ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୩୨ ମୂଲ୍ୟବାନ ପ୍ଲଟ, ୨ ଫାର୍ମ ହାଉସ ଠାବ

ଜୟପୁର : କୋରାପୁଟ କୋଟପାଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅମାପ ସମ୍ପତ୍ତି। ମାଳ ମାଳ ପ୍ଲଟ୍, ବିଡା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା ଏବଂ ଗଣ୍ଡା ଗଣ୍ଡା ହାତୀ ମୂର୍ତ୍ତି। ଘରେ ରେଡ୍ ବେଳେ ଏସବୁ ଦେଖି ତାଜୁବ ଭିଜିଲାନ୍ସ।

ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ସମ୍ପତ୍ତି ତାଲିକା ବେସ ଲମ୍ବା । ବାବୁଙ୍କର ୩୨ଟି ମୂଲ୍ୟବାନ ପ୍ଲଟ, ୨ଟି ଫାର୍ମ ହାଉସ ଠାବ ହୋଇଛି । କୋରାପୁଟ, ଜୟପୁର, ବୋରିଗୁମ୍ମା, କୋଟପାଡ, ପଟାଙ୍ଗି ତହସିଲରେ ଏହି ସବୁ ପ୍ଲଟ୍ ରହିଛି। ସେହିଭଳି ବୋରିଗୁମ୍ମା ତରାଗାଁରେ ୧୦ ଏକର ବିଶିଷ୍ଟ ଫାର୍ମ ହାଉସ ଏବଂ ୪ ଏକରରୁ ଅଧିକ ଯାଗାରେ ଆଉ ଏକ ଫାର୍ମ ହାଉସ୍ ରହିଛି । କେବଳ ଏତିକି ନୁହେଁ ଖୋର୍ଦ୍ଧା ଜଟଣୀ ମାଧିପୁର ମୌଜାରେ ୧ ହଜାର ବର୍ଗଫୁଟ ବିଶିଷ୍ଟ ଗୋଟିଏ ଫ୍ଲାଟ୍ ରହିଛି । ଏଥିସହିତ ଯନ୍ତ୍ରୀ ଘରୁ ୩୦୦ ଗ୍ରାମର ସୁନା, ରୂପା ଗହଣା, ରୂପା ହାତୀ ମୂର୍ତ୍ତି ସହ ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।

ସୂଚନା ଥାଉକି, ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି। ଜୟପୁର ସମେତ କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡାର ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି। କୋରାପୁଟ ସ୍ଥିତ ଅଫିସ୍‍ , ଜୟପୁରସ୍ଥିତ ସରକାରୀ କ୍ବାର୍ଟର, ଜୟପୁର ପାରାବେଡାସ୍ଥିତ ଭଡା ଘର, କୋରାପୁଟ ବୋରିଗୁମ୍ମାସ୍ଥିତ ୨ଟି ଫାର୍ମ ହାଉସ, ଖୋର୍ଦ୍ଧା ଜଟଣୀ ମାଧିପୁରରେ ଥିବା ଫ୍ଲାଟ୍, କେନ୍ଦ୍ରାପଡା ଚାନ୍ଦୋଳରେ ଥିବା ପୈତୃକ ଘରେ ରେଡ କରୁଛି ଭିଜିଲାନ୍ସ ଟିମ୍। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପୈତୃକ ଗାଁ ଜହଙ୍ଗର ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ଚଢାଉରେ ୭ ଜଣ ଡିଏସ୍ପି, ୯ ଜଣ ଇନସ୍ପେକ୍ଟର, ୧୧ ଜଣ ASI ଏବଂ ଅନ୍ୟ ଜଣେ କର୍ମଚାରୀ ସାମିଲ ଅଛନ୍ତି।

  • Related Posts

    SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!

    ବୌଦ୍ଧ: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ। ସେ SIR କାମରେ…

    Continue reading
    ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

    ● ରାଷ୍ଟ୍ରପତିଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଯିବେ ପ୍ରଧାନମନ୍ତ୍ରୀ ● ମୟୂରଭଞ୍ଜର ରାଇରଙ୍ଗପୁରଠାରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ● ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ