ସ୍ମାର୍ଟମିଟର ନାଁରେ ଶୋଷଣ ଶିକାର ଉପଭୋକ୍ତା

ଭୁବନେଶ୍ୱର: ପୁରୁଣା ମିଟର ବଦଳାଉଛି ବିଦୁ୍ୟତ୍ ବିତରଣ କମ୍ପାନୀ ସଂସ୍ଥା ଟାଟା ପାୱାର । ବିନା ଅନୁମତିରେ ପୁରୁଣା ମିଟର କାଢ଼ି ନୂଆ ସ୍ମାର୍ଟ ମିଟର ବସାଉଛି କମ୍ପାନୀ । ରାଜ୍ୟର ଅନ୍ୟ ସ୍ଥାନ ଭଳି ମାଲକାନଗିରିରେ ମଧ୍ୟ ମିଟର ପରିବର୍ତ୍ତନ ନିଷ୍ପତ୍ତିକୁ ବିରୋଧ କରାଯାଇଛି । ନୂଆ ମିଟର ଲାଗିବା ପରେ ବିଜୁଳି ବ୍ୟବହାର ଠାରୁ ୩ରୁ ୪ ଗୁଣା ଅଧିକ ବିଲ୍ ଆସୁଥିବା ଅଭିଯୋଗ କରିଛନ୍ତି । ମାଲକାନଗିରି ସଦର ମହକୁମା ଆଶୀର୍ବାଦ କଲୋନୀର ସୁଜନ ବିଶ୍ୱାସଙ୍କ ଘରେ ୯ ୱାଟ୍ର ୩ଟି ଏଲ୍ଇଡି ବଲ୍ବ ଓ ୨ଟି ଫ୍ୟାନ ଅଛି । ଏହାବାଦ ଅନ୍ୟ କୌଣସି ବିଦୁ୍ୟତ୍ ଉପକରଣ ନାହିଁ । ଗତ ମାସରେ ବିଦୁ୍ୟତ୍ ବିଲ୍ ଆସିଛି ୧୪ ଶହ ଟଙ୍କା । ସେହିପରି ଖଲାସି କାମ କରୁଥିବା ସହଦେବ ବେନିଆଙ୍କ ଘରୁ ୬ମାସ ହେବ ବିଦୁ୍ୟତ୍ ବିଚ୍ଛିନ୍ନ କରାଯାଇଛି । କିନ୍ତୁ ବାରମ୍ବାର ତାଙ୍କ ଘରକୁ ବିଲ୍ ଆସୁଛି । ବିନା ସଂଯୋଗୀକରଣରେ ମିଟର ମଧ୍ୟ ଉଠୁଛି । ଏ ଦୁଇ ଜଣ କେବଳ ଉଦାହରଣ, ପ୍ରାୟ ସବୁ ବସ୍ତିବାସିନ୍ଦାଙ୍କ ସମାନ ଅବସ୍ଥା । ଯେଉଁ ଉପଭୋକ୍ତା ପୂର୍ବରୁ ୫ଶହ ଟଙ୍କାର ବିଲ୍ ଦେଉଥିଲେ, ଏବେ ସେମାନଙ୍କୁ ୧୫ଶହରୁ ୨ ହଜାର ଟଙ୍କାର ବିଲ୍ ଧରାଇ ଦେଉଛି ଟାଟା ପାୱାର । ବାରମ୍ବାର ଏମିତି ବିଲ୍ ଧରାଇ ଦେଉଥିବା ସଂସ୍ଥାର ନୀର୍ବାହୀ ଯନ୍ତ୍ରୀଙ୍କୁ ଭେଟିଛନ୍ତି ଆଶୀର୍ବାଦ କଲୋନୀ ବାସିନ୍ଦା । ସ୍ମାର୍ଟ ମିଟର ନାଁରେ ଉପଭୋକ୍ତାଙ୍କୁ ପ୍ରତାରଣା କରାଯାଉଥିବା ଅଭିଯୋଗ ହୋଇଛି ।

Related Posts

ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

Continue reading
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଅନୁ…

Continue reading

Leave a Reply

Your email address will not be published. Required fields are marked *

You Missed

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ