ସୂବର୍ଣ୍ଣରେଖାରେ ଭାସିଗଲେ ଦୁଇ ଭଉଣୀ

ଜଳେଶ୍ୱର : ସୂବର୍ଣ୍ଣରେଖାରେ ବୁଡ଼ ପକାଇବା ସମୟରେ ଭାସିଗଲେ ଦୁଇ ଭଉଣୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଶିଖରପୁର ଘାଟରେ ଘଟିଛି ଅଘଟଣ । ଜଳେଶ୍ୱର ଶିଖରପୁର ଘାଟରେ ତିନି ଜଣେ ନାବାଳିକା ବୁଡ଼ ପକାଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ତିନି ଜଣ ଭାସିଯାଇଥିଲେ । ଯାହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ତୁରନ୍ତ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ବାକି ଦୁଇ ନାବାଳିକା ନିଖୋଜ ଅଛନ୍ତି । ବୁଡ଼ ପକାଇବା ସମୟରେ ପ୍ରଖର ନଦୀ ସ୍ରୋତ ଆସିବାରୁ ନାବାଳିକା ଭାସିଯାଇଥିବା ସୂଚନା । ତେବେ ନିଖୋଜ ଦୁଇ ନାବାଳିକା ହେଉଛନ୍ତି ସ୍ଥାନୀୟ ଚକହରି ଗାଁର କାହ୍ନାଚରଣ ଦାସ ଅଧିକାରୀଙ୍କ ଦୁଇ ନାବାଳିକା ନନ୍ଦିତା ଓ ପରି ବୋଲି ଜଣାପଡିଛି । ଗ୍ରାମବାସୀଙ୍କ ଦ୍ୱାରା ବର୍ତ୍ତମାନ ଖୋଜାଖୋଜି ଜାରି ରହିଛି।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ