‘ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ କରିବା ନବୀନଙ୍କୁ ଶୋଭା ଦେଉନି’

ଭୁବନେଶ୍ଵର: ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ ତିଆରି କରିବାର ପରିକଳ୍ପନା ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନି। ପରୋକ୍ଷ ଭାବେ ଏହାକୁ ବିରୋଧ କରିବା, ଅଟକାଇବା ମାନସିକତା ନବୀନ ଛାଡ଼ନ୍ତୁ। କେନ୍ଦ୍ର ସରକାର ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆଗାମୀ ଇତିହାସକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏତିକି ବଢିବ ସେତିକି ବଢିବ କହି ଦ୍ୱନ୍ଦ୍ୱ କରିବା ଠିକ୍ ନୁହେଁ।

ପୃଥ୍ଵୀରାଜ କହିଛନ୍ତି ଯେ, ଆଗାମୀ ଦିନରେ ସୀମା ପୁନଃ ନିର୍ଦ୍ଧାରଣ ହୋଇ ସିଟ୍ ସଂଖ୍ୟା ବଢିଲେ ଗଣତନ୍ତ୍ର ପାଇଁ ଶୁଭଙ୍କର ହେବ। ତାକୁ ବିରୋଧ କରି ସ୍ୱତନ୍ତ୍ର ଅଧିବେଶନ ଜିଦ କରିବା ପରୋକ୍ଷ ଭାବେ ମହିଳା ସଂରକ୍ଷଣକୁ ବିରୋଧ କରିବାକୁ ବିଜେଡିର ନୂଆ ଯୋଜନା। ସେହି ଦୃଷ୍ଟିରୁ ଏଭଳି ବିବାଦରୁ ନବୀନ ଦୂରେଇ ରୁହନ୍ତୁ। ନିର୍ବାଚନ ମଣ୍ଡଳୀ ସାଇଜ୍ ଯଦି ୟୁନିଫର୍ମ ରହିଲା, ଅପେକ୍ଷାକୃତ ବଡ଼ ନରହିଲା ତାହେଲେ ଜନପ୍ରତିନିଧିମାନଙ୍କୁ ସୁବିଧା ହୁଏ। ବିଜେଡିର ନେତା ବୋଧେ ଏକଥା ବୁଝନ୍ତି ନାହିଁ ବୋଲି ଆଇନ ମନ୍ତ୍ରୀ ଟାର୍ଗେଟ୍ କରିଛନ୍ତି।

  • Related Posts

    ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସମ୍ମିଳିତ ସ୍ୱର ଉତ୍ତୋଳନ ହେବ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି: ନବୀନ

    ଭୁବନେଶ୍ୱର: ଭାରତର ଗୌରବ, ସାହସ ସଂକଳ୍ପର ଜୀବନ୍ତ ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସରେ ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧା ଓ ଗରିମାମୟ ଭାବରେ “ପ୍ରବାଦ ପୁରୁଷ ଦିବସ” ଭାବେ ପାଳିତ ହୋଇଯାଇଛି । ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ…

    Continue reading
    ନବୀନଙ୍କ ‘ବିଶ୍ୱାସଘାତକ’ ଟାର୍ଗେଟ

    ଭୁବନେଶ୍ୱର: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ‘ବିଶ୍ୱାସଘାତକ’ ଶବ୍ଦ । ବିଜୁ ବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ନବୀନ ପଟ୍ଟନାୟକ ‘ବିଶ୍ୱାସଘାତକ’ କହି ପରୋକ୍ଷରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାଜନୀତିରେ କିଛି ଲୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ