mp aparajita sadangi ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ଅପରାଜିତା

ଭୁବନେଶ୍ୱର: ସାତ ବର୍ଷରରିପୋର୍ଟକାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୬୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ନିଜ ସାତ ବର୍ଷର କାର୍ଯ୍ୟର ହିସାବ ଦେଇଛନ୍ତି ସାଂସଦ । ଭୁବନେଶ୍ୱର ପାଇଁ ୧୦୦ ପ୍ରତିଶତ ଚେଷ୍ଟା କରୁଥିବା କହିବା ସହ ନିଜ କାର୍ଯ୍ୟର ବିବରଣୀ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ କହିଛନ୍ତି । ସାଂସଦଙ୍କ ଦାବି ଅନୁସାରେ, ଏହି ସାତ ବର୍ଷରେ ୫୫ ପ୍ରକାରର କାର୍ଯ୍ୟକରାଯାଇଛି। ସଂସଦୀୟ କ୍ଷେତ୍ର ପାଇଁ ୮ଟି ମୁଖ୍ୟ କାର୍ଯ୍ୟକୁ ମଧ୍ୟ ସେ ପ୍ରମୁଖତା ଦେଇଛନ୍ତି ।ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ଦୂର କରିବାକୁ ୧୦ଟି ଫୁଟ୍ ଓଭରବ୍ରିଜ୍, ୭ଟି ଫ୍ଲାଏଓଭର ଓ ୧୬ଟି ଅଣ୍ଡରପାସ୍ ପାଇଁ ପ୍ରସ୍ତାବ ରହିଥିବା ସେ କହିଛନ୍ତି । ପଳାଶୁଣୀରେ ୭ ମିଟର ସର୍ଭିସ୍ ରୋଡ୍ ଏବଂ ପଳାଶୁଣୀରୁ ରସୁଲଗଡ଼ ମଧ୍ୟରେ ପ୍ରାୟ ୧୮ କୋଟି ୪୨ ଲକ୍ଷ ଟଙ୍କାର ଫୁଟ୍ ଓଭରବ୍ରିଜ୍ ଓ ସ୍କାଏୱାକ୍ ନିର୍ମାଣ ଯୋଜନା ଥିବା ସୂଚନା ଦେଇଛନ୍ତି ।
ସେହିପରି ୧୧୧ କିଲୋମିଟରର ୬ ଲେନ୍ ରାସ୍ତା ନିର୍ମାଣ କାମ ଆରମ୍ଭ ହେବ ବୋଲି କହିଛନ୍ତି ଅପରାଜିତା । ଏହାଦ୍ୱାରା ୩ଟି ଜିଲ୍ଲା ଉପକୃତ ହେବା ନେଇ ସେ ଦାବି କରିଛନ୍ତି । କେବଳ ରାସ୍ତା ଓ ଟ୍ରାଫିକ୍ ନୁହେଁ, ଆଲୋକ ଏବଂ ପାନୀୟ ଜଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି । ୭,୫୦୦ ସୋଲାର ଲାଇଟ୍ ଏବଂ ୬୫୭ଟି ମନ୍ଦିର ଓ ମାର୍କେଟ୍ କମ୍ପ୍ଲେକ୍ସରେ ଆକ୍ୱାଗାର୍ଡ ପାଣି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

ପାଣ୍ଡରା ଛକରେ ୫୭ କୋଟି ଟଙ୍କା ବ୍ୟୟରେ ଆଧୁନିକ ହୋଲସେଲ୍ ଫିସ୍ ମାର୍କେଟ୍ ନିର୍ମାଣ ହେବ । ସେହିପରି ୬୩୦ କୋଟି ଟଙ୍କା ବ୍ୟୟରେ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ ପାଇଁ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସାଂସଦ କହିଛନ୍ତି । ଶିକ୍ଷା କ୍ଷେତ୍ରରେ ପ୍ରତି ବ୍ଲକରେ ଲାଇବ୍ରେରୀ କରିବା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ଉପରେ ଜୋର୍ ଦିଆଯିବ । ପ୍ରତି ମାସରେ ୪ ଥର ଅଭିଯୋଗ ଶୁଣାଣି କରାଯାଉଥିବା ସହ ୧୧୫ଟି ଜନ ଔଷଧି କେନ୍ଦ୍ର ବିଭିନ୍ନ ଅଞ୍ଚଳରେ ରହିଥିବା ସେ ସୂଚନା ଦେଇଛନ୍ତି । ସବୁଠାରୁ ବଡ଼ କଥା, ଭୁବନେଶ୍ୱର ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଏନେଇ ସରକାର ସକାରାତ୍ମକ ଥିବା ଏବଂ ଆଗକୁ କାମ କରାଯିବ ବୋଲି ସରକାର କହିଥିବା ସେ ଦାବି କରିଛନ୍ତି । ଶେଷରେ, ନିଜ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ।

  • Related Posts

    bjd target bjp ଓଡିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି: ବିଜେଡି

    ଭୁବନେଶ୍ୱର: ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି । ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଦ୍ୱାରା ଓଡିଶାବାସୀଙ୍କ ହକ୍କୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଖଣି ମାଲିକଙ୍କ ଏଜେଣ୍ଟ…

    Continue reading
    congress ଓଡ଼ିଶା ଅସ୍ମିତା କଥା କହୁଥିବା ରାଜନୈତିକ ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଆଗଭର ହୁଅନ୍ତୁ:କଂଗ୍ରେସ

    ଭୁବନେଶ୍ୱର : ଓଡିଶା ଅସ୍ମିତାକୁ ଗୁରୁତ୍ୱ ଦେଉଥିବା ବିଜେପି ଖଣି ଅଧିନିୟମ ସଂଶୋଧନ ଆଇନ ଓଡ଼ିଆ ସ୍ୱାର୍ଥ ବିରୋଧି ହୋଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସଂସଦ ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀମାନେ ଏହି ସଂଶୋଧନକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ଠାରେ ଦାବୀ କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ