ସୋଆ ଆଇନ ମହାବିଦ୍ୟାଳୟ ଏନ୍ଏସ୍ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଉଦ୍ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଲ’ (ଏସ୍ଏନ୍ଆଇଏଲ୍) ଏନ୍ଏସ୍ଏସ୍ ଶାଖା ପକ୍ଷରୁ ସୋମବାର ଜଟଣୀ ବ୍ଲକ୍ର ମୁଣ୍ଡମୁହାଁଣ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରାଯିବା ସହ ଏକ ସାତ ଦିନିଆ ସ୍ୱତନ୍ତ୍ର ସେବା ଶିବିର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ର କାର୍ଯ୍ୟକ୍ରମ ସଂଯୋଜକ ଡଃ କମଳ ଲୋଚନ ମହନ୍ତ, ସାହିତି୍ୟକ ତଥା ପରିବେଶବିତ୍ ଶ୍ରୀ ରମାକାନ୍ତ ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ବିଷ୍ଣୁପ୍ରିୟା ଦାଶ ଏବଂ କାର୍ଯ୍ୟ ଅଧିକାରୀ ସହପ୍ରାଧ୍ୟାପକ ଶ୍ରୀ ଅମ୍ବରୀଶ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଶିବିର ମାଧ୍ୟମରେ ବିଧି ଶାସ୍ତ୍ର ବିଭାଗର ସ୍ୱେଚ୍ଛାସେବୀମାନେ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମୌଳିକ ଆଇନ ସହାୟତାର ବିଭିନ୍ନ ଦିଗ ବିଷୟରେ ଶିବିର ଓ ପଦଯାତ୍ରା ଆଦି କାର୍ଯ୍ୟକ୍ରମର ଯୋଜନା କରାଯାଇଛି ।
ଏହି ସାତ ଦିନ ମଧ୍ୟରେ ଗ୍ରାମୀଣ ପରିବେଶରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତା ସହ ସାମୁହିକ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ହାତକୁ ନେବାର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି ।

Related Posts

ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ବୋଲି କଟକ ଜିଲ୍ଲାର ସୁନ୍ଦରଗ୍ରାମରେ ଅବସ୍ଥିତ ସୁନ୍ଦରଗ୍ରାମ ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ…

Continue reading
୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ।…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ