
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡବିଲ ଗାଁରେ ବିଷାକ୍ତ ସାପ କାମୁଡାରେ ମାଆ ଝିଅଙ୍କର ମୃତ୍ୟୁ ଘଟିଛି। ମୃତକ ଯାତ୍ରୀ ନାଏକ ଏବଂ ଫୁଲମଣୀ ନାଏକ ବୋଲି ଜଣାପଡିଛି। ଠାକୁର ମୁଣ୍ଡା ମେଡିକାଲର ଝିଅର ମୃତ୍ୟୁ ହୋଇଥିବାବେଳେ ଘରେ ମାଆର ମୃତ୍ୟୁ ଘଟିଛି। ସୂଚନା ମୂତାବକ ଶୁକ୍ରବାର ରାତିରେ ଯାତ୍ରୀ ଏବଂ ଫୁଲମଣି ଘରେ ଶୋଇଥିବା ବେଳେ ସର୍ପାଘାତର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ମାଆ ଫୁଲମଣିଙ୍କର ମୃତ୍ୟୁ ଘଟିଥିଲା। ଝିଅ ଯାତ୍ରୀକୁ ଗୁରୁତର ଅବସ୍ଥାରେ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।




