ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଭାରତ ଉପରେ ବର୍ଦ୍ଧିତ ଶୁଳ୍କ: ଟ୍ରମ୍ପ

ୱାଶିଂଟନ: ଆମେରିକା​‌ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଯେଉଁ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏପରିକି ଆମେରିକାର ଫେଡେରାଲ କୋର୍ଟ ମଧ୍ୟ ଏଭଳି ଶୁଳ୍କ ବୃଦ୍ଧିକୁ ବେଆଇନ ଦର୍ଶାଇ ସାରିଛନ୍ତି। ଏହାର ପ୍ରତିବାଦରେ ଟ୍ରମ୍ପ ପ୍ରଶାସନ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି। ରୁଷ୍‌-ୟୁକ୍ରେନ ଯୁଦ୍ଧ ବନ୍ଦ ଉଦ୍ୟମକୁ କାର୍ୟ୍ୟକାରୀ କରିବା ଲକ୍ଷ୍ୟରେ ଭାରତ ଉପରେ ଏଭଳି ବର୍ଦ୍ଧିତ ଶୁଳ୍କ ଲାଗୁ କରାଯାଇଛି ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ବାଣିଜ୍ୟିକ ନିଅଣ୍ଟ ହ୍ରାସ କରିବା ଲକ୍ଷ୍ୟରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ପ୍ରଥମେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଥିଲା। ତେବେ ରୁଷ୍‌ ନିକଟରୁ ଭାରତ ତେଲ କିଣୁଥିବାରୁ ପରବର୍ତ୍ତୀ ସମୟରେ ଟ୍ରମ୍ପ ପ୍ରଶାସନ ଅଗଷ୍ଟ ୨୭ରେ ଆଉ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାରୁ ଏହା ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଟ୍ରମ୍ପ ସେତେବେଳେ ଯୁକ୍ତି ଦର୍ଶାଇଥିଲେ ଯେ ଭାରତକୁ ତେଲ ବିକ୍ରି କରି ରୁ​‌ଷ୍‌ ଯେଉଁ ଅର୍ଥ ଉପାର୍ଜନ କରୁଛି, ତାହାକୁ ୟୁକ୍ରେନ ବିରୋଧୀ ଯୁଦ୍ଧରେ ଖର୍ଚ୍ଚ କରୁଛି। ଚଳିତବର୍ଷ ଜାନୁଆରୀରେ ଟ୍ରମ୍ପ ଦ୍ବିତୀୟ ଥର ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବା ପରେ ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଏଭଳି ଶୁଳ୍କ ବୃଦ୍ଧି ନିଷ୍ପତ୍ତି ନେଇଥିଲେ। ଟ୍ରମ୍ପ ସେତେବେଳେ କହିଥିଲେ ଯେ ବର୍ଷକ ପୂର୍ବେ ଆମେରିକା ଏକ ଦୁର୍ବଳ ଦେଶ ଥିଲା। ବର୍ତ୍ତମାନ ଶୁଳ୍କ ବୃଦ୍ଧି କରାଯିବା ଫଳରେ ଆମେରିକାର ଅର୍ଥନୀତି ଶକ୍ତିଶାଳୀ ହୋଇପାରିଛି।

ସୂଚନାଯୋଗ୍ୟ ଟ୍ରମ୍ପ ପ୍ରଶାସନ କେବଳ ଭାରତ ନୁର୍ହେ, ଚୀନ୍‌, ଜାପାନ ଭଳି ଏକାଧିକ ରାଷ୍ଟ୍ର ବିରୋଧରେ ଶୁଳ୍କ ଲାଗୁ କରିଛନ୍ତି। ଏହାକୁ ନେଇ ବିଶ୍ବରେ ବାଣିଜ୍ୟିକ କାରବାର ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ଗତ ସପ୍ତାହରେ ଫେଡେରାଲ କୋର୍ଟ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ବେଆଇନ ଦର୍ଶାଇବା ସହ ଟ୍ରମ୍ପ ନିଜ କ୍ଷମତାର ଅପବ୍ୟବହାର କରୁଥିବା ମନ୍ତବ୍ୟ ଦେଇଥିଲେ। ଫେଡେରାଲ କୋର୍ଟର ସାତଜଣ ବିଚାରପତି ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରିଥିବାବେଳେ ଅନ୍ୟ ଚାରିଜଣ ବିଚାରପତି ଏହାକୁ ସମର୍ଥନ ଜଣାଇ ରାୟ ଦେଇଥିଲେ। ରାୟ ପ୍ରକାଶ ପରେ ଟ୍ରମ୍ପ ତାଙ୍କର ‘ଟ୍ରୁଥ୍‌ ସୋସିଆଲ’ ଆକାଉଣ୍ଟରେ କହିଥିଲେ ଯେ ଫେଡେରାଲ କୋର୍ଟ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଯାହା ନିର୍ଦେଶ ଦେଇଛନ୍ତି, ତାହା ଅମୂଳକ। ତେବେ ଦିନ ଆସିବ, ତାଙ୍କର ଏହି ନିଷ୍ପତ୍ତି ଠିକ୍‌ ପ୍ରମାଣିତ ହେବ।

  • Related Posts

    ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ନୋବେଲ

    ଷ୍ଟକହୋମ: ୨୦୧୮ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି । କାଗାନ ଏବଂ ସୋଇଙ୍କ ଗବେଷଣାର ମୁଖ୍ୟ ବିଷୟ…

    Continue reading
    ୨୫ ପଏଣ୍ଟ ବଢ଼ିଲା ରେପୋ ହାର, ବଢ଼ିବ ଇଏମ୍‌ଆଇ

    ମୁମ୍ବାଇ/୦୭/୧୦: ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ରେପୋ ହାରକୁ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି କରି ୫.୫% କରିଛି । ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ ପ୍ରାୟ ସାଢେ ତିନି ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ