ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ନେତନ୍ୟାହୁ

ନୂଆଦିଲ୍ଲୀ:   ମୃତ୍ୟୁ ସହ ଲଢି ଫ୍ଲାଏଦୁବାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ସ୍ମିତ୍ ମଚ୍ଛାରଙ୍କ ସହ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତନ୍ୟାହୁ । ଇସ୍ରାଏଲ, ଭାରତ ଓ ସାରା ବିଶ୍ବର ହିରୋ ଭାବେ ମଚ୍ଛାରଙ୍କୁ ସମ୍ବୋଧନ କରିଛନ୍ତି । ଇସ୍ରାଏଲ ସ୍ବାଧୀନତା ସମାରୋହରେ ସ୍ମିତଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ନେତନ୍ୟାହୁ । ମଶାଲ ପ୍ରଜ୍ବଳନ ଦିବସରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ପ୍ରିୟ ବନ୍ଧୁ ଭାବେ ସମ୍ବୋଧନ କରିବା ସହ ତାଙ୍କୁ ମଧ୍ୟ ସ୍ବାଧୀନତା ସମାରୋହରେ ଯୋଗ ଦେବାକୁ ଆମନ୍ତ୍ରଣ କରିଛନ୍ତି ବେଞ୍ଜାମିନ୍ ନେତନ୍ୟାହୁ ।
ନେତନ୍ୟାହୁ ମଚ୍ଛାରଙ୍କୁ ସମଗ୍ର ବିଶ୍ୱର “ହିରୋ” ବୋଲି କହିଛନ୍ତି । କାରଣ ସେ ତାଙ୍କ ସହ-ପାଇଲଟଙ୍କ ଦ୍ୱାରା ଇସ୍ରାଏଲ ଅଭିମୁଖେ ଯାତ୍ରା କରୁଥିବା ଫ୍ଲାଏଦୁବାଇ ବିମାନକୁ ଦୁର୍ଘଟଣାଗ୍ରସ୍ତରୁ ବଞ୍ଚାଇଥିଲେ ।  ବର୍ତ୍ତମାନ ୟୁଏଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କ୍ୟାପ୍ଟେନ୍ ପାଇଲଟ ସ୍ମିତ୍‌ଙ୍କ ସହ କଥା ହୋଇଥିଲେ ନେତନ୍ୟାହୁ । ଇସ୍ରାଏଲର ସ୍ୱାଧୀନତା ଦିବସରେ ମଶାଲ ଜାଳିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ମିତ୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି । ୩୮ ବର୍ଷିୟ ମଚ୍ଛାରଙ୍କ ସହ ବାର୍ତ୍ତାଳାପ ସମୟରେ ନେତାନ୍ୟାହୁ କହିଛନ୍ତି, “ଏହା ହେଉଛି ଆମର ସ୍ୱାଧୀନତା ଦିବସରେ ଆମେ ଦେଇଥିବା ସର୍ବୋଚ୍ଚ ସମ୍ମାନ । ସାଧାରଣତଃ ଏହା ଇସ୍ରାଏଲର ନାଗରିକମାନଙ୍କ ପାଇଁ ହୋଇଥାଏ, କିନ୍ତୁ ମୁଁ ଭାବୁଛି ଏହି କ୍ଷେତ୍ରରେ ଇସ୍ରାଏଲର ସମସ୍ତ ନାଗରିକ ଆପଣଙ୍କୁ ଏହି ସମ୍ମାନ ଦେବ । ତେଣୁ ଆମେ ଆପଣଙ୍କୁ ଖୁବ୍ ଶୀଘ୍ର ଇସ୍ରାଏଲରେ ଦେଖିବା ପାଇଁ ଆଶା କରୁଛୁ ।”

ବାର୍ତ୍ତାଳାପରେ କ୍ୟାପଟେନ୍ ସ୍ମିତ୍ କହିଛନ୍ତି ଯେ, ”ଆକ୍ରମଣ ପୂର୍ବରୁ ସହ-ପାଇଲଟ୍ ନମାଜ ପଢିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ସେ ସମ୍ମାନ ଜଣାଇ ଅନ୍ୟ ପାର୍ଶ୍ୱକୁ ଯାଇଥିଲେ । କିଛି ମିନିଟ୍ ପରେ,  ମୋ ମୁଣ୍ଡର ପଛପଟରେ ଆଘାତ ଅନୁଭବ କରିଥିଲି ଏବଂ ସେ ଲଗାତାର ଆକ୍ରମଣ କରି ଚାଲିଲେ । ମୁଁ ଭାବିଲେ ବିମାନରେ କିଛି ଘଟିଛି । ଏହା ପରେ ପଛପଟୁ ଆଉ ଥରେ ଆକ୍ରମଣ ହୋଇଥିଲା । ଏହାପରେ ମୁଁ ଜାଣିପାରିଥିଲି ଯେ, ଏହି ଆକ୍ରମଣ କୋ-ପାଇଲଟ୍ କରିଛନ୍ତି । ମୁଁ କକପିଟ୍ କବାଟ ଖୋଲି ଦେଇଥିଲି କିନ୍ତୁ  ଓମାନୀ ପାଇଲଟ୍ ପୁଣି ବନ୍ଦ କରି ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ମୁଁ ପାଣି କକ୍‌ପିଟ୍ ଡୋଲ୍ ଖୋଲିଥିଲି ଆଉ ତଳେ ପଡିଯାଇଥିଲି । ଲୋକମାନେ ଆସି ତାଙ୍କୁ କାବୁ କରିଥିଲେ ।”  ବିମାନଟି ସାଉଦି ଆରବରେ ଜରୁରୀକାଳୀନ ଅବତରଣ କରିଥିଲା ।

ଭାରୀତୀୟ ପାଇଲଟ୍ ସ୍ମିତ୍ ମଚ୍ଛାର ଯାହା କରିଛନ୍ତି ଆଜି ତାଙ୍କୁ ନେଇ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆଠୁ ନେଇ ବିଶ୍ୱ ନେତାଙ୍କ ମୁହଁରେ ସ୍ମିତ୍ ମଚ୍ଛାରଙ୍କ ପ୍ରଶଂସା । ଫ୍ଲାଏଦୁବାଇ ବିମାନ ନମ୍ବର ୧୦୭୩ । ଦୁବାଇରୁ ଇସ୍ରାଏଲ୍‌ର ତେଲ୍ ଆଭିଭ ଯାଉଥିଲା । ମଝି ଆକାଶରେ କକ୍‌ପିଟ୍‌ରେ ରକ୍ତମୁଖା ସାଜିଲେ କୋ-ପାଇଲଟ୍ । ରକ୍ତରଞ୍ଜିତ ହେଲା ବିମାନ । କୋ-ପାଇଲଟଙ୍କ ଛୁରାମାଡ଼ରେ ମୁଖ୍ୟ ପାଇଲଟ୍ ଲହୁଲୁହାଣ ହେବା ଘଟଣା ଆଜି ବିଶ୍ୱବ୍ୟାପୀ ଚର୍ଚ୍ଚାରେ । ଭାରତୀୟ ପାଇଲଟଙ୍କ ସାହସ ପାଇଁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୧୭୪ ଯାତ୍ରୀ । ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ଆଜି ଇସ୍ରାଏଲଠୁ ନେଇ ଆମେରିକା ରାଷ୍ଟ୍ରପତି ଗ୍ଲୋବାଲ୍ ହିରୋ ବୋଲି କହୁଛନ୍ତି । ତାଙ୍କ ସାହାସ ପାଇଁ ବିମାନ ଦୁର୍ଘଟଣା ଟଳି ଯାଇଛି । ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି  । ବର୍ତ୍ତମାନ ସ୍ମିତ୍ ମଚ୍ଛାର ଚିକିତ୍ସାଧୀନ ଅଛନ୍ତି । ଭାରତର ପୁଅ ସ୍ମିତ୍ ମଚ୍ଛାରଙ୍କୁ ଗତକାଲି ସାଉଦି ପ୍ରିନ୍ସ ଭେଟିଥିଲେ । ସାମର୍ଥ୍ୟ, ଶକ୍ତି, ବୀରତା, ଧୈର୍ଯ୍ୟ, ପରାକ୍ରମର ପ୍ରତୀକ  କ୍ୟାପଟେନ ସ୍ମିତ୍ ।  ଦେଶ ତାଙ୍କ ପାଇଁ ଆଜି ଗର୍ବିତ ।

  • Related Posts

    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading
    ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

    ନୂଆଦିଲ୍ଲୀ: ଓଡ଼ିଶାରେ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର ଖୋଲିବ। କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି କେନ୍ଦ୍ର ଖୋଲାଯିବାକୁ ଅନୁମୋଦନ ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି । ମୋଟ୍ ୫ଟି ଶାସ୍ତ୍ରୀୟ ଭାଷା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ