍ୟସଭାରୁ 10 ଜଣ ସଦସ୍ୟ ସ୍ଥାନ ପାଇଛନ୍ତି । ନବଗଠିତ ଜେପିସିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚେୟାରମ୍ୟାନ ଭାବରେ ଏହାର ଅଧ୍ୟକ୍ଷତା କରିବେ । ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଲୋକସଭା ସାଂସଦ ରବି ଶଙ୍କର ପ୍ରସାଦ, ଭର୍ତ୍ତୃହରି ମହତାବ, ଅନୁରାଗ ସିଂ ଠାକୁର, ବିଷ୍ଣୁ ଦୟାଲ ରାମ, ଡିକେ ଅରୁଣା, ପରସୋତ୍ତମ ଭାଇ ରୂପାଲା, ସୁପ୍ରିୟା ସୁଲେ, ଅସଦଉଦ୍ଦିନ ଓଓ୍ବେସୀ ଏବଂ ହରସିମରତ କୌର ପ୍ରମୁଖ ଜେପିସି ପ୍ୟାନେଲରେ ସ୍ଥାନ ପାଇଛନ୍ତି । ସେହିପରି ରାଜ୍ୟସଭାରୁ ବ୍ରିଜ ଲାଲା, ଉଜ୍ବଲ ନିକ୍କମ, ନବମ ରେବିଆ, ନୀରଜ ଶେଖର, ମନନ କୁମାର ମିଶ୍ର , ଡକ୍ଟର କେ ଲକ୍ଷ୍ମଣ ଏବଂ ସୁଧା ମୂର୍ତ୍ତି ରହିଛନ୍ତି । ନବଗଠିତ ଜେପିସିର ପ୍ରଥମ ଓ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସଂସଦରେ ଆଗତ ହୋଇଥିବା “ସମ୍ବିଧାନ (ଶହେ ତିରିଶ ତମ ସଂଶୋଧନ) ଅଧିନିୟମ, 2025; ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ଅଧିନିୟମ, 2025; ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଶାସନ (ସଂଶୋଧନ) ଅଧିନିୟମ, 2025”ର ଅନୁଧ୍ୟାନ କରିବା । 130 ତମ ସମ୍ବିଧାନ ସଂଶୋଧନ ଅଧିନିୟମ 2025, ଯେଉଁଥିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପରି ସାମ୍ବିଧାନିକ ବଡ଼ ପଦରେ ଥିବା ନେତାଙ୍କ ବିରୋଧରେ ଗମ୍ଭୀର ଅପରାଧିକ ଅଭିଯୋଗ ଆସିଲେ, ଗିରଫ ହେବା ଓ ପଦ ରଦ୍ଦ ହେବ ବା ପଦବୀ ହରାଇବେ । ଏହିପରି ଏକ ମହତ୍ବାକାଂକ୍ଷୀ ଗତ ସଂସଦ ଅଧିବେଶନରେ ଆଗତ କରିଥିଲେ କେନ୍ଦ୍ର ସରକାର । ସେ ସମ୍ପର୍କରେ ଜେପିସି ଅନୁଧ୍ୟାନ କରିବ । ଦେଶରେ ସାମ୍ବିଧାନିକ ପଦ ପଦବୀରେ ସର୍ବୋଚ୍ଚ ଦାୟିତ୍ବବୋଧତା ଆଣିବାକୁ ଏହିପରି ସମ୍ବିଧାନ ସଂଶୋଧନ ଆଗତ କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଦେଶରେ ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ ସହମତ ହୋଇନଥିଲେ । ଏହାର ଦୁରୁପଯୋଗ ବଳରେ ଏକ ସ୍ବଚ୍ଛ ରାଜନୀତିରେ ବାଧା ସୃଷ୍ଟି ହେବ ବୋଲି ଏହାର ସମର୍ଥନକାରୀ ପ୍ରଶ୍ନ ଉଠାଇଥିଲେ । ଏହା କାରଣରୁ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ସମନ୍ବୟରେ ତାରତମ୍ୟ ଆସିବ ବୋଲି ମଧ୍ୟ ଯୁକ୍ତି ଦର୍ଶାଇଥିଲେ । ଏବେ ଜେପିସି ଆଇନ ବିଶେଷଜ୍ଞ, ସମ୍ବିଧାନ ବିଶେଷଜ୍ଞ ଏବଂ ରାଜନୈତିକ ବିଶେଷଜ୍ଞଙ୍କର ଏ ନେଇ ମତମତ ଲୋଡିବା ପରେ ଏହାର ଚୂଡାନ୍ତ ରିପୋର୍ଟ କରିବ ।
2025 ମସିହାରେ ସମ୍ବିଧାନର 130 ତମ ସଂଶୋଧନ ବିଲ୍‌କୁ ନେଇ ବଡ଼ ବିତର୍କ ସୃଷ୍ଟି ହୋଇଛି । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟ ପରିସର ବ୍ୟାପକତାକୁ ନେଇ ମଧ୍ୟ ସମ୍ବିଧାନ ସଂଶୋଧନ ବିଲ୍ ଜେପିସିରେ ଆଲୋଚନାକୁ ଆସିବ । ଆଶା କରାଯାଉଛି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ବରେ ଗଠିତ ନୂଆ ଜେପିସି 3ଟି ଗୁରୁତ୍ବପୂର୍ଣ୍ଣ ବିଲକୁ ନୂଆ ରୂପ ଓ ନୂଆ ଦିଗ ପ୍ରଦାନ କରିବାରେ ବିଚାର କରି ଏହାର ରିପୋର୍ଟ ସଂସଦକୁ ପ୍ରଦାନ କରିବେ ।

  • Related Posts

    ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦବେଗ

    ଭୁବନେଶ୍ୱର: ବିଜୁ ଜନତା ଦଳର ଅନୁସୂଚିତ ଜନଜାତି (ଏସ୍ଟି) ସେଲ୍ର ପ୍ରଥମ ବୈଠକ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନ ଠାରେ ଏସ୍ଟି ସେଲ୍ର ସଭାପତି ସୁଦାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ…

    Continue reading
    ଛାତ୍ର ସଂସଦ ନିର୍ବାଚନରେ ବିଜେପିର ଅରାଜକତା ଗଣତନ୍ତ୍ରକୁ ହତ୍ୟା କରୁଛି: ବିଜେଡି

    ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି ବିଜେପି କ୍ୟାମ୍ପସ ରାଜନୀତିରେ ସରକାରୀ ହସ୍ତକ୍ଷେପ ବନ୍ଦ ହେଉ ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି । ବିଜେପି ବିଧାୟକ ଓ ମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ