ସ୍ତ୍ରୀର ଜୁଇ ପାଖରେ ଟଳିପଡିଲେ ସ୍ୱାମୀ

କେନ୍ଦ୍ରାପଡ଼ା; ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରୁ ଯଦି ସ୍ତ୍ରୀଙ୍କର ପ୍ରଥମେ ସ୍ୱର୍ଗବାସ ହୁଏ, ତାଙ୍କୁ ଅହିସୁଲକ୍ଷଣୀ କୁହାଯାଏ । ତେବେ ଯଦି ପତ୍ନୀଙ୍କ ବିୟୋଗରେ ମ୍ରିୟମାଣ ହୋଇ ସ୍ୱାମୀଙ୍କର ପରଲୋକ ହୁଏ, ତେବେ ଉଭୟଙ୍କୁ ଜନ୍ମ ଜନ୍ମର ସାଥୀ ବୋଲି ବିବେଚନା କରାଯାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅଞ୍ଚଳରେ । କୁରୁଜଙ୍ଗା ପଞ୍ଚାୟତ ଶଙ୍କରପୁର ଗ୍ରାମର ଦମ୍ପତି କେତନବାଳା ସାହୁ ଓ ଗୋବିନ୍ଦ ଚନ୍ଦ୍ର ସାହୁ ମାତ୍ର ଘଣ୍ଟାଏ ମଧ୍ୟରେ ଡକାଡକି ହେବା ଭଳି ଆରପାରିକୁ ଚାଲିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦ ଚନ୍ଦ୍ର ସାହୁ (୮୨)ଙ୍କ ପତ୍ନୀ କେତନବାଳା (୭୨) ଅସୁସ୍ଥତା ହେତୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତିନି ଦିନ ତଳେ କେତନବାଳା ଘରକୁ ଫେରିଥିଲେ ହେଁ ମଙ୍ଗଳବାର ଅପରାହ୍ନରେ ହଠାତ୍ ପୁଣି ଅସୁସ୍ଥ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । କେତନବାଳାଙ୍କ ଅନ୍ତିମ ସତ୍କାର ପାଇଁ ପରିବାର ଓ ଆତ୍ମୀୟ ସ୍ୱଜନ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଏହାପରେ କେତନବାଳାଙ୍କ ମୃତଦେହ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ତାଙ୍କୁ ମୁଖାଗ୍ନି ଦିଆଯିବାର ୩୦ ମିନିଟ୍ ମଧ୍ୟରେ ସ୍ୱାମୀ ଗୋବିନ୍ଦ ଚନ୍ଦ୍ର ଚେତାଶୂନ୍ୟ ହୋଇପଡ଼ିଥିଲେ । ତାଙ୍କୁ ପାଣି ଛିଞ୍ଚି ସାଷ୍ଟମ କରାଯିବାକୁ ଚେଷ୍ଟା କରାଯାଇଥିଲେ ହେଁ ମାତ୍ର କିଛି ମିନିଟ୍ ଭିତରେ ସେ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ ।
୩୦ ମିନିଟ୍ ବ୍ୟବଧାନରେ ଦମ୍ପତି ଆଗ ପଛ ହୋଇ ଆରପାରିକୁ ଚାଲିଯାଇଥିବା ବେଳେ ଗ୍ରାମ ଶ୍ମଶାନରେ ଦୁଇଟି ଜୁଇ ପାଖାପାଖି ଜଳିଥିଲା । ସାନପୁଅ ରମାକାନ୍ତ ମୁଖାଗ୍ନି ଦେଇଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ଶ୍ମଶାନରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ, ଗୋବିନ୍ଦ ଚନ୍ଦ୍ର ଓ କେତନବାଳା କୁରୁଜଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସାହୁଙ୍କ ପିତାମାତା ।

  • Related Posts

    ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

    ଭୁବନେଶ୍ୱର: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ। STU, ଡଗ ସ୍କ୍ବାଡ, ବମ ସ୍କ୍ବାଡ…

    Continue reading
    ଟ୍ରକ-ବସ ଧକ୍କା:୪ ମୃତ

    ରାଉରକେଲା: ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ ଚାଳକ ଭାରସାମ୍ୟ ହରାଇ ଡିଭାଇଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା