ସରକାରୀ ଜମି ଜବରଦଖଲ: ପ୍ରଣବ ବଳବନ୍ତରାୟଙ୍କୁ ନୋଟିସ

କାଏମା: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ୧୯ା୧୨ା୨୦୨୫ରେ ଧର୍ମଶାଳା ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ନୋଟିସ ଦିଆଯାଇଛି। ସେ ତହସିଲ ଅଫିସରେ ହାଜର ହୋଇ କାହିଁକି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆ ନ ଯିବ ସେନେଇ ନିଜ ପକ୍ଷ ରଖିବେ। ତହସିଲଦାର ସମୀର ରଞ୍ଜନ ଦାସ କେସ ନମ୍ୱର ୨୨୯/୨୦୨୫-୨୬ରେ ଏହି ନୋଟିସ ଦେଇଛନ୍ତି।
ଏହି ଫାର୍ମ ହାଉସ ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ ମୋଟ ୩୧.୬୦ ଏକର ପର୍ୱତ କିସମରେ ରହିଛି। କିନ୍ତୁ ସରକାରୀ ଜମିକୁ ଜବରଦଖଲ କରାଯାଇ ସେଠାରେ ପାଚେରି ନିର୍ମାଣ କରାଯାଇଛି। ଏହି ବିଷୟ କିଛି ଦିନ ହେବ ସାମ୍ନାକୁ ଆସିବା ପରେ ପ୍ରଣବଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ନିକଟରେ ପ୍ରଣବଙ୍କ ସମର୍ଥକ ଓ ବିଜେଡି କର୍ମୀମାନେ ଉପରୋକ୍ତ ଫାର୍ମ ହାଉସରେ ଭୋଜି ଆୟୋଜନ କରିଥିଲେ। ଏହି ସମୟରେ ଉକ୍ତ ରାସ୍ତାଦେଇ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ତଥା ଭାଜପା କର୍ମୀ ନରସିଂହପୁର ଗ୍ରାମର ସୁନୀଲ ପଣ୍ଡା ଚଢ଼େଇଧରାରୁ ଗାଡ଼ିରେ ଘରକୁ ଫେରୁଥିଲେ। ପ୍ରଣବଙ୍କ କେତେଜଣ କର୍ମୀ ତାଙ୍କୁ ଅଟକାଇ ଗାଡି ଭଙ୍ଗାରୁଜା କରିବା ସହ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ଘଟଣା ପରେ ସେଠାରେ ତୁମୁଳକାଣ୍ଡ ହୋଇଥିଲା।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ