
ଭୁବନେଶ୍ୱର : ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଲା ଓଡିଶା ପୁଲିସ ଡିଜି ନିଯୁକ୍ତି ମାମଲା। ଏହି ସମ୍ପର୍କିତ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଦାୟର ହୋଇଥିବା ପିଆଇଏଲରେ ଦର୍ଶାଯାଇଛି, ଓଡିଶା ସରକାର ଡିଜିପି ନିଯୁକ୍ତି ସମ୍ପର୍କରେ ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ଏଡାଇବାକୁ ଚେଷ୍ଟା କରୁଛନ୍ତି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି.ମୋହନାଙ୍କ ବେଞ୍ଚ ଏହି ମାମଲାକୁ ବୁଧବାର ତାଲିକାଭୁକ୍ତ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି।
ପ୍ରଧାନ ବିଚାରପତି କହିଛନ୍ତି, ୟୁପିଏସସି ଭଲ ଭାବେ ଜାଣେ କିଏ ଯୋଗ୍ୟ ଓ କାହାର ନାଁ ବିଚାର କରାଯିବା ଆବଶ୍ୟକ। ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ପୁଣି ବସିବ ୟୁପିଏସସି ବୈଠକ। ବୈଠକରେ ଓଡ଼ିଶା ପୁଲିସ ଡିଜି ଚୟନ ଚୂଡ଼ାନ୍ତ ହେବା ସମ୍ଭାବନା ରହିଛି।




