ସୁପ୍ରିମକୋର୍ଟରେ ଡିଜିପି ମନୋନୟନ, ଦାରା ସିଂ ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ: ରାଜ୍ୟ ପୁଲିିସ ମୁଖିଆ ମନୋନୟନ ଏବଂ ଜେଲରୁ ଦାରା ସିଂଙ୍କ ଖଲାସ ସମ୍ପର୍କିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟରେ ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାଟି ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିବା ବେଳେ ବିଚାରପତି ମନୋଜ ମିଶ୍ର ଓ ବିଚାରପତି ବିଜୟ ବିଷ୍ଣୋୟୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ଦାରା ସିଂ ମାମଲାର ଶୁଣାଣି ଧାର୍ଯ୍ୟ ହୋଇଛି। ଡିଜିପି ମନୋନୟନ ମାମଲାରେ କୋର୍ଟମିତ୍ର ରାଜୁ ରାମଚନ୍ଦ୍ରନ ରିପୋର୍ଟ ଦାଖଲ କରି ୟୁପିଏସସିକୁ ପଠାଯାଇଥିବା ମେ ୧୪ର ମୂଳ ତାଲିକା ବିଚାରକୁ ନେବା ପାଇଁ ସୁପାରିସ କରିଛନ୍ତି।
ଗତ ଶୁଣାଣିରେ କୋର୍ଟମିତ୍ରଙ୍କ ରିପୋର୍ଟ ଉପରେ ତର୍ଜମା କରି ଜବାବ ଦାଖଲ କରିବାକୁ ଓଡ଼ିଶା ସରକାର ମହଲତ ଲୋଡ଼ିଥିଲେ। ବରିଷ୍ଠ ଆଇପିଏସ ସୁଶାନ୍ତ ନାଥ ମଧ୍ୟ ମାମଲାରେ ହସ୍ତକ୍ଷେପ କରି ଜବାବ ଦାଖଲ ପାଇଁ ନ୍ୟାୟାଳୟଙ୍କ ଅନୁମତି ମାଗିଥିଲେ। ଉଭୟ ଓଡ଼ିଶା ସରକାର ଏବଂ ସୁଶାନ୍ତ ନାଥଙ୍କୁ ନିଜର ମତ ରଖିବାକୁ ନ୍ୟାୟାଳୟ ଅନୁମତି ପ୍ରଦାନ କରିଥିଲେ।
ଦାରା ସିଂ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ପୂର୍ବରୁ ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ତାଙ୍କ ଆଗୁଆ ମୁକ୍ତି ଆବେଦନକୁ ଖାରଜ କରିଛନ୍ତି। ଯଦିଓ ଦାରାଙ୍କ ଆବେଦନଟି ଖାରଜ ହୋଇଛି, କିନ୍ତୁ ଏଥିପାଇଁ ପର୍ଯ୍ୟାପ୍ତ କାରଣ ଦର୍ଶାଯାଇନାହିଁ। ଦାରା ସିଂ ମାମଲାରେ ମଧ୍ୟ ନ୍ୟାୟାଳୟ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ