ସରକାରୀ ପ୍ରସ୍ତାବ ଓ ମାମଲାର ତ୍ୱରିତ ସମାଧାନ ନିର୍ଦ୍ଦେଶ

– ନିର୍ଦ୍ଦେଶ କିମ୍ବା ସ୍ପଷ୍ଟୀକରଣ ପାଇଁ ବିଭାଗକୁ ପଠାଯାଇଥିବା ମାମଲାଗୁଡ଼ିକର ଜିଲ୍ଲାସ୍ତରରେ ସଠିକ୍ ଯାଞ୍ଚ, ସମ୍ପୂର୍ଣ୍ଣ ଦାଖଲ ଏବଂ ସମୟାନୁବର୍ତ୍ତୀ ଅନୁଧ୍ୟାନ ସୁନିଶ୍ଚିତ ହେବ – ରାଜସ୍ୱ ସଚିବ

– ବିଭାଗୀୟ ପ୍ରସ୍ତାବ କିମ୍ବା ଅନ୍ୟ ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ ଯୋଗୁ୍ ବାଧା ଉପୁଜିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

​ଭୁବନେଶ୍ୱର :ଜିଲ୍ଲା ତଥା କ୍ଷେତ୍ର ସ୍ତରରୁ ବିଭାଗକୁ ପଠାଯାଉଥିବା ବିଭିନ୍ନ ସ୍ପଷ୍ଟୀକରଣ, ଆଇନଗତ ମାମଲା ଏବଂ ନିର୍ଦ୍ଦେଶାବଳୀ ସମ୍ବନ୍ଧୀୟ ପ୍ରସ୍ତାବଗୁଡ଼ିକର ସମ୍ପୂର୍ଣ୍ଣ ସମୀକ୍ଷା, ତଥ୍ୟ ଯାଞ୍ଚ ଏବଂ ସମୟଭିତ୍ତିକ ଅନୁଧ୍ୟାନ ନିଶ୍ଚିତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ବିନା ପର୍ଯ୍ୟାପ୍ତ ସମୀକ୍ଷା, ଅସମ୍ପୂର୍ଣ୍ଣ ତଥ୍ୟ କିମ୍ବା ଆବଶ୍ୟକୀୟ ଦସ୍ତାବିଜ୍ ବିନା ପ୍ରସ୍ତାବ ପଠାଯାଉଥିବାରୁ ବାରମ୍ବାର ଚିଠି ଆଦାନପ୍ରଦାନ ହେବା ସହ କାର୍ଯ୍ୟ ବିଳମ୍ବ ହେଉଥିବା ବିଭାଗ ପକ୍ଷରୁ ଲକ୍ଷ୍ୟ କରାଯାଇଛି । ଏହାକୁ ରୋକିବା ପାଇଁ ବିଭିନ୍ନ ଦିଗଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି l
​
ପ୍ରତ୍ୟେକ ପ୍ରସ୍ତାବରେ ଘଟଣାର ପୂରା ପୃଷ୍ଠଭୂମି, ସମ୍ପୃକ୍ତ ଆଇନ ତଥା ନିୟମ, ଏହାର ବିଶ୍ଳେଷଣ ଏବଂ ଜିଲ୍ଲାପାଳ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମତାମତ ଓ ସୁପାରିଶ୍ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଆବଶ୍ୟକ ।

ଅଦାଲତ ମାମଲାର ସମୟଭିତ୍ତିକ ପରିଚାଳନା ସୁନିଶ୍ଚିତ କରିବାକୁ ଗୁରୁତ୍ଵ ଦେଇ ଅଦାଲତଙ୍କ ଆଦେଶ, ଆଇନଗତ ସମୟସୀମା କିମ୍ବା ଅଦାଲତ ଅବମାନନା ସମ୍ବନ୍ଧୀୟ ମାମଲାଗୁଡ଼ିକୁ ଶେଷ ମୁହୂର୍ତ୍ତରେ ନପଠାଇ ଯଥେଷ୍ଟ ପୂର୍ବରୁ ବିଭାଗକୁ ପଠାଇବାକୁ କୁହାଯାଇଛି । ଏଥିରେ କୌଣସି ପ୍ରକାରର ବିଳମ୍ବକୁ ଗ୍ରହଣ କରାଯିବ ନାହିଁ ।

​ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ରିଟ୍ ଅପିଲ୍ (Writ Appeal) କିମ୍ବା ସୁପ୍ରିମ୍ କୋର୍ଟରେ ଏସଏଲପି (SLP) ଦାଖଲ ପାଇଁ ଆଇନ ବିଭାଗର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l
​
ଯେଉଁ ସବୁ କ୍ଷେତ୍ରରେ ସରକାରୀ ନିୟମ କିମ୍ବା ମାର୍ଗଦର୍ଶିକା ସ୍ପଷ୍ଟ ରହିଛି, ସେଠାରେ ଅନାବଶ୍ୟକ ଭାବେ ସ୍ପଷ୍ଟୀକରଣ ପାଇଁ ବିଳମ୍ବ ନ କରି ଜିଲ୍ଲା ସ୍ତରରେ ନିଜେ ବିଶ୍ଳେଷଣ କରି ବିଚାରପୂର୍ବକ ନିଷ୍ପତ୍ତି ନେବାକୁ କୁହାଯାଇଛି l

ସମସ୍ତ ଚିଠିପତ୍ର ବିଭାଗର ଅଫିସିଆଲ୍ ଇ-ମେଲ୍ (revsec.od@od.gov.in) ମାଧ୍ୟମରେ ପଠାଯିବା ସହ ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଆବଶ୍ୟକ ନଥିପତ୍ର ଦାଖଲ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି l

ଅସମ୍ପୂର୍ଣ୍ଣ କିମ୍ବା ବିଳମ୍ବରେ ପ୍ରସ୍ତାବ ପଠାଇବା ଯୋଗୁଁ ଯଦି କୌଣସି ଆଇନଗତ କିମ୍ବା ପ୍ରଶାସନିକ ସମସ୍ୟା ସୃଷ୍ଟି ହୁଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
​ଜିଲ୍ଲା ସ୍ତରରେ ପ୍ରସ୍ତାବଗୁଡ଼ିକର ଯାଞ୍ଚ ଓ ନିୟମିତ ଅନୁଧ୍ୟାନ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ