ସ୍ୱାଧୀନତା ଦିବସ ଅବସରରେ କବିତା ପାଠୋତ୍ସବ ଓ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତା

ଦେବଗଡ:ସ୍ଥାନୀୟ ଜିଲ୍ଲା ସୂଚନା କେନ୍ଦ୍ରରେ ସ୍ୱାଧୀନତା ଦିବସ ଅବସରରେ ଜଗନ୍ନାଥ ସାହିତ୍ୟ ସଂସଦ ଓ ବାମଣ୍ଡା ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପରିକ୍ଷିତ ସାହୁ ମୁଖ୍ୟଅତିଥି,ଜଗନ୍ନାଥ ସାହିତ୍ୟ ସଂସଦର ସଭାପତି ଡ. ଭାରତ ଭୂଷଣ ନନ୍ଦ,ବାମଣ୍ଡା ସାହିତ୍ୟ ସଂସଦର ସଭାପତି ମୁରଲୀଧର ନାୟକ, ଡିଆଇପିଆରଓ ମନୋରଞ୍ଜନ ସୂତାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ଏଥିରେ ରାମଚନ୍ଦ୍ର ମହାପାତ୍ର, ମାର୍କଣ୍ଡେଶ୍ବର ଶତପଥି,ଗୌରହରି ଷଡ଼ଙ୍ଗୀ,ଉଦୟନାଥ ପ୍ରଧାନ,ଅଶୋକ ମିଶ୍ର,ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ବହୁ କବି ଓ କବୟିତ୍ରୀ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ।କାର୍ଯ୍ୟକ୍ରମକୁ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ପରିଚାଳନା କରିଥିଲେ।ସେହିପରି ସ୍ଥାନୀୟ ଇନ୍ଦିରା ଗା‌ନ୍ଧୀ ଷ୍ଟାଡିୟମରେ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟଅତିଥି,ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂ,ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଧିରେନ୍ଦ୍ର ନାୟକ, ଡିଆଇପିଆରଓ ମନୋରଞ୍ଜନ ସୂତାର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପୁରୁଷ ଦଳରେ ବମପରଡା ୪ର୍ଥ ଆଇଆରବି ବାଟାଲିୟନ ସହିତ ଜିଲ୍ଲା କ୍ରୀଡ଼ା ସଂଘ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉକ୍ତ ମ୍ୟାଚ ଡ୍ର ହୋଇଥିଲା। ସେହିପରି ମହିଳା ଦଳରେ ତିଲେଇବଣି ଖେଲୋ ଇଣ୍ଡିଆ ସେଣ୍ଟର ଦଳକୁ ୧-୦ ଗୋଲରେ ପରାସ୍ତ କରି ଝାରମୁଣ୍ଡା ଦଳ ବିଜୟୀ ହୋଇଥିଲା। ଏଥିରେ ଡିଲେଶ୍ୱର ସ୍ୱାଇଁ , ପଦ୍ମଲୋଚନ ପ୍ରଧାନ,ବାତ୍ସଲ୍ୟ ବିଶ୍ୱାଳ,ଡିଲେଶ୍ଵର ପ୍ରଧାନ ଉପସ୍ଥିତ ଥିଲେ। ଖେଳକୁ ପ୍ରଦୀପ ବେହେରା ,ସୌରଭ ନାୟକ,କେଦାର ମୁଣ୍ଡା ଖେଳ ପରିଚାଳନା କରିଥିଲେ।

  • Related Posts

    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ