ଭୁବନେଶ୍ୱର, ତା.୩୧/୧୦/୨୦୨୫: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆଜି ଶପଥ ପାଠ କରାଯାଇଛି । ବିଭାଗର ସମ୍ମିଳନୀ କକ୍ଷରେ ନିର୍ଦ୍ଦେଶିକା ସୁଶ୍ରୀ ପାରୁଲ ପଟାୱରି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟ ଦେଶର ଏକତା ଅକ୍ଷୁଣ୍ଣ ରଖିବାରେ ସହାୟକ ହୋଇଥିଲା । ପ୍ରତ୍ୟେକ ନାଗରିକ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜ ନିଜ କ୍ଷେତ୍ରରେ ଉଦ୍ୟମ ଜାରି ରଖିବାର ଆବଶ୍ୟକତା ରହିଛି ବୋଲି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରିଥିଲେ । ପ୍ରତ୍ୟେକ ନାଗରିକ ଜୀବନର ସମସ୍ତ କ୍ଷେତ୍ରରେ ସର୍ବଦା ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନକକୁ ଅନୁସରଣ କରିବା ସହିତ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ ବୋଲି ଉଲ୍ଲେଖ କରି ନିର୍ଦ୍ଦେଶକ ସୁଶ୍ରୀ ପଟାୱରି ଉପସ୍ଥିତ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଥିଲେ । ଶପଥ ପାଠ ଉତ୍ସବରେ ସ୍ଵତନ୍ତ୍ର ଶାସନ୍ ସଚିବ ଶ୍ରୀମତୀ ରଜନୀ ଜାନୀ, ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ, ଜୟଶ୍ରୀ ତ୍ରୀପାଠୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଭାସ୍କର ରଇତୋ, ଶ୍ରୀ ଦୀପକ ରାଉତରାୟ, ଶ୍ରୀମତୀ ସୋନିଆ ବେହେରା, ଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠରେ ଅଂଶଗ୍ରହଣ କରିଥିଲେ ।
ବି.ଏଡ୍, ଏମ୍.ଏଡ୍., ବିଏଚ୍.ଏଡ୍. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶ
ଭୁବନେଶ୍ୱର: ଦୁଇବର୍ଷିଆ ବି.ଏଡ୍, ଏମ୍.ଏଡ୍., ବିଏଚ୍.ଏଡ୍. ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧାତାଲିକା ମଙ୍ଗଳବାର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇଛି। ମୋଟ ୪୪,୨୨୨ ଜଣ ଛାତ୍ରୀଛାତ୍ର ଚଏସ୍ ଲକିଙ୍ଗ୍ କରିଥିବାବେଳେ ପ୍ରଥମ ମେଧାତାଲିକାରେ ୨୮୨୫ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ ହୋଇଛନ୍ତି।…




