୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଭୁବନେଶ୍ୱରର ବିଜେବି ନଗର ସ୍ଥିତ ନାଗେଶ୍ୱରଟାଙ୍ଗିଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ନିର୍ମାଣ ହେବାକୁ ଯାଉଛି। ରାଜ୍ୟରେ ଆୟୁର୍ବେଦିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ |
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଆୟୁଷ ନିର୍ଦ୍ଦେଶାଳୟ (Directorate of AYUSH) ପକ୍ଷରୁ ଏହି ଶିଳାନ୍ୟାସ ଉତ୍ସବର ସମ୍ପୂର୍ଣ୍ଣ ଆୟୋଜନ କରାଯାଇଛି।
ଏହି ୧୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦ ହସ୍ପିଟାଲ ନିର୍ମାଣ ହେବା ଦ୍ୱାରା ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରୁ ଆସୁଥିବା ରୋଗୀମାନଙ୍କୁ ଗୋଟିଏ ଛାତ ତଳେ ଆଧୁନିକ ଓ ଗୁଣାତ୍ମକ ଆୟୁର୍ବେଦିକ ଚିକିତ୍ସା ସେବା ଯୋଗାଇଦିଆଯାଇପାରିବ। ରାଜ୍ୟରେ ଆୟୁର୍ବେଦ ଚିକିତ୍ସା ପ୍ରତି ଜନସାଧାରଣଙ୍କ ଆସ୍ଥା ଓ ଚାହିଦା ବୃଦ୍ଧି ପାଉଥିବାବେଳେ ସରକାରୀ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା ସହ ଚିକିତ୍ସା ସେବାକୁ ଅଧିକ ଗୁଣାତ୍ମକ ଓ ଆଧୁନିକ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ରୋଗୀଙ୍କୁ ସୁଲଭ, ସୁବିଧାଜନକ ଓ ଉନ୍ନତମାନର ଆୟୁର୍ବେଦ ଚିକିତ୍ସା ସେବା ଯୋଗାଇଦେବା ମୁଖ୍ୟ ଲକ୍ଷ୍ୟ।
ଚିକିତ୍ସାଳୟଗୁଡ଼ିକରେ ରୋଗୀ ସଂଖ୍ୟା ଓ Bed Occupancy ବୃଦ୍ଧି ସହ ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି, ସୁବିଧା ଓ ଚିକିତ୍ସା ସେବାର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଚିକିତ୍ସାଳୟରେ ରୋଗୀ ସେବା ବ୍ୟବସ୍ଥା, ପଞ୍ଜୀକରଣ, ତଥ୍ୟ ସଂରକ୍ଷଣ ଓ ରୋଗୀ ପରିଚାଳନାକୁ ଅଧିକ ସୁଦୃଢ଼ କରାଯିବ।
ଆଧୁନିକ ଚିକିତ୍ସା ସୁବିଧାକୁ ଆୟୁର୍ବେଦ ଚିକିତ୍ସା ସହ ସମନ୍ୱିତ କରିବା ଉପରେ ମଧ୍ୟ ଗୁରୁତ୍ୱ ରହିବ। ଚିକିତ୍ସାଳୟଗୁଡ଼ିକରେ ଅପରେସନ ଥିଏଟର (OT), Patient Ward, Day Care ଓ Cabin ସୁବିଧା ବିକଶିତ କରାଯିବ। ଏହା ସହ ରୋଗ ନିରୂପଣ ପାଇଁ ଆବଶ୍ୟକ Diagnostic Medical Equipment ଉପଲବ୍ଧ କରାଇ ରୋଗୀଙ୍କୁ ଅଧିକ ନିର୍ଭୁଲ ଓ ତ୍ୱରିତ ଚିକିତ୍ସା ପ୍ରଦାନର ବ୍ୟବସ୍ଥା କରାଯିବ।
ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ଓ ଚିକିତ୍ସା ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ସହ ଆବଶ୍ୟକ ମାନବ ସମ୍ବଳ ଉପଲବ୍ଧତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ଚିକିତ୍ସାର ଗୁଣବତ୍ତା ବୃଦ୍ଧି ସହ ରୋଗୀ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ପ୍ରମାଣଭିତ୍ତିକ ଚିକିତ୍ସା ପଦ୍ଧତି, ମାନକ ପ୍ରୋଟକଲ ଏବଂ ନିରନ୍ତର ଗୁଣବତ୍ତା ମୂଲ୍ୟାୟନ ମାଧ୍ୟମରେ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି |ଆୟୁର୍ବେଦିକ ଚିକିତ୍ସାଳୟଗୁଡିକର ସେବା ମାନ ଉନ୍ନତ ହେବ| ସହିତ ଜନସାଧାରଣଙ୍କ ମଧ୍ୟରେ ଆୟୁର୍ବେଦିକ ଚିକିତ୍ସା ପ୍ରତି ଆସ୍ଥା ଓ ଗ୍ରହନୀୟତା ଆହୁରି ବୃଦ୍ଧି ପାଇବ |
ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ୧୦୦ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଆୟୁର୍ବେଦ ହସ୍ପିଟାଲର ଭୂମିପୂଜନ ଆନୁଷ୍ଠାନିକ ଭାବେ ସମ୍ପନ୍ନ ହୋଇଛି। ଆଗାମୀ ୧୫ ମାସ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଜନସାଧାରଣଙ୍କ ସେବାରେ ଉପଲବ୍ଧ ହେବ। ଏହାଦ୍ୱାରା ରାଜ୍ୟରେ ଆୟୁର୍ବେଦ ଚିକିତ୍ସା (ଆୟୁଷ) ର ଭିତ୍ତିଭୂମି ଆହୁରି ସୁଦୃଢ଼ ହୋଇପାରିବ।
ଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ଆୟୁର୍ବେଦ ଓ ହୋମିଓପାଥି ଔଷଧ ଯୋଗାଣକୁ ସ୍ୱାଭାବିକ ଓ ନିୟମିତ କରାଯାଇଛି।
ସରକାରୀ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକରେ ‘ପଞ୍ଚକର୍ମ’ ଚିକିତ୍ସା ଓ ଅ।ନୋରେକ୍ଟିକଲ୍ ସର୍ଜରୀ ଓ ନିୟମିତ ‘ଯୋଗ କ୍ଲାସ୍’ ଆରମ୍ଭ କରାଯାଇଛି। ଏହାସହ ୪୦ ପ୍ରକାରର ରକ୍ତ ପରୀକ୍ଷା ଉପଲବ୍ଧି କରାଯାଇଛି ଏବଂ ଖୁବ୍ ଶୀଘ୍ର ଅଲଟ୍ରା ସାଉଣ୍ଡ ଓ x-ray ର ସୁବିଧା ମଧ୍ୟ ମିଳିବ ।
ଆୟୁଷ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ କୁ ବୃଦ୍ଧି କରାଯାଇଛି ।PHC& CHC କାର୍ଯ୍ୟରତ
ଡାକ୍ତରଙ୍କ ଦରମା ₹୯୦,୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
‘ଆୟୁଷ୍ମାନ ଭାରତ’ ଏବଂ ‘ଗୋପବନ୍ଧୁ ଆରୋଗ୍ୟ ଯୋଜନା’ରେ ଆୟୁର୍ବେଦିକ ଚିକିତ୍ସାକୁ ସାମିଲ କରିବା ପାଇଁ ନ୍ୟାସନାଲ ହେଲଥ ଅଥରିଟି (NHA) ସହ ଆଲୋଚନା ଓ ମନ୍ଥନ ଜାରି ରହିଛି। ମାନ୍ୟବର ମନ୍ତ୍ରୀ ଚିକିତ୍ସାଳୟ ପରିଦର୍ଶନ ସମୟରେ ୪୬ ଜଣ ଇଣ୍ଡୋର ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକର୍ମ ରେ ମାନ୍ୟବର ବିଧାୟକ, ଏକମ୍ର -ଭୁବନେଶ୍ବର ଶ୍ରୀ ବାବୁ ସିଂ ଯୋଗ ଦେଇଥିଲେ |
ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସରକାରୀ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକରେ ସେବାର ମାନ ବୃଦ୍ଧି ପାଇବା ସହ ରୋଗୀଙ୍କ ମଧ୍ୟରେ ଆୟୁର୍ବେଦ ଚିକିତ୍ସା ପ୍ରତି ଆସ୍ଥା ଓ ଗ୍ରହଣୀୟତା ଆହୁରି ବୃଦ୍ଧି ପାଇବ।
ଆୟୁଷ ନିର୍ଦ୍ଦେଶିକା ଅଞ୍ଜନା ପଣ୍ଡା (ଭା.ପ୍ର.ସେ). ଆୟୁର୍ବେଦ ହସ୍ପିଟାଲର ଜନାଭିମୁଖୀ ହେବା ସହିତ ଏହି ହସ୍ପିଟାଲକୁ କିଭଳି ଅଧିକ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଭଳି ଉନ୍ନତମାନର ଚିକିତ୍ସା ପ୍ରଦାନ କରିବ ତଦନୁଯାୟୀ ପ୍ରଚେଷ୍ଟା ଜାରିରହିଛି। ସର୍ବଶେଷରେ ଉପଅଧିକ୍ଷକ ଡାକ୍ତର ଚିତ୍ତରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ସୁପରି ପରିଚାଳନାରେ ସଫଳତାର ସହ ଏହି ଗ୍ରହଣ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକର୍ମ ରେ ସମସ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

  • Related Posts

    ଫୁଲୁଛି ଜଳକା, ବିପଦ ସଙ୍କେତ ଟପିଲା ଜଳସ୍ତର

    ବାଲେଶ୍ବର: ଲଘୁଚାପ ବର୍ଷାରେ ଫୁଲୁଛି ଜଳକା, ବିପଦ ସଙ୍କେତ ଟପିଲା ଜଳସ୍ତର। ବାଲେଶ୍ବର ବସ୍ତା ବ୍ଲକ୍ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୭.୮୪ ମିଟରରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ଲଗାଣ ବର୍ଷା…

    Continue reading
    ଆଜି ମୟୂରଭଞ୍ଜର ସମସ୍ତ ସ୍କୁଲ୍ ଛୁଟି

    ବୈଶିଙ୍ଗା: ପ୍ରବଳ ବର୍ଷାକୁ ନେଇ ନେଇ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ୍‌କୁ ଛୁଟିଘୋଷଣା କରିଛନ୍ତି ମୟୂରଭଞ୍ଜଜିଲ୍ଲା ଶିକ୍ଷା ଅଧିକାରୀ। ଆଜି ଜିଲ୍ଲାର ଅଙ୍ଗନବାଡ଼ି ସହ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଯାଏ କ୍ଲାସ୍ ବନ୍ଦ ରହିବ। ତେବେ ସ୍କୁଲର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ