ମୋହନ-ମନମୋହନଙ୍କ ଗୋଟି ଚାଳନାରେ ଛଟପଟ ହେଲାଣି ବିଜେଡି

ଭୁବନେଶ୍ୱର: ଦୋହଲୁଛି ବିଜେଡିର ଗଡ଼ । ମୋହନ-ମନମୋହନଙ୍କ ଗୋଟି ଚାଳନାରେ ଛଟପଟ ହେଲାଣି ବିଜେଡି । ଭୋଟ୍‌ ବ୍ୟାଙ୍କ ଭୁଶୁଡ଼ିବାକୁ ବସିଲାଣି । ସ୍ଥିତି ଗମ୍ଭୀର ହେଉଥିବା ଜାଣି ଘର ସଜାଡ଼ିବାକୁ ଆରମ୍ଭ ହୋଇଛି ସଜବାଜ । ନିଜ ସଂଗଠନର ଅସ୍ତିତ୍ୱ ବଂଚାଇବାକୁ ଗେମ୍‌ ପ୍ଲାନ ବଦଳାଇଛନ୍ତି ନବୀନ । ନିଜେ ଗ୍ରାଉଣ୍ଡକୁ ଯାଇପାରୁନଥିବାରୁ ଖୋଲିଛନ୍ତି ନବୀନ ନିବାସ ଫାଟକ ।

ବିଜେଡିର ତୃଣମୂଳ ସଂଗଠନ ଦୋହଲିଗଲାଣି । ନିଇତି ଦଳକୁ ମୁହଁ ମୋଡ଼ି ବିଜେପି କ୍ୟାମ୍ପକୁ ଯାଉଛନ୍ତି ବିଜେଡି କର୍ମୀ । ପଂଚାୟତ ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ବ୍ଲକ ଦଖଲ କରୁଛି ଶାସକ ଦଳ । ଏସବୁ ବିଜେଡି ମୁଣ୍ଡକୁ ଗୋଳମାଳ କଲାଣି । ସେପଟେ ସାଧାରଣ ନିର୍ବାଚନର ୧୮ ମାସ ପରେ ବି ନୂଆପଡ଼ାକୁ ଛାଡ଼ି ଅନ୍ୟ ଜିଲ୍ଲା ଗସ୍ତରେ ଯାଇନାହାନ୍ତି ବିଜେଡି ସଭାପତି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଏବେ ଅସଜଡ଼ା ସଂଗଠନକୁ ଟ୍ରାକକୁ ଆଣିବାକୁ ଆରମ୍ଭ ହୋଇଛି ଉଦ୍ୟମ , ରଣନୀତିକାର ବଦଳାଇଛନ୍ତି ନିଷ୍ପତ୍ତି । ଯେହେତୁ ନବୀନ ଯାଇପାରୁନାହାନ୍ତି, ଏଣୁ ତୃଣମୂଳ ନେତାଙ୍କ ପାଇଁ ଖୋଲିଛି ନବୀନ ନିବାସ ଫାଟକ । ନବୀନଙ୍କ ହୋମଗ୍ରାଉଣ୍ଡ ହିଂଜିଳି ଓ ଶେରଗଡର ନେତାଙ୍କୁ ନେଇ ନବୀନ ନିବାସରେ ଚାଲିଛି ଆଲୋଚନା । ଏଇଥିପାଇଁ ଯେ ହିଂଜିଳି ଦଖଲ କରି ନବୀନଙ୍କୁ ପାନେ ଦେବାକୁ କସରତ ଚଳାଇଛି ବିଜେପି ।

ବିଜେଡି ଗଡ଼ରେ ଧସେଇ ପଶୁଛି ବିଜେପି । ମୋହନ ଓ ମନମୋହନଙ୍କ ଯୋଡ଼ି ପଂଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ବିସ୍ତାର ପାଇଁ ପ୍ରସ୍ତୁତି କରିଛନ୍ତି ରୋଡମ୍ୟାପ୍‌ । ତେଣୁ ସଂଗଠନକୁ ବଂଚାଇବାକୁ ରଣନୀତି ବଦଳାଇବାକୁ ବାଧ୍ୟ ହୋଇଛନ୍ତି ନବୀନ । ନିଜେ ଗ୍ରାଉଣ୍ଡକୁ ଓହ୍ଲାଇପାରୁନଥିବାରୁ ନୂଆପଡ଼ା, ଭଦ୍ରକ ଓ ବାଲେଶ୍ୱରର ନେତାଙ୍କୁ ଡାକି ନବୀନ ନିବାସରେ ଆଲୋଚନା କରୁଛନ୍ତି ସଭାପତି । ନେତାଙ୍କ ଦଳବଦଳକୁ ରୋକିପାରୁନାହାନ୍ତି ଶୀର୍ଷ ନେତୃତ୍ୱ । ଭରସା କରୁନାହାନ୍ତି କର୍ମୀ । ଏଣୁ ଛାମୁଆଙ୍କ ଉପରୁ ଆସ୍ଥା ହଟାଇ ନିଜ ଘରର ସୁରକ୍ଷାର ଭାର କାନ୍ଧେଇଛନ୍ତି ନିଜେ ନବୀନ ।

  • Related Posts

     ଆସନ୍ତା କାଲି ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ଅନୁଷ୍ଠିତ ହେବ

    ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅତ୍ୟନ୍ତ ଗୌରବମୟ ଦିନ: ଶ୍ରୀ ମନମୋହନ ସାମଲ ଭୂବନେଶ୍ୱର, ତା.୦୬/୧୦: ସରକାରଙ୍କ ମୁଖ୍ୟ ଭାବରେ ନିରବଚ୍ଛିନ୍ନ ୨୫ ବର୍ଷର ଗୌରବମୟ ନେତୃତ୍ୱ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ…

    Continue reading
    ଅସ୍ତିତ୍ୱ ହରାଇ ବିଜେଡି ଏବେ ‘ନିର୍ମୂଳୀ ଲତା’ସଦୃଶ

     ଇଣ୍ଡି ମେଂଟ ଓ କଂଗ୍ରେସର ନୈତିକତାର ବଡ଼ ବଡ଼ କଥା କେବଳ ରାଜନୈତିକ ଡ୍ରାମାବାଜି  ବିଜେଡି ଓ ‘ଇଣ୍ଡି’ ମେଂଟର ମଧୁଚନ୍ଦ୍ରିକା ବହୁ ପୁରୁଣା  ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଏବେ ବିଭିନ୍ନ ସାହାରା ଖୋଜୁଛି ବିଜୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ