ହୀରାକୁଦ ଅଞ୍ଚଳରେ ସମନ୍ୱିତ ପର୍ଯ୍ୟଟନ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର: ପ୍ରକୃତି, ସଂସ୍କୃତି ଓ ସାହସିକ ପର୍ଯ୍ୟଟନର ସମନ୍ୱୟରେ ହୀରାକୁଦକୁ ଏକ ସ୍ଥାୟୀ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଲୋକସେବା ଭବନରେ ହୀରାକୁଦ ଅଞ୍ଚଳରେ ସମନ୍ୱିତ ପର୍ଯ୍ୟଟନ ଭିତ୍ତିଭୂମି ବିକାଶର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲବନ୍ତ ସିଂହ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମ( ଓବିସିସି) ର ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହାଙ୍କ ପ୍ରକଳ୍ପଗୁଡ଼ିକର ରୂପାୟନ ଓ ସମନ୍ୱୟ ସମ୍ପର୍କିତ ଆଲୋଚନା କରିଥିଲେ । ଜିଲ୍ଲାପାଳ, ସମ୍ବଲପୁର ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ପର୍ଯ୍ୟଟନ ବିଭାଗ ସଚିବ ପ୍ରକଳ୍ପ ଅଗ୍ରଗତି ନେଇ ସବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।

ଏହି ସମନ୍ୱିତ ପ୍ରକଳ୍ପରେ ହୀରାକୁଦ ଡ୍ୟାମ୍ ମ୍ୟୁଜିୟମ୍, ଆରାଇଭାଲ୍ ପ୍ଲାଜା, ଲାଇଟ୍ ଆଣ୍ଡ ଲେଜର୍ ସିମ୍ଫୋନୀ, ରୋପୱେ, କ୍ରୁଜ୍ ଟର୍ମିନାଲ୍, ଫ୍ଲୋଟେଲ୍, ମହାନଦୀ ଦ୍ୱୀପ ପ୍ରକୃତି ଉଦ୍ୟାନ, ଜୱାହର ଉଦ୍ୟାନର ପୁନର୍ବିକାଶ ଏବଂ ବୁର୍ଲା–ହୀରାକୁଦ ଆଇକନିକ୍ ବ୍ରିଜ୍ ଭଳି ପ୍ରକଳ୍ପ ଏହି ଯୋଜନାର ମୁଖ୍ୟ ଅଂଶ ରହିଛି । ହୀରାକୁଦ ଡ୍ୟାମ୍ ମ୍ୟୁଜିୟମ୍ ଓ ଆରାଇଭାଲ୍ ପ୍ଲାଜାର ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ମା’ ସମଲେଶ୍ୱରୀ ମନ୍ଦିର ବିକାଶ ଦ୍ୱିତୀୟ ପର୍ଯ୍ୟାୟ, ହୁମା ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର ଓ ପାୱାର୍ ଚ୍ୟାନେଲ୍ ପ୍ରୋମେନାଡ୍ ଭଳି ପ୍ରକଳ୍ପର କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ପର୍ଯ୍ୟଟନ ଭିତ୍ତିଭୂମି ସହ ହୀରାକୁଦ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଏହି ପ୍ରକଳ୍ପ ମାଧ୍ୟମରେ ସୁଦୃଢ଼ ହେବ । ଜମାଦାରପଲ୍ଲୀ ଏୟାରଷ୍ଟ୍ରିପ୍ ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ।

ସେହିପରି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ସମନ୍ୱିତ ବିକାଶ, ମହାନଦୀ ଓ ପାୱାର୍ ଚ୍ୟାନେଲ୍ ୱାଟରଫ୍ରଣ୍ଟ ବିକାଶ, ଡେବ୍ରିଗଡ଼ ଅଭୟାରଣ୍ୟ, ବୁଣାକାର ଗ୍ରାମ, ମାଇନିଂ ମ୍ୟୁଜିୟମ୍ ଓ ଅଣ୍ଡରଗ୍ରାଉଣ୍ଡ ମାଇନ୍ ଏକ୍ସପିରିଏନ୍ସ ସେଣ୍ଟର୍ ଭଳି ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳର ପ୍ରାକୃତିକ, ଐତିହ୍ୟ ଓ ସାଂସ୍କୃତିକ ସମ୍ପଦକୁ ପର୍ଯ୍ୟଟନ ସହ ଯୋଡ଼ାଯାଉଛି ।

ଏହି ସମନ୍ୱିତ ବିକାଶ ପ୍ରକ୍ରିୟାରେ ବିଭିନ୍ନ ବିଭାଗ ଓ ସଂସ୍ଥାର ସମନ୍ୱୟ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ହୀରାକୁଦକୁ କେବଳ ଡ୍ୟାମ୍ ପର୍ଯ୍ୟଟନ ସୀମିତ ନରଖି ପ୍ରକୃତି, ଜଳ, ସାହସିକ, ଐତିହ୍ୟ, ସଂସ୍କୃତି ଓ ଶିଳ୍ପ ପର୍ଯ୍ୟଟନର ଏକ ବହୁମୁଖୀ ଗନ୍ତବ୍ୟସ୍ଥଳୀ ଭାବେ ବିକଶିତ କରିବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

  • Related Posts

    ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର

    କଟକ: ପାର୍ବଣ ଆଗରୁ ପନିରକୁ ନେଇ ଲୋକଙ୍କ ମନରେ ଛନକା। ଖୁଲମ ଖୁଲା ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର । ପନିରକୁ ନେଇ ଧରପଗଡ ଚାଲିଥିବାବେଳେ ଗତକାଲି ବିପୁଳ ପରିମାଣର ଅପମିଶ୍ରିତ ପନିରକୁ ଧରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ…

    Continue reading
    ପୋଲିସ-ଅନଲାଇନ ଚାଳକ ମୁହାଁମୁହିଁ ଘଟଣା: ବର୍ତ୍ତମାନ ସୁଦ୍ଧା ୧୧୩ ଗିରଫ

    ମାଷ୍ଟର କ୍ୟାଣ୍ଟିନରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ