ସାଲାର-୨’ ରେ ନଜର ଆସିବେ କୋରିଆର ଚର୍ଚ୍ଚିତ ଅଭିନେତା ଡନ୍ ଲି!

ମୁମ୍ବାଇ: ଦକ୍ଷିଣ କୋରିଆ ଚର୍ଚ୍ଚିତ ଅଭିନେତା ଡନ୍ ଲି ଯିଏ ମା ଡଙ୍ଗ-ସେଓକ ନାମରେ ମଧ୍ୟ ଜଣା, ରବିବାର ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିଜର ତଥା ପ୍ରଭାସଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ୟ୍ୟ କରିଦେଇଛନ୍ତି। ଏହି ପୋଷ୍ଟରେ ସେ ପ୍ରଭାସଙ୍କ ”ସାଲାର: ପାର୍ଟ-୨” ଫଟୋ ସହିତ ଏକ ଥମ୍ବସ୍ ଅପ୍ ଇମୋଜୀ ଶେୟାର କରିଛନ୍ତି। ଏଥିରୁ ଏହା ଜଣ ପଡୁଛି କି ସେ ଏହି ଆକ୍ସନ ଫିଲ୍ମକୁ ପସନ୍ଦ କରିଛନ୍ତି।

ତେବେ ଡନ୍ ଲି ଏହି ପୋଷ୍ଟ ଶେୟାର କରିବା ପରେ ତାଙ୍କର ଏବଂ ପ୍ରଭାସଙ୍କ ପ୍ରଶଂସକ ସୋସିଆଲ ମିଡିଆରେ କମେଣ୍ଟ ଏବଂ ଅନେକ କିଛି ଆକଳନ କରି ପୋଷ୍ଟ କରି ଚାଲିଛନ୍ତି। କିଛି ଆକଳନ କରୁଛନ୍ତି କି ସନ୍ଦୀପ ରେଡି ଭାଙ୍ଗାଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ସ୍ପିରିଟରେ ଡନ୍ ଲି ନଜର ଆସିପାରନ୍ତି। ତେବେ ପ୍ରଶଂସକମାନେ ଦୃଢ ଭାବେ ନିଜ ପସନ୍ଦର ଅଭିନେତାଙ୍କୁ ଭାରତୀୟ ଫିଲ୍ମରେ ଦେଖିବା ଆଶା ପୋଷଣ କରିଛନ୍ତି। ଏହି ଖବର ସମ୍ପର୍କରେ କୌଣସି ନିଶ୍ଚିତତାର ସୂଚନ ନାହିଁ।

ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଗତ ବର୍ଷ ପ୍ରଭାସଙ୍କ ସହ ସ୍ପିରିଟ ଫିଲ୍ମ ​​ଘୋଷଣା କରିଥିଲେ। ଏହି ପ୍ରୋଜେକ୍ଟରେ ଦୁହେଁ ପ୍ରଥମଥର କାମ କରିବାକୁ ଯାଉଛନ୍ତି। କିଛିଦିନ ତଳେ ଏକ ସାକ୍ଷାତକାରରେ ସନ୍ଦୀପ ରେଡ୍ଡୀ ଭଙ୍ଗା ଉଲ୍ଲେଖ କରିଛନ୍ତି ଯେ ସ୍ପିରିଟ ବଜେଟ୍ ୩୦୦ କୋଟି ଟଙ୍କା ରହିଛି। ସେ ଏହି ଚଳଚ୍ଚିତ୍ର ଉପରେ ଆତ୍ମବିଶ୍ୱାସ ବ୍ୟକ୍ତ କରିବା ସହ ଏହା ପ୍ରଥମ ଦିନରେ ହିଁ ପ୍ରେକ୍ଷାଳୟରେ ୧୫୦ କୋଟି ଟଙ୍କା ରୋଜଗାର କରିବ ବୋଲି ଉଲ୍ଲେଖ କରିଛନ୍ତି।

 

  • Related Posts

    ‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି

    ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଦୁଗ୍ଧ ସମବାୟ ସଂସ୍ଥା ‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀର ପ୍ରସିଦ୍ଧ ପ୍ରଗତି ମୈଦାନସ୍ଥିତ ‘ଭାରତ ମଣ୍ଡପମ୍’ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଏକ୍ସପୋରେ ଓମ୍‌ଫେଡ୍ ସମଗ୍ର ଦେଶରେ ଶ୍ରେଷ୍ଠ…

    Continue reading
    ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି

    ବିଶାଖାପାଟଣା: ଭାରତୀୟ ନୌସେନାରେ ସାମିଲ ହେଲା ‘INS ମହେନ୍ଦ୍ରଗିରି’ । ହିନ୍ଦ ମହାସାଗର ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବଢୁଥିବା ରଣନୀତିକ ତିକ୍ତତା ଓ ଗ୍ଲୋବାଲ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଶନିବାର ବିଶାଖାପାଟଣା ନେଭାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ