ସରକାର ଆପଣମାନଙ୍କ ସହିତ ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜନସାଧାରଣ ଓ ବାତ୍ୟା ସମୟରେ କାର୍ୟ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି । ଏ ସରକାର ଆପଣଙ୍କର । ଆପଣଙ୍କ ସେବା ଓ ସ‌ହଯୋଗ କରିବା ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାର ଆପଣମାନଙ୍କ ସହିତ ସବୁବେଳେ ସବୁ ସମୟରେ ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଆମ ରାଜ୍ୟ ଉପରୁ ଏତେ ବଡ ବିପତ୍ତି ହଟିଗଲା । ବାତ୍ୟା ‘ଦାନା’ ଏବଂ ଏହାର ପ୍ରଭାବରୁ କୌଣସି ମୃତାହତ ହୋଇନାହିଁ । ସରକାରଙ୍କ ଜିରୋ କାଜୁଆଲଟି ନୀତିକୁ ସଫଳତାର ସହିତ କାର୍ୟ୍ୟକାରୀ ହୋଇଛି । ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନଙ୍କୁ ମୁଁ ଆନ୍ତରିକତାର ସହିତ ଧନ୍ୟବାଦ ଜ୍ଞାପନ କରୁଛି ।”ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଲୋକଙ୍କୁ ସୁରକ୍ଷିତ କରି ସେମାନଙ୍କୁ ଆବଶ୍ୟକୀୟ, ସେବା ପ୍ରଦାନ କରିବା ପାଇଁ, ସମସ୍ତେ ଦିନ ରାତି ଏକ କରିଦେଇଥିଲେ । ବାତ୍ୟା ପରବର୍ତ୍ତୀ ଥଇଥାନ, ଏବଂ କ୍ଷୟକ୍ଷତିର ଆକଳନ କରି, ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସରକାର ଜନସାଧାରଣଙ୍କର ଆପଣଙ୍କ ସେବା ଓ ସ‌ହଯୋଗ କରିବା, ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ । ଶାନ୍ତି ଶୃଙ୍ଖଳା, ଏବଂ ଧୈର୍ୟ୍ୟର ସହିତ, ବାତ୍ୟାକୁ ସଫଳତାର ସହିତ ମୁକାବିଲା କରି, ସରକାରଙ୍କ ନିୟମାବଳୀକୁ ମାନି ନିଜ ଏବଂ ନିଜ ପରିବାରର ସୁରକ୍ଷା କରିଥିବାରୁ ଆପଣମାନେ ସମସ୍ତେ ପ୍ରଶଂସାର ପାତ୍ର ।”

  • Related Posts

    ୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ

    ଭୁବନେଶ୍ବର : ରାଜ୍ୟରେ ଭୋଟର୍‌ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ…

    Continue reading
    ଆଞ୍ଚଳିକ ଦଳ ପାଇଛନ୍ତି ୧୦୫୦ କୋଟି ଚାନ୍ଦା, ବିଜେଡି ୬୦ କୋଟି

    ନୂଆଦିଲ୍ଲୀ : ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକ ୨୦୨୪-୨୫ରେ ୧୦୫୧.୫୬ କୋଟି ଟଙ୍କା ଦାନ ପାଇଛନ୍ତି। ଏହା ପୂର୍ବ ବର୍ଷ ତୁଳନାରେ ତିନି ଗୁଣ ଅଧିକ। ୨୦୨୩-୨୪ରେ ଏହି ଦଳଗୁଡ଼ିକୁ ୩୪୭.୬୯ କୋଟି ଟଙ୍କା ଦାନ ମିଳିଥିଲା। ଏଥିରେ ୨୦ ହଜାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ