ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

ଭୁବନେଶ୍ୱର:ରାଜ୍ୟର କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତା’ର ଟିକିନିଖି ହିସାବ ରାଜ୍ୟ ସରକାର ଲୋଡ଼ିଛନ୍ତି। ଏନେଇ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ନିକଟରେ ସଚିବସ୍ତରୀୟ ବୈଠକରେ ସମସ୍ତ ସଚିବଙ୍କୁ ସୂଚାଇ ଥିବାବେଳେ ଜୁଲାଇ ୩୧ରେ ମୁଖ୍ୟସଚିବଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ(ଓଏସ୍‌ଡି) କଲ୍ୟାଣ କୁମାର ରଥ ସମସ୍ତ ବିଭାଗର ସଚିବମାନଙ୍କୁ ପତ୍ର ଲେଖିଛନ୍ତି। ଚଳିତମାସ ୭ତାରିଖ ପୂର୍ବରୁ ସରକାରଙ୍କୁ ସମସ୍ତ ତଥ୍ୟ ଅବଗତ କରାଇବାକୁ ସେ ଦର୍ଶାଇଛନ୍ତି। ଏହାକୁ ନେଇ ସବୁ ବିଭାଗରେ ଏବେ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି। ବିଭାଗରେ କେତେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି, ସେନେଇ ଖୋଳତାଡ଼ ଆରମ୍ଭ ହୋଇଥିବାବେଳେ ସୋମବାର ଜଳସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟସଚିବଙ୍କ ନିର୍ଦ୍ଦେଶକୁ ନେଇ ଅତିରିକ୍ତ ସଚିବ ସମସ୍ତ ଅଧିକାରୀଙ୍କଠାରୁ ରିପୋର୍ଟ ଲୋଡ଼ିଛନ୍ତି।
ସବୁ ବିଭାଗୀୟ ସଚିବଙ୍କୁ ଓଏସ୍‌ଡି କଲ୍ୟାଣ କୁମାର ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ମୁଖ୍ୟସଚିବଙ୍କ ନିର୍ଦ୍ଦେଶକ୍ରମେ ଜଣାଉଛି କି ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗତ ସଚିବସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା। ସେଥିମଧ୍ୟରେ କର୍ମଚାରୀଙ୍କ ଅବସରଠାରୁ ଆରମ୍ଭ କରି ବାଧ୍ୟତାମୂଳକ ଅବସର ପର୍ୟ୍ୟନ୍ତ, ପ୍ରଶାସନରେ ବୈଷୟିକ ପ୍ରଣୟନ, ନାଗରିକକୈନ୍ଦ୍ରିକ ସରକାରଙ୍କ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟସଚିବ ୧୨ଟି ବିଷୟ ଉପରେ ଏହାର ସ୍ଥିତାବସ୍ଥା ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି।
ସେ ଦର୍ଶାଇଛନ୍ତି, ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ୟ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ। ଯେଉଁମାନେ ସରକାରଙ୍କ ନିୟମ ଅନୁଯାୟୀ କାଯର୍ର୍‌ୟ ସମ୍ପାଦନା କରୁ ନାହାନ୍ତି ତଥା ଅପାରଗ ବୋଲି ବିବେଚିତ ହେବେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ। ସାଧାରଣ ପ୍ରଶାସନ ବିଭାଗର ୨୦୧୯ ସେପ୍ଟେମ୍ବର ୨୪ର ସର୍କୁଲାର ଅନୁଯାୟୀ, ସମ୍ପୃକ୍ତ ଅପାରଗ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ। ଏ ସମ୍ପର୍କରେ କେଉଁ ବିଭାଗ କେତେ କର୍ମଚାରୀଙ୍କ କାର୍ୟ୍ୟଶୈଳୀ ସମୀକ୍ଷା କରିଛି ଏବଂ କେତେଜଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିି ତା’ର ବିବରଣୀ ପ୍ରଦାନ କରିବାକୁ ହେବ। ଏହାସହିତ କେତେଜଣ ସରକାରୀଚାକିରିଆଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତା’ର ତଥ୍ୟ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଅପ୍‌ଲୋଡ୍‌ ହୋଇଛି କିମ୍ବା ଗଚ୍ଛିତ ରହିଛି ତା’ର ବିବରଣୀ ମଧ୍ୟ ଦେବାକୁ ପଡ଼ିବ। ସେହିପରି ଯେଉଁ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଯଦି ସେ ପଦୋନ୍ନତି ପାଇବାକୁ ଯୋଗ୍ୟ ଅଛନ୍ତି ତାଙ୍କର ନାମ ପଦୋନ୍ନତି ତାଲିକାରେ ନ ଦର୍ଶାଇ କେବଳ ସିଲ୍‌ଡ କଭର ଭିତରେ ରଖାଯାଇପାରିବ ବୋଲି ସେ ଦର୍ଶାଇଛନ୍ତି।
ସେହିପରି ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଚାକିରିଆଙ୍କ ଅବସରଦିନ ପୂର୍ଣ୍ଣାଙ୍ଗ ପେନ୍‌ସନ ପ୍ରଦାନ କରାଯିବାକୁ କୁହାଯାଇଥିଲା। ତେଣୁ ସମ୍ପୃକ୍ତ ବିଭାଗରେ କେତେଜଣ ଚାକିରିଆ କେଉଁ ମାସରେ ଅବସର ନେଇଛନ୍ତି ଏବଂ କେତେଜଣଙ୍କୁ ବାସ୍ତବରେ ତାଙ୍କର ପେନ୍‌ସନ ପ୍ରମାଣପତ୍ର ପ୍ରଦାନ କରାଯାଇଛି ତା’ର ବିବରଣୀ ନିର୍ଦ୍ଦିଷ୍ଟ ଫର୍ମାଟରେ ଦେବାକୁ ହେବ।ଏହାସହିତ ସରକାରଙ୍କ ପକ୍ଷରୁ ବିଭାଗୀୟ ସଚିବଙ୍କ ସହିତ ବରିଷ୍ଠ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ କରିବାପାଇଁ କୁହାଯାଇଥିଲା। ଏହାକୁ ନେଇ କେଉଁ ଅଧିକାରୀ କେଉଁ ତାରିଖରେ କେଉଁ ସ୍ଥାନକୁ ଗନ୍ତବ୍ୟ କରିଛନ୍ତି ଏବଂ ତୃଣମୂଳସ୍ତରରେ ସରକାରଙ୍କ ଯୋଜନା କାର୍ୟ୍ୟକାରିତା ସମ୍ପର୍କରେ କ’ଣ ତଥ୍ୟ ରହିଛି ତାହା ଜଣାଇବାକୁ ପତ୍ରରେ ଉଲ୍ଲେଖ ରହିଛି। ଏହାସହିତ କର୍ମଚାରୀଙ୍କ ଉପସ୍ଥାନ, ବିଭାଗଓ୍ବାରି କେତେ ପଦ ଖାଲି ରହିଛି ଭଳି ବିଭିନ୍ନ ଦିଗ ଉପରେ ହୋଇଥିବା ଆଲୋଚନାକୁ ନେଇ ବିବରଣୀ ପ୍ରଦାନ କରିବାକୁ ଓଏସ୍‌ଡି ପତ୍ରରେ ଦର୍ଶାଇଛନ୍ତି।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ