ୟୁନିଫର୍ମ ବଣ୍ଟନ ବିଳମ୍ବ ହେଲେ କାର୍ୟ୍ୟାନୁଷ୍ଠାନ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଗତ ଶିକ୍ଷାବର୍ଷରେ ଯେପରି ସ୍କୁଲ ୟୁନିଫର୍ମ ବଣ୍ଟନରେ ସମସ୍ୟା ଦେଖିବାକୁ ମିଳିଥିଲା ତାର ଆଉ ପୁନରାବୃତ୍ତି ହେବନି । ପିଲାଙ୍କୁ ଖରା ଛୁଟି ପୂର୍ବରୁ ପୋଷାକ ବଣ୍ଟନ କରାଯିବ । ଏହାର ତଦାରଖ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ କରିବେ । କେବଳ ପୋଷାକ ବଣ୍ଟନ ନୁହେଁ, ପାଠପଢ଼ା ଆରମ୍ଭରେ ବି କୌଣସି ପ୍ରକାର ବିଳମ୍ବ ନହୁଏ ସେଥିଲାଗି ମଧ୍ୟ କୁହାଯାଇଛି । ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ନେଇ ଚିଠି କରିଥିଲେ । ତେବେ ଏହି ନିର୍ଦ୍ଦେଶାନାମାକୁ କଡ଼ାକଡ଼ି ପାଳନ ନକଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯେପରି ଧାର୍ୟ୍ୟ ସମୟରେ ପୋଷାକ ବଣ୍ଟନ ହେବ ତାକୁ ନେଇ ଆଗୁଆ ପଦକ୍ଷେପ ନିଆଯାଇଛି । ଗୁଣାତ୍ମକ ମାନର କପଡ଼ାରେ ପୋଷାକ ସିଲେଇ କରି ପୋଷାକ ବଣ୍ଟନ କରାଯିବ । ଖରା ଛୁଟି ପୂର୍ବରୁ ପୋଷାକ ବଣ୍ଟନ ସୁନିଶ୍ଚିତ କରାଯିବ । ପୋଷାକ ବଣ୍ଟନ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ପରିମାଣ, ମାପ ଏସବୁ ସଂଗ୍ରହ କରାଯିବ । ଏଜେନ୍ସି ଚୟନ କରାଯିବ । ପୋଷାକ ସିଲେଇ ହେବ । ଏହାକୁ ବଣ୍ଟନ ହେବ । ଯେପରି କୌଣସି ଜଣେ ବି ପିଲା ପୋଷାକ ବଣ୍ଟନରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ପୋଷାକ କପଡ଼ାର ମାନ ଓ ସିଲେଇରେ ଯେପରି କୌଣସି ପ୍ରକାର ତ୍ରୁଟି ନଦେଖାଯାଏ ସେଥିଲାଗି ମଧ୍ୟ କୁହାଯାଇଛି । ଏହାକୁ ଖୋଦ୍ ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ତଦାରଖ କରିବାକୁ ନିର୍ଦ୍ଦେଶ ହୋଇଛି ।

ପୋଷାକ ବଣ୍ଟନ ପାଇଁ ସବୁ ଦିନ ଏହାର ସମୀକ୍ଷା ବୈଠକ କରି ତଥ୍ୟ ସଂଗ୍ରହ କରାଯିବ । ଯଦି କୌଣସି ସ୍ଥାନରେ ପୋଷାକ ପହଞ୍ଚିବାରେ ବିଳମ୍ବ ହେଉଛି କିମ୍ବା ଖରାପ ମାନର ପୋଷାକ ବଣ୍ଟନ ହୋଇଛି ସେହି ସମସ୍ୟାର ସମାଧାନ ସହ କାର୍ୟ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଓସେପା ଓ ଗଣଶିକ୍ଷା ବିଭାଗକୁ ପ୍ରତି ୧୪ ଦିନରେ ରିପୋର୍ଟ ପ୍ରଦାନ କରାଯିବ । ଏନେଇ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ କାର୍ୟ୍ୟକାରୀ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ, ଗତ ଶିକ୍ଷା ବର୍ଷ (୨୦୨୫-୨୬)ରେ ପୋଷାକ ବଣ୍ଟନ କାର୍ୟ୍ୟକ୍ରମରେ ବିଳମ୍ବ ହୋଇଥିଲା । ଶିକ୍ଷାବର୍ଷ ଶେଷ ଯାଏ ଅନେକ ସ୍କୁଲରେ ପୋଷାକ ବଣ୍ଟନ ହୋଇପାରିନଥିଲା । ତେଣୁ ଏହାର ପୁନରାବୃତ୍ତି ନହେବା ପାଇଁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ