ସାମାଜିକ କର୍ମୀ ଭରତ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣା: ୨ ଗିରଫ

ଦେବଗଡ଼:ଗତ ଫେବୃଆରୀ ମାସ ୧୬ ତାରିଖରେ ଦେବଗଡ ଥାନାର ଟାଇଁସର ସ୍ଥିତ ଫାର୍ମ ହାଉସରେ ସାମାଜିକ କର୍ମୀ ରିଆମାଳ ଥାନାଂଚଳର ପୁରୁମୁଣ୍ଡା ଗ୍ରାମର ଭରତ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାର ଆଜି ଦେବଗଡ ଥାନା ପୁଲିସ ପର୍ଦ୍ଦାଫାଶ କରିଛି। ଉକ୍ତ ଘଟଣାର ମୂଖ୍ୟ ଅଭିଯୁକ୍ତ ତଥା ହତ୍ୟା ପାଇଁ ସୁପାରୀ ଦେଇଥିବା ଭରତଙ୍କ ସଢୁ ଅନୁଗୁଳ ଜିଲ୍ଲାର ବଉଳିଗଡ ପଂଚାୟତରେ ପଂଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ବନ୍ତଳା ଥାନା ବସଳା ଗ୍ରାମର ରାକେଶ ବେହେରା(୩୯) ଓ ସୁପାରୀ ନେଇଥିବା ବସଳା ଗ୍ରାମର ସନ୍ଦିପ ବେହେରା(୨୪)କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଅଦାଲତରେ ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତଦ୍ବୟଙ୍କୁ ଜେଲ ହାଜତକୁ ପଠାଦିଆଯାଇଛି। ଏଥିସହ ଘଟଣାରେ ବ୍ୟବହୃତ କାର ମଧ୍ୟ ପୁଲିସ ଜବତ କରିଛି। ପାରିବାରିକ କଳହ ସହ ରାକେଶ ଜାଲ୍ ଜାତି ପ୍ରମାଣ ପତ୍ର ଦାଖଲ କରି ପଂଚାୟତ ନିର୍ବାହୀ ଅଧିକାରୀ ଚାକିରି କରୁଥିବା ନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଅନୁଗୁଳ ଜିଲ୍ଲାପାଳ,ଭିଜିଲାନ୍ସ ବିଭାଗ,ସମ୍ବଲପୁର ସ୍ଥିତ ଉତ୍ତରାଂଚଳ ରାଜସ୍ୱ କମିଶନର,ପଂଚାୟତିରାଜ ବିଭାଗ ମନ୍ତ୍ରୀଙ୍କ ନିକଟକୁ ଭରତ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ କେନ୍ଦ୍ର କରି ରାକେଶ ସନ୍ଦିପକୁ ଭରତଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ।ଗତ ଫେବୃୟାରୀ ୧୬ରେ ରାକେଶ ନିଜର କାର ଯୋଗେ ସନ୍ଦିପ ଓ ତାଙ୍କର ଅନ୍ୟ ୨ ଜଣ ସାଥୀଙ୍କ ସହିତ ଟାଇଁସର ସ୍ଥିତ ଭରତଙ୍କ ଫାର୍ମ ହାଉସରେ ପହଂଚିଥିଲେ। ସେଠାରେ ଭରତ କୋଠରୀ ମଧ୍ୟରେ ଏକୁଟିଆ ଥିବା ଦେଖି ଜାଣିବା ପରେ ରାକେଶ କାର ଭିତରେ ବସି ଥିବାବେଳେ ସନ୍ଦିପ ଓ ତାଙ୍କର ୨ଜଣ ସାଥୀଉକ୍ତ କୋଠରୀ ମଧ୍ୟରେ ପଶି ଭରତଙ୍କୁ ସଂଘବଦ୍ଧ ଭାବେ ପ୍ରବଳ ମାଡ ମାରିବାସହ ହତ୍ୟା ଉଦ୍ୟମ କରିଥିଲେ।ଭରତ ଗୁରୁତର ଆହତ ହୋଇପଡିବା ସହ ଅଚେତ ହୋଇ ତଳେ ପଡିଯିବାରୁ ସେ ମରିଯାଇଥିବା ଭାବି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। କିଛି ସମୟ ପରେ ଉକ୍ତ ଫାର୍ମର ଜଗୁଆଳି ସେଠାରେ ପହଂଚି ଭରତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥାସଂଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ଭରତ ଦେବଗଡ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଉକ୍ତ ଘଟଣାରେ ପୁଲିସ ଆଜି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

  • Related Posts

    ନିମାପଡାରେ ନିୟମର ଧଜ୍ଜିଆ ଉଡାଉଛନ୍ତି ସରକାରୀ ବାବୁ ଓ ବାବୁଆଣି

    ଅଫିସ ସକାଳୁଆ ,ଆସୁଛନ୍ତି ୧୦ଟା ପରେ ନିମାପଡ଼ା ରୁ ବସନ୍ତ ନାୟକ, ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ସକାଳୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାର ଙ୍କ ଏହି ଆଦେଶ କୁ ନିମାପଡ଼ାରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଗାଡି ସଂଖ୍ୟା ଅଧା ହେଲା

    ଭୁବନେଶ୍ୱର,୧୩/୦୫: ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଦେବାକୁ ରାଜ୍ୟବାସୀଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ