‘ସୋଆ ଆଇଡିଆଥନ୍’: ଆଣିଲା ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋଆ ଆଇଡିଆଥନ୍ -୨୦୨୫ ଅନୁଷ୍ଠିତ ହୋଇଛି । ଗତ ୧୨ ଓ ୧୩ ତାରିଖରେ ଆୟୋଜିତ ଏହି ଅନ୍ଲାଇନ୍ ହାକାଥନ୍ରେ ୧୮୩୬ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉଦ୍ଘାଟନୀ ସମାରୋହରେ ସୋଆ କୁଳପତି ପ୍ରଫେସର ଡ. ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସୋଆ ଆଇଡିଆଥନ୍ – ୨୦୨୫ର ସଭାପତି ପ୍ରଫେସର ଡ. ମନୋରଞ୍ଜନ ପାଢୀ, ଆଇଟିଇଆର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁୁ, ସିନିଅର ଆସିଷ୍ଟାଂଟ ସ୍ୱାଗତିକା ଆଚାର୍ଯ୍ୟ, ଇଞ୍ଜିନିୟର ଡ. ପ୍ରିୟରଞ୍ଜନ ମେହେର ଉପସ୍ଥିତ ଥିଲେ । ଆଇଟିଇଆର ଛାତ୍ରମଙ୍ଗଳର ଅତିରିକ୍ତ ଡିନ୍ ପ୍ରଫେସର ରେଣୁ ଶର୍ମା ଓ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିଭାଗର ମୁଖ୍ୟ ସଂଯୋଜକ ଡ. ଶଶାଙ୍କ ଚୌଧୁରୀ ଉପସ୍ଥିତ ଥିଲେ ।
ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ନବସୃଜନ ଆଣିବା ସହ ପ୍ରଯୁକ୍ତି ବିଦ୍ୟାର ବିକାଶ, ବିଭିନ୍ନ ସମସ୍ୟାର ସମାଧାନ ଉପରେ ଆଲୋଚନା କରିଥିଲେ । ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୫ର ପ୍ରଭାବିତ ହୋଇ ସୋଆ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି ପ୍ଲାଟଫର୍ମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଚ୍ୟାଲେଞ୍ଜ ଓ ଅସୁବିଧାକୁ କିପରି ମୁକାବିଲା କରିବେ ତାର ସମାଧାନ ଦକ୍ଷତା ହାସଲ କରିଥିଲେ ।
କାର୍ଯ୍ୟକ୍ରମର ଉଦ୍ୟାପନୀ ସମାରୋହରେ ଆଇଟିଇଆରର ଅତିରିକ୍ତ ଡିନ୍(ଏକାଡେମିକ୍ସ) ପ୍ରଫେସର ଡିଏନ ଥାଟୋଇ, ସିଏସଇ ମୁଖ୍ୟ ପ୍ରଫେସର ଦେବାହୂତି ମିଶ୍ର, ସିଏସ୍ ଆଣ୍ଡ ଆଇଟିର ମୁଖ୍ୟ ପ୍ରଫେସର ଅଜିତ ନାୟକ ଉପସ୍ଥିତ ଥିଲେ ।

Related Posts

ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

Continue reading
ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ